କାନାରା ବ୍ୟାଙ୍କ ପକ୍ଷରୁ ମୁଦ୍ରା ବିନିମୟ ମେଳା

ଭୁବନେଶ୍ୱର,୨୦।୧୦:କାନାରା ବ୍ୟାଙ୍କର କଟକ ଅଞ୍ଚଳ ପକ୍ଷରୁ ନିକଟରେ ଏକ ମୁଦ୍ରା ବିନିମୟ ମେଳାର ଆୟୋଜନ କରାଯାଇଥିଲା। ଉକ୍ତ ମେଳା ଜରିଆରେ କଟକବାସୀ ଓ ଅନ୍ୟମାନେ ସେମାନଙ୍କର ବିଭିନ୍ନ ପ୍ରକାର ନୋଟ୍‌କୁ ବଦଳାଇ ନୂଆ ନୋଟ ସଂଗ୍ରହ କରିଥିଲେ। ବିଶେଷକରି ସାଧାରଣ ଜନତାଙ୍କ ହିତକୁ ଦୃଷ୍ଟିରେ ରଖି ପୁରୁଣା, ମଇଳା ଏବଂ ଚିରାଫଟା ନୋଟ୍‌କୁ ବ୍ୟାଙ୍କ ବଦଳାଇ ନୂଆ ନୋଟ୍‌ ଏବଂ କଏନ୍‌ ଦେବାର ବ୍ୟବସ୍ଥା ଚୌଧୁରୀ ବଜାରସ୍ଥିତ କାନାରା ବ୍ୟାଙ୍କ ଶାଖା ପରିସରର କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମହାପ୍ରବନ୍ଧକ ଦେବୀପ୍ରସାଦ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କର
ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦର ଏବଂ କ୍ଷେତ୍ରୀୟ ମୁଖ୍ୟ ନୀରଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ବ୍ୟାଙ୍କର କରେନ୍ସି ଚେଷ୍ଟର ଅଧିକାରୀ ଏବଂ କଟକ ଚୌଧୁରୀ ବଜାର ଶାଖାର ଅଧିକାରୀ ଓ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।