Posted inUncategorized

ଫୁସ୍‌କିଗଲା ଫଳାଫଳ

ସ୍ମାର୍ଟ ହୋଇଛି ସ୍କୁଲ। ଗୁଣାତ୍ମକ ଶିକ୍ଷା ପାଇଁ ସୃଷ୍ଟି କରାଯାଇଛି ସୁନ୍ଦର ପରିବେଶ। ହେଲେ ଫଳାଫଳ କିନ୍ତୁ ଆଶାଜନକ ହୋଇପାରୁନାହିଁ। କେଉଁଠାରେ ବର୍ଷ ବର୍ଷ ଧରି ବିଷୟଭିତ୍ତିକ ଦକ୍ଷ ଶିକ୍ଷକ ପଦବୀ ଖାଲି ପଡ଼ିଛି ତ ଅନ୍ୟ କେଉଁଠି ଶିକ୍ଷାଦାନ ବ୍ୟତୀତ ଶିକ୍ଷକ ବୋହୁଛନ୍ତି ଅତିରିକ୍ତ ଚାପ। ଫଳରେ କାମାକ୍ଷାନଗର ବ୍ଲକର ସରକାରୀ ହାଇସ୍କୁଲରେ ଫଳାଫଳ ଫୁସ୍‌କିଯାଇଛି। ସ୍ବାଧୀନତା ପୂର୍ବର ସର୍ବପୁରାତନ ସାରଙ୍ଗଧର ହାଇସ୍କୁଲ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ଏ-୧ ଗ୍ରେଡ୍‌ଶୂନ୍ୟ ରହିବା ଶିକ୍ଷାର
ଦୁର୍ବଳତାକୁ ପଦାରେ ପକାଇଛି।

କାମାକ୍ଷାନଗର, ୨୪।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସରକାରୀ ବିଦ୍ୟାଳୟର ମାଟ୍ରିକ୍‌ ଫଳାଫଳ ନୈରାଶ୍ୟଜନକ ହୋଇଛି। ବହୁକୋଟି ଟଙ୍କା ଖର୍ଚ୍ଚ କରାଯାଇ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ କରାଯାଇଥିଲେ ମଧ୍ୟ ରେଜଲ୍ଟ କିନ୍ତୁ ସ୍ମାର୍ଟ ହୋଇପାରିନାହିଁ, ଯାହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ଅଭିଭାବକ ଏବଂ ଶିକ୍ଷାବିତ୍‌।
ସ୍ବାଧୀନତା ପୂର୍ବରୁ ଅର୍ଥାତ୍‌ ୧୯୪୬ରେ କାମାକ୍ଷାନଗରରେ ପ୍ରତିଷ୍ଠିତ ହୋଇଥିଲା ସାରଙ୍ଗଧର ହାଇସ୍କୁଲ। ଏକଦା ଶିକ୍ଷାରେ ଗୌରବମୟ ଇତିହାସ ବହନ କରିଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନ ସଦ୍ୟ ପ୍ରକାଶିତ ମାଟ୍ରିକ୍‌ ପରୀକ୍ଷା ଫଳରେ ଏ-୧ ଗ୍ରେଡ୍‌ ଶୂନ୍ୟ ରହିଛି। ଏପରି କି ୧୦୦% ରେଜଲ୍ଟ କରିବାରେ ମଧ୍ୟ ବିଫଳ ହୋଇଛି। ପରୀକ୍ଷା ଦେଇଥିବା ୫୭ ପିଲାଙ୍କ ମଧ୍ୟରୁ ୫୫ ପାସ୍‌ କରିଥିବାବେଳେ ୨ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି ସରକାରୀ ବାଳିକା ହାଇସ୍କୁଲରେ। ଏଠାରେ ୩୫ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯଦିଓ ରେଜଲ୍ଟ ଶତପ୍ରତିଶତ ହୋଇଛି, ତେବେ ଗତଥର ଭଳି ଚଳିତ ବର୍ଷ ମଧ୍ୟ କେହି ଏ-୧ ଗ୍ରେଡ୍‌ ହାସଲ କରିପାରି ନାହାନ୍ତି।
ବ୍ଲକର ୩୧ ହାଇସ୍କୁଲ ମଧ୍ୟରୁ ୨ଟି ସରକାରୀ, ୧୭ଟି ନୂତନ ସରକାରୀ ମାନ୍ୟତାପ୍ରାପ୍ତ, ୧୦ଟି ବ୍ଲକଗ୍ରାଣ୍ଟ, ୨ଟି ଅଣ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ରହିଛି। ନିକଟରେ ପ୍ରକାଶିତ ମାଟ୍ରିକ୍‌ ପରୀକ୍ଷାରେ ବ୍ଲକର ମୋଟ ୨୧ ଜଣ ଏ-୧ ଗ୍ରେଡ୍‌ ପାଇଛନ୍ତି। ତନ୍ମଧ୍ୟରେ ଗ୍ରାଣ୍ଟ ବିଦ୍ୟାଳୟ ତଥା କାନପୁରା ପଞ୍ଚାୟତିରାଜ ହାଇସ୍କୁଲର ୮, କାମାକ୍ଷାନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୯, ଇନ୍ଦୁପୁର ରାମେଶ୍ୱର ହାଇସ୍କୁଲର ୨ ଏବଂ ନୂତନ ସରକାରୀ ମାନ୍ୟତାପ୍ରାପ୍ତ ହାଇସ୍କୁଲର ୨ ଜଣ ରହିଛନ୍ତି। ହେଲେ ଦୁଇ ସରକାରୀ ହାଇସ୍କୁଲର ଜଣେ କେହି ଏ-୧ ତାଲିକାକୁ ଆସି ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ବ୍ଲକର ସହରାଞ୍ଚଳର ୩ଟି, ଗ୍ରାମାଞ୍ଚଳର ୨୨ ଏହିପରି ସମୁଦାୟ ୨୫ ବିଦ୍ୟାଳୟକୁ ପର୍ଯ୍ୟାୟକ୍ରମେ ୫-ଟି ଅନ୍ତର୍ଭୁକ୍ତ କରାଯାଇ ରୂପାନ୍ତରଣ କରାଯାଇଛି। ତେବେ ଛାତ୍ରୀଛାତ୍ରମାନେ ସ୍ମାର୍ଟ ବିଦ୍ୟାଳୟର ସ୍ମାର୍ଟ ପରିବେଶରେ ଶିକ୍ଷାଲାଭ କରିବାର ସୁଯୋଗ ପାଉଛନ୍ତି। ଏତେ ସୁବିଧା ଥିବାସତ୍ତ୍ୱେ ପୁରାତନ ସରକାରୀ ସ୍କୁଲର ଫଳାଫଳ ଆଶାଜନକ ହୋଇ ନ ପାରିବା ଶିକ୍ଷାଦାନ ପଦ୍ଧତି ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି।
ଅନ୍ୟପଟେ ବ୍ଲକରେ ମାଟ୍ରିକ୍‌ ଏ-୧ ଗ୍ରେଡ୍‌ ହ୍ରାସର ପ୍ରମୁଖ କାରଣ ଶିକ୍ଷକ ଅଭାବ ବୋଲି କୁହାଯାଉଛି। ହାଇସ୍କୁଲସ୍ତରୀୟ ଶିକ୍ଷାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଲାଗି ବର୍ଷ ବର୍ଷ ଧରି ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ହୋଇପାରୁନାହିଁ। ଯେତିକି ଶିକ୍ଷକ ଅଛନ୍ତି, ସେମାନଙ୍କୁ ପାଠପଢ଼ା ବ୍ୟତୀତ ଅଫିସ୍‌ର ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ପଡୁଛି। ତେଣୁ ଶିକ୍ଷାଦାନ ଊଣା ଅଧିକେ ପ୍ରଭାବିତ ହେଉଛି। ବିଷୟଭିତ୍ତିକ ଶିକ୍ଷକ ପଦବୀ ପୂରଣ ଲାଗି ଶିକ୍ଷା ବିଭାଗ ପଦକ୍ଷେପ ନେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଶିକ୍ଷାବିତ୍‌ମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?