Categories: ଜାତୀୟ

ଗ୍ରାହକ ସାଲାଡକୁ ବାସି କହିବାରୁ ରେଷ୍ଟୁରାଣ୍ଟ ମାଲିକ କଲେ ଏମିତି

ଜୟପୁର,୨୩।୧: ରାଜସ୍ଥାନର ଯୋଧପୁରସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକ ସାଲାଡକୁ ବାସି କହିବାରୁ ତାଙ୍କୁ ଭାରି ପଡ଼ିଛି। ଗ୍ରାହକଙ୍କୁ ରେଷ୍ଟୁରାଣ୍ଟର ମାଲିକ ଏବଂ ତାଙ୍କ କର୍ମଚାରୀମାନେ ଠେଙ୍ଗାରେ ପିଟି ମୁଣ୍ଡ ଫଟାଇ ଦେଇଛନ୍ତି।


ମହେନ୍ଦ୍ର ସିଂହ ନାମକ ଜଣେ ବ୍ୟକ୍ତି ଯୋଧପୁରସ୍ଥିତ ଖଙ୍ଗାର ଜୀ ରେଷ୍ଟୁରାଣ୍ଟରେ ବିଳମ୍ବିତ ରାତିରେ ଡିନର କରିବାକୁ ପହଞ୍ଚିଥିଲେ। ମହେନ୍ଦ୍ର ଖାଦ୍ୟ ଖାଇବା ସମୟରେ ସାଲାଡରୁ ଗନ୍ଧ ଆସୁଥିଲା। ସେ ସାଲାଡକୁ ବାସି କହିଦେଇଥିଲେ। ଏହା ପରେ ରେଷ୍ଟୁରାଣ୍ଟ ମାଲିକ ଏବଂ କର୍ମଚାରୀମାନେ ତାଙ୍କୁ ନିସ୍ତୁକ ପିଟିଥିଲେ। ଏହି ଘଟଣାକୁ ନେଇ ମହେନ୍ଦ୍ର ରେଷ୍ଟୁରାଣ୍ଟ ମାଲିକ ଏବଂ କର୍ମଚାରୀଙ୍କ ନାମରେ ମହାମନ୍ଦିର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମହେନ୍ଦ୍ରଙ୍କୁ ଡାକ୍ତରଖାନା ପଠାଇବା ସହ ଘଟଣାର ତଦନ୍ତ କରୁଛି।

Share