ବିନା ମାଟିରେ କେଶର ଚାଷ

ଭୁବନେଶ୍ୱର,୧୨।୧୧(ଅନୁରାଧା ମହାରଣା)ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଜଗନ୍ନାଥ ବିହାର ଅଞ୍ଚଳର ସୁବ୍ରତ କୁମାର ମହାନ୍ତି ବିନା ମାଟିରେ ସାଫ୍ରନ୍‌(କେଶର) ଚାଷ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ଇରାନ୍‌ରେ ବିଶ୍ୱରେ ସର୍ବାଧିକ କେଶର ଚାଷ କରାଯାଏ। ଭାରତରେ କଶ୍ମୀରକୁ ବାଦ୍‌ ଦେଲେ ଅନ୍ୟ ଅଞ୍ଚଳରେ ଏହି ଚାଷ ଅତି ନଗଣ୍ୟ। ତେବେ ସୁବ୍ରତ ଓଡ଼ିଶାରେ କେଶର ଚାଷ କରି ସଫଳ ହୋଇନାହାନ୍ତି, ବିନା ମାଟିରେ ଏହି ଚାଷ କରି କେବଳ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଇସ୍ରାଏଲର ଚାଷ ପ୍ରଣାଳୀ ଏରୋପୋନିକ, ହାଇଡ୍ରୋପୋନିକ ଏବଂ ଏରୋପୋନିକ ଭର୍ଟିକାଲ ପ୍ରଣାଳୀରେ ସେ କଶ୍ମୀର ମୋଗ୍ରା କେଶର ଚାଷ କରିଛନ୍ତି। କେଶର କର୍ମଗୁଡ଼ିକ ବଢ଼ି ଫୁଲ ଧରିଲାଣି। ଅଳ୍ପ କିଛିଦିନ ମଧ୍ୟରେ ଏଥିରୁ କେଶର ଅମଳ ହେବ। ତେବେ ପରୀକ୍ଷାମୂଳକ ଭାବେ ଏହି ଚାଷ କରିଥିବାବେଳେ ଏଥିରେ ୩ରୁ ୪ ଲକ୍ଷ ଟଙ୍କା ବ୍ୟୟ କରିଥିବା ସେ କହିଛନ୍ତି। କେଶର ଫୁଲର ଷ୍ଟିଗ୍‌ମା ଅଂଶର ପ୍ରକ୍ରିୟାକରଣ ପରେ ଏହା ବଜାରକୁ ଛଡ଼ାଯାଇଥାଏ। ଗୋଟିଏ ଗୋଟିଏ କର୍ମରୁ ୭ରୁ ୮ଟି ଫୁଲ ଫୁଟିବା ସହ ପ୍ରତି ଫୁଲରୁ ୩ରୁ ୪ଟି ଷ୍ଟିଗ୍‌ମା ମିଳିଥାଏ। ଅକ୍ଟୋବରରୁ ନଭେମ୍ବର ମଧ୍ୟରେ କର୍ମରେ ଫୁଲ ଫୁଟି ଶୁଖିବା ପରେ ଅକ୍ଟୋବରରୁ ଏପ୍ରିଲ ମଧ୍ୟରେ ଫୁଲ ଫୁଟି କଅଁଳିବାକୁ ଲାଗିଥାଏ। ସେହିପରି ନଭେମ୍ବରରୁ ଏପ୍ରିଲ ମଧ୍ୟରେ କର୍ମଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇବା ସହ ମେ’ରୁ ଅଗଷ୍ଟ ମଧ୍ୟରେ ଡୋମାନ୍ସି ଅବସ୍ଥାରେ ରହିଥାଏ। ବର୍ତ୍ତମାନ ସୁବ୍ରତ ଗବେଷଣାତ୍ମକ ଭାବେ ଚାଷ କରିଛନ୍ତି। ଏଥିପାଇଁ ସେ ନିଜ ଘରର ଗୋଟିଏ କୋଠରିକୁ ଏହି ଚାଷ ପାଇଁ ପ୍ରସ୍ତୁତ କରିଛନ୍ତି। ଦିନରେ ଏହି କୋଠରିର ତାପମାତ୍ରା ୧୦ ଡିଗ୍ରୀ ଓ ରାତିରେ ୫ ଡିଗ୍ରୀ ସେଲସିୟସ୍‌ ରହୁଛି। ସେ ପୂରା ଚାଷ ପ୍ରଣାଳୀକୁ ଟେକ୍ନୋଲୋଜି ମାଧ୍ୟମରେ ନିୟନ୍ତ୍ରଣ କରିପାରୁଛନ୍ତି। କୋଠରୀ ଆଲୋକ, ଶୀତତାପ ନିୟନ୍ତ୍ରଣ ଆଦି ସମସ୍ତ କାର୍ଯ୍ୟ ସେ ତାଙ୍କ ମୋବାଇଳ ଫୋନ୍‌ ଦ୍ୱାରା କରିପାରୁଛନ୍ତି। କୋଠରୀରେ କ୍ୟାମେରା ଲାଗିଥିବାରୁ ସେ ଯେକୌଣସି ସ୍ଥାନରେ ରହି ଏହା ଉପରେ ନଜର ରଖିପାରୁଛନ୍ତି। ତେଣୁ କେଶର ଚାଷ ପାଇଁ ବର୍ତ୍ତମାନ ଅନେକ ଆଗ୍ରହୀ ଚାଷୀ ସୁବ୍ରତଙ୍କ ସହ ଯୋଗାଯୋଗ କରି ଚାଷ ପ୍ରଣାଳୀ ଜାଣିବାକୁ ଚାହଁୁଛନ୍ତି। ଆଗକୁ ଏପରି ଅତ୍ୟାଧୁନିକ ଚାଷ ପ୍ରଣାଳୀ ସମ୍ପର୍କରେ ଆଗ୍ରହୀ ଚାଷୀଙ୍କୁ ଆବଶ୍ୟକ ଟ୍ରେନିଂ ଦେବାକୁ ସୁବ୍ରତ ଲକ୍ଷ୍ୟ ରଖିଥିବା କହିଛନ୍ତି।
କି, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ସଏଲ୍‌ ସାଇନ୍ସରେ ଏମ୍‌ଏସ୍‌ସିି କରିବା ପରେ ସୁବ୍ରତ ହିନ୍ଦୁ୍‌ସ୍ଥାନ ଲିଭର, କରମଣ୍ଡଳ ଫର୍ଟିଲାଇଜର, ଇଫ୍‌କୋ କିଷାନ୍‌ ସଞ୍ଚାର ଆଦି କମ୍ପାନୀରେ ବିଭିନ୍ନ ପଦବୀର କାର୍ଯ୍ୟ କରିଛନ୍ତି। ମାତ୍ର ଓଡ଼ିଶାରେ ଅତ୍ୟାଧୁନିକ ପ୍ରଣାଳୀରେ ଚାଷକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ସେ ନିଜ ଘରକୁ କୃଷିକ୍ଷେତ୍ରରେ ପରିଣତ କରିଛନ୍ତି। ବିନା ମାଟିରେ ୩୫ରୁ ଅଧିକ ପ୍ରକାର ଚାଷ କରି ସେ ସ୍ଥାନୀୟ ଅଞ୍ଚଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି। ଆଗକୁ ବିନା ମାଟିରେ କିପରି ତୁଲୀପ୍‌ ଚାଷ କରାଯାଇପାରିବ ସେନେଇ ଗବେଷଣା କରିବେ ବେଲି ସେ କହିଛନ୍ତି। ଯୁବ ଚାଷୀମାନେ ଏହି ପ୍ରଣାଳୀରେ କମ୍‌ ସ୍ଥାନ, କମ୍‌ ଖର୍ଚ୍ଚରେ କିପରି ଅଧିକ ଲାଭବାନ୍‌ ହୋଇପାରିବେ ସେନେଇ ନୂଆ ଦୀଶା ଦେଖାଇବାରେ ଲାଗିପଡିଛନ୍ତି ସୁବ୍ରତ।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri