ପରମ୍ପରା ପରିବର୍ତ୍ତନ ଗ୍ରହଣୀୟ ନୁହେଁ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୨୪।୫

ରାଜ୍ୟର ଶୈବପୀଠଗୁଡ଼ିକରେ ଆଉ ବ୍ୟବହାର ହେବନି ଗଞ୍ଜେଇ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏ ନେଇ ରାଜ୍ୟର ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ଚିଠି କରାଯାଇଛି। ଶୈବପୀଠଗୁଡ଼ିକରେ ଗଞ୍ଜେଇ ବ୍ୟବହାରକୁ ବନ୍ଦ କରିବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ତେବେ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ନେଇ ବିବାଦ ଦେଖାଦେଇଛି। ଅନେକ ଶ୍ରଦ୍ଧାଳୁ, ପୂଜକ ଏହାକୁ ସଂସ୍କୃତି ବିରୋଧୀ ବୋଲି କହିବା ସହ ଶତାଧିକ ବର୍ଷର ଧର୍ମୀୟ ପରମ୍ପରାରେ ଏପରି ପରିବର୍ତ୍ତନ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଭକ୍ତଙ୍କ ଭାବନା, ବିଶ୍ୱାସ ସହ ଜଡ଼ିତ ଏପରି ପ୍ରସଙ୍ଗ ଉପରେ ବେଦଜ୍ଞ ପଣ୍ଡିତ, ଧର୍ମୀୟ ଗବେଷକମାନଙ୍କ ମତାମତ ଲୋଡ଼ା ନ ଯାଇ ହଠାତ୍‌ ସରକାର ନିଷେଧାଜ୍ଞା ପାଇଁ ଚିଠି କରିବା ଆଶ୍ଚର୍ଯ୍ୟଜନକ ବୋଲି ସେମାନେ ମତ ଦେଇଛନ୍ତି। ଶୈବପୀଠ ପରିସରରେ ଗଞ୍ଜେଇ ଟାଣିବା ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଏଥିରେ କାହାର ବିରୋଧ କରିବାର ନାହିଁ। ହେଲେ ଠାକୁରଙ୍କ ନୀତିକାନ୍ତିରେ ଏହାର ବ୍ୟବହାରକୁ ରୋକାଯିବା ଅନୁଚିତ ବୋଲି ଅନେକ ଶ୍ରଦ୍ଧାଳୁ ଓ ପୂଜକ ମତବ୍ୟକ୍ତ କରିଛନ୍ତି। ସେହିପରି ଆଉ କେତେଜଣ ସରକାରଙ୍କ ପଦକ୍ଷେପକୁ ଉଚିତ ବୋଲି ଦର୍ଶାଇଛନ୍ତି। ଠାକୁରଙ୍କ ପ୍ରସାଦ ନାମରେ କେତୋଟି ଶୈବପୀଠରେ ଗଞ୍ଜେଇର ଅପବ୍ୟବହାର କରାଯାଉଥିବା ସେମାନେ କହିଛନ୍ତି। ଏଠାରେ ଅନେକ ସମୟରେ ଚିଲମରେ ଗଞ୍ଜେଇକୁ ସେବନ କରାଯାଉଥିବାରୁ ଏହା ବ୍ୟାନ କରାଯିବା ଆବଶ୍ୟକ ବୋଲି ସମ୍ପୃକ୍ତ ଶ୍ରଦ୍ଧାଳୁମାନେ ଯୁକ୍ତି ବାଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri