ହୋଟେଲରେ ବସି ଖାଇ ପାରିବେନି ଗ୍ରାହକ

ଟିଟିଲାଗଡ଼, ୧୨।୪: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୌରାଞ୍ଚଳରେ ମଙ୍ଗଳବାରଠାରୁ ଉପଖଣ୍ଡରେ ଥିବା ଜଳଖିଆ ଦୋକାନ, ରେଷ୍ଟୁରାଣ୍ଟ ଓ ହୋଟେଲରେ ବସିକି ଖାଇପାରିବେ ନାହିଁ ଗ୍ରାହକ। ଏହାବଦଳରେ ଦୋକାନୀଙ୍କୁ ଖାଦ୍ୟ ପାର୍ସଲ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲାପାଳ ସୋମେଶ କୁମାର ଉପାଧ୍ୟାୟ। ଏହି ନିୟମ ପାଳନ ନ ହେଲେ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।