ସ୍କୋଡା ପକ୍ଷରୁ ଗ୍ରାହକ ସମ୍ପର୍କ ଅଭିଯାନ

ନୂଆଦିଲ୍ଲୀ,୧୪ା୯: ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ବା ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ପକ୍ଷରୁ ଗ୍ରାହକ ସମ୍ପର୍କ ଅଭିଯାନ ନାମରେ ଏକ ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବିଶେଷକରି ଅହମ୍ମଦାବାଦ, ବେଙ୍ଗାଲୁରୁ ଏବଂ କୋଲକାତାରେ ଉକ୍ତ କାର୍ଯ୍ୟକ୍ରମର ସଫଳତା ପରେ ନିକଟରେ ଉକ୍ତ କାର୍ଯ୍ୟକ୍ରମ ଭୁବନେଶ୍ୱରର ଉଭୟ ଗ୍ରାହକ ଏବଂ ପ୍ରଶଂସକଙ୍କ ପାଇଁ ଆୟୋଜନ କରାଯାଇଥିଲା। ସେହିଭଳି ପୂର୍ବ ମାସରେ ପ୍ରଶଂସକଙ୍କ କାର୍ଯ୍ୟକଳାପ ପରେ ସେପ୍ଟେମ୍ବର ୧୦ରେ ସ୍କୋଡାର ପରିଚାଳନା ସହ ଜଡିତ ହେବା ଏବଂ କଥାବାର୍ତ୍ତା କରିବା ପାଳି ଭୁବନେଶ୍ୱରର ସ୍କୋଡା ପ୍ରଶଂସକଙ୍କର ଥିଲା। ଏହାର କାରଗୁଡିକ ସାମ୍ପ୍ରତିକ ବ୍ୟବସାୟର କେନ୍ଦ୍ର ହୋଇଥିବା ବେଳେ ବଜାରରେ ପ୍ରଶଂସକ ଏବଂ ଗ୍ରାହକଙ୍କ ଭଲପାଇବା ବ୍ରାଣ୍ଡ୍‌ ପାଇଁ ଅନେକ କିଛି ମହତ ବଜାୟ ରଖିଥାଏ ବୋଲି ସ୍କୋଡା ଅଟୋ ଇଣ୍ଡିଆ ବିଶ୍ୱାସ କରିଥାଏ। ବର୍ତ୍ତମାନ ଭୁବନେଶ୍ୱରରେ ଥିବା ସ୍କୋଡାର ପ୍ରଶଂସକମାନେ ଭାରତର ଅନ୍ୟ ୯ଟି ସହରକୁ ଯିବେ ବୋଲି ଜଣାପଡିଛି। ଅପରପକ୍ଷରେ ଭୁବନେଶ୍ୱର, ହାଇଦ୍ରାବାଦ ଏବଂ ପୁଣେରେ ଅନୁଷ୍ଠିତ ସ୍କୋଡା କାର୍ଯ୍ୟକଳାପର ପ୍ରଶଂସକମାନଙ୍କ ଠାରୁ ଅନେକ କିଛି ଜାଣିବାକୁ ମିଳିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ପ୍ରାୟ ୧୨୦ ପ୍ରଶଂସକ ଏବଂ ଗ୍ରାହକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଗ୍ରାହକ ଯୋଡ଼ ଏବଂ ଗ୍ରାହକଙ୍କ ସନ୍ତୁଷ୍ଟି ପାଇଁ ଏହି ଆଡଟ-ଅଫ୍‌-ବକ୍ସ ଆନ୍ଦୋଳନ ସ୍କୋଡା ଅଟୋ ଇଣ୍ଡିଆ ପାଇଁ କିଛି ବୃହତ୍‌ ସଫଳତା ଆଣି ଦେଇଛି। ସେହିପରି କମ୍ପାନୀ ଚଳିତ ବର୍ଷ ଜାନୁୟାରୀରୁ ଅଗଷ୍ଟ ପଯର୍‌ୟନ୍ତ ୩୭,୫୬୮ୟୁନିଟ୍‌ ଗାଡ଼ି ପଞ୍ଜୀକୃତ କରିଛି, ଯାହା ଏହାର ଭାରତ ଯାତ୍ରାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ବିକ୍ରି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri