ଆରୋଗ୍ୟସାଧ୍ୟ ଯକ୍ଷ୍ମା

୧୮୮୨ ମସିହା। ସେତେବେଳେ ୟୁରୋପ ଏବଂ ଆମେରିକା ମହାଦେଶରେ ଥିଲା ଯକ୍ଷ୍ମାର ପ୍ରାଦୁର୍ଭାବ। ଏହି ରୋଗରେ ପ୍ରାୟ ପ୍ରତି ସାତ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରୁଥିଲେ। ଏହାର ଭୟାବହତାକୁ ଲକ୍ଷ୍ୟ କରିଥିଲେ ବର୍ଲିନର ଡା. ରବର୍ଟ କୋକ୍‌। ତା’ପରେ ସେ ଲାଗିପଡ଼ିଲେ ଏହି ରୋଗ ପଛରେ ଥିବା କାରଣକୁ ଖୋଜିବା ପାଇଁ। ବାସ୍‌, ତା’ପରେ ଡା. କୋକ୍‌ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଯୋଡ଼ିଥିଲେ ସଫଳତାର ଏକ ଫର୍ଦ୍ଦ। ଦୀର୍ଘଦିନର ଗବେଷଣା ପରେ ସେ ଚିହ୍ନଟ କରିଥିଲେ ଯକ୍ଷ୍ମା ପାଇଁ ଦାୟୀ ବ୍ୟାକ୍ଟେରିଆକୁ। ଏହି ବ୍ୟାକ୍ଟେରିଆକୁ ଡା. କୋକ୍‌ ‘ମାଇକୋବ୍ୟାକ୍ଟେରିୟମ୍‌ ଟ୍ୟୁବରକୁଲୋସିସ୍‌’ ନାମରେ ନାମିତ କରିଥିଲେ। ତା’ପରେ ଯକ୍ଷ୍ମାର ଚିହ୍ନଟ ଏବଂ ଚିକିତ୍ସା ପାଇଁ ଦ୍ୱାର ଉନ୍ମୁକ୍ତ ହୋଇଥିଲା। ଯେଉଁଦିନ ସେ ଏହି ଐତିହାସିକ ସଫଳତା ହାସଲ କରିଥିଲେ ତାହା ଥିଲା ୧୮୮୨ ମାର୍ଚ୍ଚ ୨୪ତାରିଖ। ଆଉ ସେହି ଦିନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ପାଳିତ ହୋଇଆସୁଛି ‘ବିଶ୍ୱ ଯକ୍ଷ୍ମା ଦିବସ’। ସମଗ୍ର ବିଶ୍ୱକୁ ଯକ୍ଷ୍ମାମୁକ୍ତ କରିବା ଏହି ଦିବସର ଲକ୍ଷ୍ୟ। ଏହି ଦିବସ ଅବସରରେ ବିଶ୍ୱର ବିଭିନ୍ନ ସ୍ଥାନରେ ଆଲୋଚନାଚକ୍ର, ସଚେତନତା ଶିବିର, ଚିକିତ୍ସା ଶିବିର ଆଦି ଆୟୋଜିତ ହୋଇଥାଏ। ଲୋକମାନଙ୍କୁ ଯକ୍ଷ୍ମାରୋଗ ସମ୍ପର୍କରେ ସଚେତନ କରାଇବା ଉକ୍ତ ଦିବସର ଅସଲ ଉଦ୍ଦେଶ୍ୟ। ୧୯୮୨ରେ ଇଣ୍ଟରନ୍ୟାଶନାଲ ୟୁନିୟନ ଏଗେନ୍‌ଷ୍ଟ ଟ୍ୟୁବରକୁଲୋସିସ୍‌ ଆଣ୍ଡ ଲଙ୍ଗ୍‌ସ ଡିଜିଜ୍‌ (ଆଇୟୁଏଟିଏଲ୍‌ଡି) ଆନୁକୂଲ୍ୟରେ କୋକ୍‌ଙ୍କର ଜନ୍ମ ଶତବାର୍ଷିକୀ ପାଳନ ହୋଇଥିଲା। ଏହି ଅବସରରେ ଯକ୍ଷ୍ମାର ନିରାକରଣ ପାଇଁ ଉପରୋକ୍ତ ସଂସ୍ଥା ପକ୍ଷରୁ ମାର୍ଚ୍ଚ ୨୪ କୁ ‘ବିଶ୍ୱଯକ୍ଷ୍ମା ଦିବସ’ ରୂପରେ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ୧୯୯୬ରେ ଆଇୟୁଏଟିଏଲ୍‌ଡି ସହ ଏହି ଅଭିଯାନରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ହାତ ମିଳାଇଥିଲା। ସମ୍ପ୍ରତି ବିଶ୍ୱସ୍ତରରେ କାୟା ମେଲିଥିବା ଯକ୍ଷ୍ମା ଆରୋଗ୍ୟସାଧ୍ୟ ହେଲେ ମଧ୍ୟ ଏହି ରୋଗ ସମ୍ପର୍କରେ ପ୍ରତିବର୍ଷ ସଚେତନତା ସୃଷ୍ଟି କରାଯାଉଛି। ତେବେ ଏହାକୁ ଆହୁରି ସୁଦୂରପ୍ରସାରୀ କରିବାକୁ ସମସ୍ତଙ୍କର ସହଯୋଗ ଲୋଡ଼ା। ଯକ୍ଷ୍ମା ଦିବସ ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ବାର୍ତ୍ତାରେ ଦର୍ଶାଯାଇଛି ଯେ ସମସ୍ତେ ଏହି ରୋଗର ନିରାକରଣ ପ୍ରତି ଆଗ୍ରହ ପ୍ରକାଶ କରିବା ଦରକାର। ସଚେତନତା ସୃଷ୍ଟି ସହ ଏହି ରୋଗକୁ ସମ୍ପୂର୍ଣ୍ଣ ମୂଳୋପତ୍ାଟନ କରିବାଲାଗି ସମସ୍ତେ ହାତ ମିଳେଇ କାମ କରିବା ଜରୁରୀ। ନ ହେଲେ ଏହାର ନିରାକରଣ ସମ୍ଭବ ହେବ ନାହିଁ।
ସମ୍ପ୍ରତି ଯକ୍ଷ୍ମାର ନିରାକରଣ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, କେନ୍ଦ୍ରସରକାରଙ୍କ ସ୍ବାସ୍ଥ୍ୟ ବିଭାଗ, ଡେନ୍‌ମାର୍କ ସରକାରଙ୍କ ଡାନିଡା ପ୍ରକଳ୍ପ ବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଜାରି ରହିଛି। ସମ୍ପ୍ରତି ସରକାର ଯକ୍ଷ୍ମାରୋଗ ପାଇଁ ଡଟ୍‌ସ ପଦ୍ଧତିକୁ ରୋଗୀମାନଙ୍କ ପାଖରେ ପହଞ୍ଚାଇବା ଲାଗି ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଓ୍ବାଡିକର୍ମୀ, ଆଶାକର୍ମୀ, ସ୍ବେଚ୍ଛାସେବୀ ସଂଗଠନର ସହାୟତା ନେଉଛନ୍ତି। ଏମାନଙ୍କ ସହଯୋଗରେ ଏହାର ନିରାକରଣ ପାଇଁ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହାତକୁ ନେଇ ସଫଳ ହୋଇଛନ୍ତି। ସରକାରଙ୍କୁ ବିଭିନ୍ନ ବେସରକାରୀ ସଂଗଠନ ମଧ୍ୟ ଏ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇଛନ୍ତି। ଯକ୍ଷ୍ମା ଏକ ସଂକ୍ରମିତ ରୋଗ ହୋଇଥିଲେ ବି ପ୍ରାଥମିକ ଅବସ୍ଥାରେ କଫ ପରୀକ୍ଷା ଦ୍ୱାରା ଏହାର ନିରାକରଣ ନୁହେଁ ବରଂ ମୂଳୋତ୍ପାଟନ ହୋଇପାରୁଛି। ଯକ୍ଷ୍ମା କ୍ଷେତ୍ରରେ ଜଣେ ରୋଗୀକୁ ଦୀର୍ଘଦିନଧରି କାଶ ହେଉ ବା ଜ୍ୱର, ରାତିରେ ଝାଳ ବୋହିବାଠାରୁ ଭୋକ କମିଯିବା, ଓଜନ କମିଯିବା ଓ ଛାତିରେ ଯନ୍ତ୍ରଣା ହେବାପରି ଲକ୍ଷଣ ଶରୀରରେ ପ୍ରକାଶ ପାଇଥାଏ। ଶରୀରର ସମସ୍ତ ଅଙ୍ଗକୁ ଏହି ଯକ୍ଷ୍ମା ଜୀବାଣୁ ଆକ୍ରାନ୍ତ କରେ। ଏହି କ୍ଷେତ୍ରରେ ସବୁଠାରୁ ବଡ଼ ଦାୟିତ୍ୱ ହେଉଛି ସମ୍ପୃକ୍ତ ରୋଗୀର କାଶ, କଫ, ଛେପ, ଖଙ୍କାର ଯେପରି କାହା ସଂସ୍ପର୍ଶରେ ନ ଆସେ ସେଥିପ୍ରତି ସଜାଗ ହେବା। ତେବେ ଯକ୍ଷ୍ମା ଆଉ ଭୟାନକ ହୋଇ ରହି ନାହିଁ ଏବଂ ଡାକ୍ତର କୋକ୍‌ଙ୍କ ଦୀର୍ଘଦିନର ଗବେଷଣାର ଫଳ ଆଜି ସଫଳ ହୋଇଛି। ଆସନ୍ତୁ ଆଜି ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଏହାର ମୂଳୋତ୍ପାଟନ ପାଇଁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଦାୟିତ୍ୱ ପ୍ରତି ଗୁରୁତ୍ୱ ପ୍ରଦାନ କରିବା।

– ଡା. ଉମେଶ ଚନ୍ଦ୍ର ପାତ୍ର
ବିଭାଗୀୟ ମୁଖ୍ୟ, ଲିଭର ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri