ଅଟକିବନି ସିରିଏଲ୍‌ ଶୁଟିଂ

ମୁମ୍ବାଇ,୧୪।୪: ମହାରାଷ୍ଟ୍ରରେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ୧୫ ଦିନିଆ ଜନତା କର୍ଫ୍ୟୁ ପାଇଁ ଘୋଷଣା କରିଛନ୍ତି। ଏହି ସମୟରେ ଫିଲ୍ମ, ଟିଭି ସିରିଏଲ୍‌ ଓ ବିଜ୍ଞାପନ ଶୁଟିଂ ଉପରେ ପୁଣି ଥରେ ରୋକୋ ଲଗାଯାଇଛି। କିନ୍ତୁ ଏହାରି ଭିତରେ ଟିଭି ସିରିଏଲ୍‌ ପ୍ରଶଂସକ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। କିଛି ଟିଭି ସିରିଏଲ୍‌ଗୁଡ଼ିକର ଶୁଟିଂ ମୁମ୍ବାଇରୁ ବାହାରେ ବା ଅନ୍ୟ ଲୋକେଶନ୍‌ରେ ହେଉଥିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଯିବ ନାହିଁ। ଯେପରିକି ସିରିୟଲ୍‌ ଇମଲି ଓ ଗୁମ ହୈ କିସିକେ ପ୍ୟାର ମେଁର ଶୁଟିଂ ହାଇଦ୍ରାବାଦରେ ହେଉଥିବା ବେଳେ ପାଣ୍ଡ୍ୟା ଷ୍ଟୋରର ଶୁଟିଂ ରାଜସ୍ଥାନର ବିକାନେର ଏବଂ ସସୁରାଲ ସିମରକା-୨ର ଶୁଟିଂ ଆଗ୍ରାରେ ହେଉଛି। ତେଣୁ ଏସବୁ ସିରିଏଲ୍‌ର ଶୁଟିଂ ଜାରି ରହିବ। ଫଳରେ ସିରିଏଲ୍‌ ଦର୍ଶକଙ୍କୁ ଏବେ ନୂଆ ଏପିସୋଡ୍‌ ଦେଖିବାରେ କୌଣସି ଅସୁବିଧା ରହିବ ନାହିଁ। ବର୍ତ୍ତମାନ ଏକତା କପୁରଙ୍କ ବାଲାଜୀ ପ୍ରଡୋକ୍ସନ ଓ ପ୍ରଯୋଜକ ରାଜନ ଶାହୀଙ୍କ ସିରିଏଲ୍‌ର ଶୁଟିଂ ଲୋକେସନ୍‌କୁ ନେଇ କୌଣସି ତଥ୍ୟ ମିଳିପାରିନାହିଁ ।

Share