ଦହି ଭାତ

ଆବଶ୍ୟକ ସାମଗ୍ରୀ:
ଚାଉଳ- ୨୫୦ଗ୍ରାମ୍‌, ଦହି- ୨୫୦ ଗ୍ରାମ୍‌, ଶୁଖିଲା ଲଙ୍କା ୫ଟି, ଚଣା ଡାଲି ୧ ଟେବୁଲ୍‌ ସ୍ପୁନ୍‌, ହରଡ ଡାଲି ୧ ଟେବୁଲ୍‌ ସ୍ପୁନ୍‌, ସୋରିଷ ଅଧ ଚାମଚ, ଭୁର୍ସୁଙ୍ଗ ପତ୍ର ୧୦-୧୫ଟି, ଆବଶ୍ୟକ ମାତ୍ରାରେ ତେଲ ଏବଂ ଲୁଣ ସ୍ବାଦାନୁସାରେ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚାଉଳରୁ ଭାତ ପ୍ରସ୍ତୁତ କରି ରଖନ୍ତୁ। ଦହିକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଚୁଲାରେ ଏକ ପ୍ୟାନ୍‌ ବସାଇ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ସୋରିଷ, ଚଣା ଡାଲି, ହରଡ ଡାଲି, ଶୁଖିଲା ଲଙ୍କା, ଭୁର୍ସୁଙ୍ଗ ପତ୍ର ପକାଇ ଭାଜି ଦିଅନ୍ତୁ। ଏହି ମିଶ୍ରଣକୁ ଦହିରେ ପକାଇ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ସେଥିରେ ସ୍ବାଦାନୁସାରେ ଲୁଣ ମିଶାନ୍ତୁ। ଶେଷରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଭାତକୁ ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ଭାତ। ଖରାଦିନେ ଏହି ଖାଦ୍ୟ ପରିବାରର ସବୁ ସଦସ୍ୟଙ୍କୁ ଖୁଆଇବାର ମଜା ନିଅନ୍ତୁ।