‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ବନ୍ଦ: ଲୋକେ ଏହାକୁ ପାଳନ କରିବେ ଏପରି…

ମୁମ୍ବାଇ, ୧୧।୮: ଚଳିତ ବର୍ଷ ମୁମ୍ବାଇରେ ଜନ୍ମାଷ୍ଟମୀ ପରଦିନ ‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ପାଳନ କରାଯିବ ନାହିଁ। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଏଭଳି କରାଯାଉଥିବା ଦହି ହାଣ୍ଡି ସମନ୍ନୟ ସମିତିର ଉପ ସଭାପତି କମଳେଶ ଭୋହିର୍‌ ସୂଚନା ଦେଇଛନ୍ତି। ସାମାଜିକ ଦୂରତା ଅବଲମ୍ବନ କରିବା ଅପରିହାର୍ଯ୍ୟ ହୋଇଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସେ କହିଛନ୍ତି। ତେବେ ଏହା ବଦଳରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଚଳିତ ବର୍ଷ ଏହି ଦିନ ‘ଆରୋଗ୍ୟ ଉତ୍ସବ’ ପାଳନ କରାଯିବ। ବିଭିନ୍ନ ଅଞ୍ଚଳର ‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ସମିତିର ସଦସ୍ୟମାନେ ଏକଜୁଟ ହୋଇ ଆରୋଗ୍ୟ ଶିବିରରେ ସାମୁହିକ ରକ୍ତଦାନ କରିବେ। ରକ୍ତଦାନ ଶିବିରରେ ୩୫୦୦ରୁ ୪୦୦୦ ବୋତଲ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି।

Share