ଉଚ୍ଚ ଶିକ୍ଷାନୁଷ୍ଠାନରେ କମିଲା ଖରା ଛୁଟି

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରା ଛୁଟି କମାଇଲେ ସରକାର। ଜୁନ୍‌ ୧ରୁ ୧୬ ପର୍ଯ୍ୟନ୍ତ ଖରା ଛୁଟି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଶ୍ୱବିଦ୍ୟାଳୟ କୁଳପତି ଏବଂ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋଭିଡ୍‌ ପାଇଁ ପାଠପଢା ପ୍ରଭାବିତ ହୋଇଥିବାରୁ ଖରା ଛୁଟି କମିଛି। ଦରକାର ପଡିଲେ ଛୁଟି ଦିନ ଓ କାର୍ଯ୍ୟଦିବସରେ ଅତିରିକ୍ତ କ୍ଲାସ କରାଯିବାକୁ ନିଷ୍ପତ୍ତି ହୋଇଛି।