Posted inଫୁରସତ

ବିକାଶ ପାଇଁ ନିଶାଦ୍ରବ୍ୟ କାରବାରରେ ଲଗାମ ଅପରିହାର୍ଯ୍ୟ

ନିଶାଦ୍ରବ୍ୟ ସମାଜକୁ ପଙ୍ଗୁ କରିଦିଏ। ସମାଜ, ଦେଶ ତଥା ସମଗ୍ର ପୃଥିବୀର ବିକାଶ ପାଇଁ ନିଶାଦ୍ରବ୍ୟ କାରବାରରେ ଲଗାମ ଅପରିହାର୍ଯ୍ୟ। ଏଥିରୁ ଦୂରେଇ ରହିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁନ୍‌ ୨୬ରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ବେଆଇନ କାରବାର ନିରୋଧୀ ଦିବସ ପାଳିତ ହୋଇଥାଏ।
ଏହି ଅନ୍ତର୍ଜାତୀୟ ଦିବସ ମିଳିତ ଜାତିସଂଘ ପକ୍ଷରୁ ୧୯୮୯ ମସିହାଠାରୁ ପ୍ରତିବର୍ଷ ୨୬ ଜୁନ୍‌ରେ ପାଳନ କରାଯାଉଛି। ଚାଇନାର ପ୍ରଥମ ଅଫିମ ଯୁଦ୍ଧ ପୂର୍ବରୁ ୨୫ ଜୁନ୍‌ ୧୮୩୯ରେ ଲିନ ଜେକ୍ସୁଙ୍କ ଦ୍ୱାରା ବନ୍ଦ ହୋଇଥିବା ଗୁଆଙ୍ଗଡୋଙ୍ଗର ହୁମେନର ଅଫିମ ବାଣିଜ୍ୟକୁ ସ୍ମରଣ କରିବା ପାଇଁ ଜୁନ୍‌ ୨୬ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ୭ ଡିସେମ୍ବର ୧୯୮୭ରେ ଜାତିସଂଘର ସାଧାରଣ ସଭା ରିଜୋଲ୍ୟୁଶନ ୪୨/୧୧୨ ଦ୍ୱାରା ଏହି ଦିବସ ପାଳନ ପାଇଁ ସ୍ବୀକୃତି ମିଳିଥିଲା। ୨୬ ଜୁନ୍‌ ୧୯୮୭ରେ ଭିଏନାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ ‘ଡ୍ରଗ ଅପବ୍ୟବହାର ନିୟନ୍ତ୍ରଣ ଏବଂ ଡ୍ରଗ୍‌ ଅପବ୍ୟବହାର ଓ ବେଆଇନ କାରବାର’ ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀର ଘୋଷଣାନାମାରେ ଡ୍ରଗ୍‌ ଅପବ୍ୟବହାର ଏବଂ ବେଆଇନ କାରବାର ବିରୋଧରେ ସଂଗ୍ରାମର ମହତ୍ତ୍ୱକୁ ଚିହ୍ନିତ କରିବା ପାଇଁ ବାର୍ଷିକ ଦିବସ ପାଳନ କରାଯିବା ଉଚିତ ବୋଲି ପରାମର୍ଶ ଦିଆଯାଇଥିଲା। ଉଭୟ ୧୭ ଏବଂ ୨୬ ଜୁନ୍‌କୁ ଏହି ଦିବସ ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା। ପରବର୍ତ୍ତୀ ବୈଠକରେ ଏହି ଦିବସ ପାଳନ ପାଇଁ ୨୬ ଜୁନ୍‌କୁ ଚୟନ କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ବିଭିନ୍ନ ଅଭିଯାନ, ରାଲି, ପୋଷ୍ଟର ଡିଜାଇନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ଦେଶର ଲୋକମାନେ ଏକାଠି ଏହି ଦିବସ ପାଳନ କରିଥାନ୍ତି। ନିଶାଦ୍ରବ୍ୟ ବ୍ୟବହାର ବଢ଼଼ିବା ସହିତ ଏହି ଦିବସ ପାଳନର ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିବର୍ଷ ଏହି ଦିବସ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ପର୍ଯ୍ୟବସିତ ହୋଇଥାଏ। ଚଳିତ ବର୍ଷ ପାଇଁ ଏହି ଦିବସର ବିଷୟବସ୍ତୁ ରହିଛି, ‘ପ୍ରଥମେ ଲୋକମାନେ: କଳଙ୍କ ଏବଂ ଭେଦଭାବ ବନ୍ଦ କର, ପ୍ରତିରୋଧକୁ ଦୃଢ଼ କର’ ା

 


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri