ଆରୋଗ୍ୟସାଧ୍ୟ ଯକ୍ଷ୍ମା

୧୮୮୨ ମସିହା। ସେତେବେଳେ ୟୁରୋପ ଏବଂ ଆମେରିକା ମହାଦେଶରେ ଥିଲା ଯକ୍ଷ୍ମାର ପ୍ରାଦୁର୍ଭାବ। ଏହି ରୋଗରେ ପ୍ରାୟ ପ୍ରତି ସାତ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରୁଥିଲେ। ଏହାର ଭୟାବହତାକୁ ଲକ୍ଷ୍ୟ କରିଥିଲେ ବର୍ଲିନର ଡା. ରବର୍ଟ କୋକ୍‌। ତା’ପରେ ସେ ଲାଗିପଡ଼ିଲେ ଏହି ରୋଗ ପଛରେ ଥିବା କାରଣକୁ ଖୋଜିବା ପାଇଁ। ବାସ୍‌, ତା’ପରେ ଡା. କୋକ୍‌ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଯୋଡ଼ିଥିଲେ ସଫଳତାର ଏକ ଫର୍ଦ୍ଦ। ଦୀର୍ଘଦିନର ଗବେଷଣା ପରେ ସେ ଚିହ୍ନଟ କରିଥିଲେ ଯକ୍ଷ୍ମା ପାଇଁ ଦାୟୀ ବ୍ୟାକ୍ଟେରିଆକୁ। ଏହି ବ୍ୟାକ୍ଟେରିଆକୁ ଡା. କୋକ୍‌ ‘ମାଇକୋବ୍ୟାକ୍ଟେରିୟମ୍‌ ଟ୍ୟୁବରକୁଲୋସିସ୍‌’ ନାମରେ ନାମିତ କରିଥିଲେ। ତା’ପରେ ଯକ୍ଷ୍ମାର ଚିହ୍ନଟ ଏବଂ ଚିକିତ୍ସା ପାଇଁ ଦ୍ୱାର ଉନ୍ମୁକ୍ତ ହୋଇଥିଲା। ଯେଉଁଦିନ ସେ ଏହି ଐତିହାସିକ ସଫଳତା ହାସଲ କରିଥିଲେ ତାହା ଥିଲା ୧୮୮୨ ମାର୍ଚ୍ଚ ୨୪ତାରିଖ। ଆଉ ସେହି ଦିନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ପାଳିତ ହୋଇଆସୁଛି ‘ବିଶ୍ୱ ଯକ୍ଷ୍ମା ଦିବସ’। ସମଗ୍ର ବିଶ୍ୱକୁ ଯକ୍ଷ୍ମାମୁକ୍ତ କରିବା ଏହି ଦିବସର ଲକ୍ଷ୍ୟ। ଏହି ଦିବସ ଅବସରରେ ବିଶ୍ୱର ବିଭିନ୍ନ ସ୍ଥାନରେ ଆଲୋଚନାଚକ୍ର, ସଚେତନତା ଶିବିର, ଚିକିତ୍ସା ଶିବିର ଆଦି ଆୟୋଜିତ ହୋଇଥାଏ। ଲୋକମାନଙ୍କୁ ଯକ୍ଷ୍ମାରୋଗ ସମ୍ପର୍କରେ ସଚେତନ କରାଇବା ଉକ୍ତ ଦିବସର ଅସଲ ଉଦ୍ଦେଶ୍ୟ। ୧୯୮୨ରେ ଇଣ୍ଟରନ୍ୟାଶନାଲ ୟୁନିୟନ ଏଗେନ୍‌ଷ୍ଟ ଟ୍ୟୁବରକୁଲୋସିସ୍‌ ଆଣ୍ଡ ଲଙ୍ଗ୍‌ସ ଡିଜିଜ୍‌ (ଆଇୟୁଏଟିଏଲ୍‌ଡି) ଆନୁକୂଲ୍ୟରେ କୋକ୍‌ଙ୍କର ଜନ୍ମ ଶତବାର୍ଷିକୀ ପାଳନ ହୋଇଥିଲା। ଏହି ଅବସରରେ ଯକ୍ଷ୍ମାର ନିରାକରଣ ପାଇଁ ଉପରୋକ୍ତ ସଂସ୍ଥା ପକ୍ଷରୁ ମାର୍ଚ୍ଚ ୨୪ କୁ ‘ବିଶ୍ୱଯକ୍ଷ୍ମା ଦିବସ’ ରୂପରେ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ୧୯୯୬ରେ ଆଇୟୁଏଟିଏଲ୍‌ଡି ସହ ଏହି ଅଭିଯାନରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ହାତ ମିଳାଇଥିଲା। ସମ୍ପ୍ରତି ବିଶ୍ୱସ୍ତରରେ କାୟା ମେଲିଥିବା ଯକ୍ଷ୍ମା ଆରୋଗ୍ୟସାଧ୍ୟ ହେଲେ ମଧ୍ୟ ଏହି ରୋଗ ସମ୍ପର୍କରେ ପ୍ରତିବର୍ଷ ସଚେତନତା ସୃଷ୍ଟି କରାଯାଉଛି। ତେବେ ଏହାକୁ ଆହୁରି ସୁଦୂରପ୍ରସାରୀ କରିବାକୁ ସମସ୍ତଙ୍କର ସହଯୋଗ ଲୋଡ଼ା। ଯକ୍ଷ୍ମା ଦିବସ ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ବାର୍ତ୍ତାରେ ଦର୍ଶାଯାଇଛି ଯେ ସମସ୍ତେ ଏହି ରୋଗର ନିରାକରଣ ପ୍ରତି ଆଗ୍ରହ ପ୍ରକାଶ କରିବା ଦରକାର। ସଚେତନତା ସୃଷ୍ଟି ସହ ଏହି ରୋଗକୁ ସମ୍ପୂର୍ଣ୍ଣ ମୂଳୋପତ୍ାଟନ କରିବାଲାଗି ସମସ୍ତେ ହାତ ମିଳେଇ କାମ କରିବା ଜରୁରୀ। ନ ହେଲେ ଏହାର ନିରାକରଣ ସମ୍ଭବ ହେବ ନାହିଁ।
ସମ୍ପ୍ରତି ଯକ୍ଷ୍ମାର ନିରାକରଣ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, କେନ୍ଦ୍ରସରକାରଙ୍କ ସ୍ବାସ୍ଥ୍ୟ ବିଭାଗ, ଡେନ୍‌ମାର୍କ ସରକାରଙ୍କ ଡାନିଡା ପ୍ରକଳ୍ପ ବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଜାରି ରହିଛି। ସମ୍ପ୍ରତି ସରକାର ଯକ୍ଷ୍ମାରୋଗ ପାଇଁ ଡଟ୍‌ସ ପଦ୍ଧତିକୁ ରୋଗୀମାନଙ୍କ ପାଖରେ ପହଞ୍ଚାଇବା ଲାଗି ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଓ୍ବାଡିକର୍ମୀ, ଆଶାକର୍ମୀ, ସ୍ବେଚ୍ଛାସେବୀ ସଂଗଠନର ସହାୟତା ନେଉଛନ୍ତି। ଏମାନଙ୍କ ସହଯୋଗରେ ଏହାର ନିରାକରଣ ପାଇଁ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହାତକୁ ନେଇ ସଫଳ ହୋଇଛନ୍ତି। ସରକାରଙ୍କୁ ବିଭିନ୍ନ ବେସରକାରୀ ସଂଗଠନ ମଧ୍ୟ ଏ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇଛନ୍ତି। ଯକ୍ଷ୍ମା ଏକ ସଂକ୍ରମିତ ରୋଗ ହୋଇଥିଲେ ବି ପ୍ରାଥମିକ ଅବସ୍ଥାରେ କଫ ପରୀକ୍ଷା ଦ୍ୱାରା ଏହାର ନିରାକରଣ ନୁହେଁ ବରଂ ମୂଳୋତ୍ପାଟନ ହୋଇପାରୁଛି। ଯକ୍ଷ୍ମା କ୍ଷେତ୍ରରେ ଜଣେ ରୋଗୀକୁ ଦୀର୍ଘଦିନଧରି କାଶ ହେଉ ବା ଜ୍ୱର, ରାତିରେ ଝାଳ ବୋହିବାଠାରୁ ଭୋକ କମିଯିବା, ଓଜନ କମିଯିବା ଓ ଛାତିରେ ଯନ୍ତ୍ରଣା ହେବାପରି ଲକ୍ଷଣ ଶରୀରରେ ପ୍ରକାଶ ପାଇଥାଏ। ଶରୀରର ସମସ୍ତ ଅଙ୍ଗକୁ ଏହି ଯକ୍ଷ୍ମା ଜୀବାଣୁ ଆକ୍ରାନ୍ତ କରେ। ଏହି କ୍ଷେତ୍ରରେ ସବୁଠାରୁ ବଡ଼ ଦାୟିତ୍ୱ ହେଉଛି ସମ୍ପୃକ୍ତ ରୋଗୀର କାଶ, କଫ, ଛେପ, ଖଙ୍କାର ଯେପରି କାହା ସଂସ୍ପର୍ଶରେ ନ ଆସେ ସେଥିପ୍ରତି ସଜାଗ ହେବା। ତେବେ ଯକ୍ଷ୍ମା ଆଉ ଭୟାନକ ହୋଇ ରହି ନାହିଁ ଏବଂ ଡାକ୍ତର କୋକ୍‌ଙ୍କ ଦୀର୍ଘଦିନର ଗବେଷଣାର ଫଳ ଆଜି ସଫଳ ହୋଇଛି। ଆସନ୍ତୁ ଆଜି ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଏହାର ମୂଳୋତ୍ପାଟନ ପାଇଁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଦାୟିତ୍ୱ ପ୍ରତି ଗୁରୁତ୍ୱ ପ୍ରଦାନ କରିବା।

– ଡା. ଉମେଶ ଚନ୍ଦ୍ର ପାତ୍ର
ବିଭାଗୀୟ ମୁଖ୍ୟ, ଲିଭର ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri