Categories: ଖେଳ

ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ସିଡ୍‌ନୀ,୨୪।୨: ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ବଡ଼ ଝଟ୍‌କା ଲାଗିଛି। ତୃତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ଉପଲବ୍ଧ ହେବେ ନାହିଁ। ଦିଲ୍ଲୀ ଟେଷ୍ଟ ପରେ ପ୍ୟାଟ କମିନ୍ସ ତୁରନ୍ତ ଅଷ୍ଟ୍ରେଲିଆ ଫେରିଥିଲେ। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁଯାୟୀ, ପାରିବାରିକ କାରଣରୁ ଇନ୍ଦୋର ଟେଷ୍ଟ ପର୍ଯ୍ୟନ୍ତ ପ୍ୟାଟ କମିନ୍ସ ଭାରତ ଫେରି ପାରିବେ ନାହିଁ। ଚାରି ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଦଳ ପୂର୍ବରୁ ୦-୨ ପଛରେ ରହିଛି। ବର୍ତ୍ତମାନ ପ୍ୟାଟ କମିନ୍ସଙ୍କ ଅନୁପସ୍ଥିତିରେ ଦଳର ଅଧିନାୟକ ଦାୟିତ୍ୱ ଉପ-ଅଧିନାୟକ ଷ୍ଟିଭ ସ୍ମିଥଙ୍କ ହାତରେ ରହିବ।

Share