ସଂସ୍କୃତି ଓ ସଙ୍ଗୀତ

ଯେତେବେଳେ ଭଗବାନ୍‌ ଶିବ ଗୀତ ଗାଇବା ଆରମ୍ଭ କଲେ ସେତେବେଳେ ବିଷ୍ଣୁ ତରଳିଗଲେ ଏବଂ ତାଙ୍କ ଶରୀର ଗଙ୍ଗା ଜଳରେ ପରିଣତ ହେଲା। ରାବଣ ବିଷ୍ଣୁଙ୍କ ଅସ୍ଥିକୁ ବିମ୍‌ ଭାବେ ଏବଂ ସ୍ନାୟୁକୁ ବାଦ୍ୟଯନ୍ତ୍ରର ତାର ବା ତନ୍ତ୍ରୀ ଏବଂ ମୁଣ୍ଡକୁ ତୁମ୍ବା ଭାବେ ବ୍ୟବହାର କରି ବୀଣା ଉଦ୍ଭାବନ କରିଥିଲେ। ଦେଖିବାକୁ ଗଲେ ହିନ୍ଦୁଧର୍ମର ଲୋକକଥା ଏହିଭଳି କାହାଣୀଗୁଡ଼ିକରେ ପରିପୂର୍ଣ୍ଣ। କିନ୍ତୁ ବୁଦ୍ଧ ଏବଂ ଜୈନ ତୀର୍ଥଙ୍କର ସହ ବାଦ୍ୟଯନ୍ତ୍ର ଥିବା କେହି କେବେ ଦେଖି ନ ଥିବେ। ସଙ୍ଗୀତ ସନ୍ନ୍ୟାସୀଙ୍କ ସହିତ ବି ଜଡ଼ିତ ନ ଥିଲା। ଏହାକୁ ଭକ୍ତିମାର୍ଗର ସାଧୁମାନେ କେବଳ ବ୍ୟବହାର କରୁଥିଲେ। ରୂଢ଼ିବାଦୀ ଖ୍ରୀଷ୍ଟିଆନ ଏବଂ ମୁସଲମାନଙ୍କ କ୍ଷେତ୍ରରେ ଈଶ୍ବରଙ୍କ ଆରାଧନାରେ ଗୀତ ଓ ଭଜନ ବ୍ୟତୀତ ମ୍ୟୁଜିକ ଏକ ପାପ ଥିଲା। ଏହିପରି ଭାବେ ସଙ୍ଗୀତ ସଂସ୍କୃତି ସମ୍ପର୍କରେ ଅନେକ କିଛି ପ୍ରକାଶ କରେ।
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ମଧୁର ସ୍ବର ବା ରାଗ କିମ୍ବା ଏକକ ତାଳ ଉପରେ ଆଧାରିତ, ଯେଉଁଠାରେ ଜଣେ ବ୍ୟକ୍ତି ଏକ ସ୍ବରରେ ଗାଆନ୍ତି ଏବଂ ପରେ ଅନ୍ୟ ବାଦ୍ୟଯନ୍ତ୍ର ବା ସ୍ବର ଏଥିରେ ସହଯୋଗ କରିଥାଏ। ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତ ଏକାଧିକ ସ୍ବର ସହିତ ଜଡ଼ିତ ଥିବାବେଳେ ଏକ ନୂତନ ତଥା ଭିନ୍ନ ସଙ୍ଗୀତ ସୃଷ୍ଟି କରିବା ପାଇଁ ବିଭିନ୍ନ ଧ୍ୱନିକୁ ଏକତ୍ର କରି ଭାରତୀୟ ସଙ୍ଗୀତ ଏକ ସରଳ ଓ ସ୍ପଷ୍ଟ ସ୍ବର ସୃଷ୍ଟି କରେ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ତୁରନ୍ତ ରଚନା କରିହୁଏ। ଏହାକୁ ପ୍ରାରମ୍ଭିକ ତଥା ଧୀର ତାଳରେ ଗାଇହୁଏ। ଅନ୍ୟପଟେ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତକୁ ଗାଇବା କଷ୍ଟକର। କିନ୍ତୁ ଆଫ୍ରିକାରୁ ପାଶ୍ଚାତ୍ୟକୁ ଯାଇଥିବା ଜାଜ୍‌ ମ୍ୟୁଜିକକୁ ତୁରନ୍ତ କମ୍ପୋଜ କରି ଗାଇହୁଏ। ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତକୁ ମଧ୍ୟ ସହଜରେ ଲେଖାଯାଇପାରିବ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ସାତଟି ସ୍ବର କିମ୍ବା ତାଳ ଅଛି – ଯାହାକୁ ବିଭିନ୍ନ ପ୍ରକାରେ ଅଦଳବଦଳ କରି ରାଗ ସୃଷ୍ଟି କରାଯାଇଥାଏ। ରସ ଏବଂ ଭାବ ଜାଗ୍ରତ କରିବା ପାଇଁ ଏକ ତାଳରେ ଏହାକୁ ଗାନ କରାଯାଏ। ରସ ଏବଂ ଭାବ ସଙ୍ଗୀତର ଅଂଶ ନୁହନ୍ତି। ସଙ୍ଗୀତ ଏକ ଅନୁଭବ ଏବଂ ଦର୍ଶକ କଳାକାରଙ୍କୁ ଗାଇବା ଲାଗି ପ୍ରେରିତ କରିଥାନ୍ତି। ଅନ୍ୟପକ୍ଷରେ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତ କ୍ଷତ୍ରରେ ରସ ଏବଂ ଭାବ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହାକୁ ଠିକ୍‌ ଭାବରେ ଗାଇ ହୁଏନି। ବାସ୍ତବରେ ସଙ୍ଗୀତ ପ୍ରତି ବିଶ୍ୱସ୍ତତା ବା ନିଷ୍ଠା ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ।
ସାମ ବେଦ ହେଉଛି ଭାରତୀୟ ସଙ୍ଗୀତର ଆଦ୍ୟ ପ୍ରମାଣ। ପ୍ରାଗ୍‌ଐତିହାସିକ ଯୁଗରେ ସଙ୍ଗୀତ ଆରମ୍ଭ ହୋଇଥିଲା। ପ୍ରସ୍ତର ଯୁଗରେ ଲୋକମାନେ ପଥର ସହ ପଥରକୁ ବାଡ଼େଇ ମ୍ୟୁଜିକ ସୃଷ୍ଟି କରୁଥିଲେ। ଏଭଳି ପଥରଗୁଡ଼ିକୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ଓଡ଼ିଶାରେ ଆବିଷ୍କାର କରିଛନ୍ତି। ପରେ ପ୍ରସ୍ତର ଯୁଗରେ ଲୋକେ ସ୍ବର ଏବଂ ବାଦ୍ୟଯନ୍ତ୍ରର ବିକାଶ କଲେ। ହରପ୍ପାରୁ ମିଳିଥିବା ଏକ ମୋହରରେ ସାତ ଜଣ ଲୋକ ସମାନ ପୋଷାକ ପିନ୍ଧି ଏକ ଗଛ ଚାରିପାଖରେ ନାଚୁଥିବାର ଐତିହାସିକ ପ୍ରମାଣ ରହିଛି। ତେଣୁ ଏହି ନୃତ୍ୟକୁ ସହଯୋଗ କରିବାରେ ନିଶ୍ଚିତ ଭାବେ ମ୍ୟୁଜିକ ରହିଥିବ ବୋଲି ଅନୁମାନ କରାଯାଏ। ଯେହେତୁ ବାଦ୍ୟଯନ୍ତ୍ରଗୁଡ଼ିକ ଜୈବ ପଦାର୍ଥରେ ନିର୍ମିତ, ସେଥିପାଇଁ ସେଗୁଡ଼ିକ ଦୀର୍ଘ ସମୟ ଅକ୍ଷୁଣ୍ଣ ରହିବା ସମ୍ଭବ ହୋଇନାହିଁ। ତେଣୁ ହରପ୍ପା ସଭ୍ୟତାରେ ବ୍ୟବହାର କରାଯାଉଥିବା ମାଟି ତିଆରି ବାଦ୍ୟଯନ୍ତ୍ରଗୁଡ଼ିକ ଆମ ପାଖରେ ନାହିଁ। କିନ୍ତୁ ହରପ୍ପାର ଲୋକମାନେ ସୁମେରିଆନ (ବାବିଲୋନିଆର ପୁରାତନ ଲୋକ)ଙ୍କ ସହିତ ବାଣିଜି୍ୟକ ସମ୍ପର୍କ ସ୍ଥାପନ କରିଥିଲେ। ସୁମେରୀୟ କବର ଏବଂ କଳାରେ ହରପ୍ପାରୁ ମିଳିଥିବା ବାଦ୍ୟଯନ୍ତ୍ରଗୁଡ଼ିକର ଛାପ ଦେଖିବାକୁ ମିଳେ। ଏଣୁ ଏଗୁଡ଼ିକୁ ସେତେବେଳେ ହରପ୍ପାବାସୀ ରପ୍ତାନି କରିଥାଇ ପାରିଥାଆନ୍ତି ବୋଲି ଐତିହାସିକମାନେ ମତ ଦିଅନ୍ତି।
ଭାରତୀୟ ସଙ୍ଗୀତର ପ୍ରଥମ ସ୍ପଷ୍ଟ ପ୍ରମାଣ ସାମ ବେଦରୁ ମିଳେ (ଖ୍ରୀଷ୍ଟପୂର୍ବ ୧୦୦୦), ଯାହା ଋଗ୍‌ ବେଦର ପଂକ୍ତିକୁ ନେଇ ସଙ୍ଗୀତ ସୃଷ୍ଟି କରିଥିଲା। ଗନ୍ଧର୍ବ ବା ସ୍ବର୍ଗର ସଙ୍ଗୀତଜ୍ଞଙ୍କ ବିଷୟରେ ମଧ୍ୟ ସାମବେଦରେ ଉଲ୍ଲେଖ ରହିଛି। ସଙ୍ଗୀତକାରମାନେ ସଂସ୍କୃତ ନାଟକ ମାଧ୍ୟମରେ ରାଜାମାନଙ୍କ ମନୋରଞ୍ଜନ କରୁଥିବାର ଉଦାହରଣ ସବୁ ରହିଛି। ହିନ୍ଦୁ ମନ୍ଦିର ଏବଂ ବୌଦ୍ଧ ଗୁମ୍ଫାର କାନ୍ଥରେ ମହିଳା ସଙ୍ଗୀତଜ୍ଞଙ୍କ ମୂର୍ତ୍ତି ଦେଖିବାକୁ ମିଳେ।
ଇସ୍‌ଲାମର ଆଗମନ ପରେ ଭାରତରେ ମ୍ୟୁଜିକରେ ବଡ଼ ପରିବର୍ତ୍ତନ ହୋଇଛି। ପାର୍ସୀ ସଙ୍ଗୀତ ପରମ୍ପରା ଭାରତରେ ପ୍ରବେଶ କରିବା ପରେ ଉତ୍ତର ଭାରତୀୟ (ହିନ୍ଦୁସ୍ଥାନୀ) ସଙ୍ଗୀତ ପ୍ରଣାଳୀର ବୃଦ୍ଧି ଘଟିଛି, ଯାହା ପୁରାତନ ତଥା ଅଧିକ ପାରମ୍ପରିକ ଦକ୍ଷିଣ ଭାରତୀୟ (କର୍ନାଟିକ୍‌) ସଙ୍ଗୀତ ପ୍ରଣାଳୀଠାରୁ ଭିନ୍ନ। ହିନ୍ଦୁସ୍ଥାନୀ ସଙ୍ଗୀତ ରାଜ ଦରବାରରେ ଏବଂ ପ୍ରତିଷ୍ଠିତ ପରିବାରଗୁଡ଼ିକ(ଘାରାନା)ରେ ପୃଷ୍ଠପୋଷକତା ଲାଭ କରିଥିଲା। ବିଶେଷକରି ପ୍ରତିଷ୍ଠିତ ନୃତ୍ୟଶିଳ୍ବୀ(ତୱିଫ) ଙ୍କ ଦ୍ୱାରା ଏହା ସମ୍ଭବ ହୋଇଥିଲା। ପରେ ମନ୍ଦିର ଏବଂ ଦେବଦାସୀ ପରିବାରଗୁଡ଼ିକରେ ଏହା ପୃଷ୍ଠପୋଷକତା ପାଇଥିଲା।
ବ୍ରିଟିଶମାନଙ୍କ ସହିତ ଅର୍କେଷ୍ଟ୍ରା ଏବଂ ସାମରିକ ବ୍ୟାଣ୍ଡ୍‌ ଭାରତକୁ ଆସିଲା। ଭାରତୀୟ ସୈନ୍ୟବାହିନୀ ସର୍ବଦା ଡ୍ରମ୍‌ ଏବଂ ବଗଲ ସହିତ ଜଡ଼ିତ ରହିଆସିଥିଲେ ବି ଇଂରେଜମାନେ ବ୍ୟାଣ୍ଡ୍‌କୁ ଭାରତରେ ପ୍ରବେଶ କରାଇଥିଲେ। ଏହି ବ୍ୟାଣ୍ଡ୍‌ ଦକ୍ଷିଣ ଭାରତର ସଙ୍ଗୀତଜ୍ଞଙ୍କ ଉପରେ ଅଧିକ ପ୍ରଭାବ ପକାଇଥିଲା। କେବଳ ଅଷ୍ଟାଦଶ ଶତାବ୍ଦୀରେ ଏହା ଘଟିଥିଲା। କର୍ନାଟିକ ସଙ୍ଗୀତକୁ ସମୃଦ୍ଧ କରିଥିବା ତିନି ସଙ୍ଗୀତଜ୍ଞ ହେଲେ ତ୍ୟାଗରାଜ, ମୁଥୁସ୍ବାମୀ ଦୀକ୍ଷିତାର ଏବଂ ଶ୍ୟାମ ଶାସ୍ତ୍ରୀ। ଦକ୍ଷିଣରେ ଦେବଦାସୀ ଏବଂ ଉତ୍ତରରେ ତାଓ୍ବିଫଙ୍କ ଦ୍ୱାରା ଭାରତର ସଙ୍ଗୀତ ପରମ୍ପରାର ମିଳନ ଘଟିଥିଲା। ବାଙ୍ଗାଲୋରର କର୍ନାଟକୀ ଗାୟିକା ତଥା ଦେବଦାସୀ ନାଗରଥନମ୍ମା ଏହାର ଉଦାହରଣ। ସେ ତ୍ୟାଗରାଜଙ୍କ ପାଇଁ ସମାଧି ନିର୍ମାଣ କରିଥିଲେ। ଉତ୍ତର ଭାରତରେ ଗୌହରଜାନଙ୍କ ପରି ଗାୟିକା ଓ ନର୍ତ୍ତକୀ, ଯିଏ କି ଭାରତରେ ୭୮ ଆର୍‌ପିଏମ୍‌ ରେକର୍ଡରେ ସଙ୍ଗୀତ ରେକର୍ଡ କରିଥିବା ପ୍ରଥମ କଳାକାରଙ୍କ ମଧ୍ୟରୁ ଜଣେ ଏବଂ ଗାୟିକା ତଥା ଅଭିନେତ୍ରୀ ବେଗମ୍‌ ଅଖତରଙ୍କର ମଧ୍ୟ ଅବଦାନ ରହିଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri