ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ଛତୁଚାଷ

କେନ୍ଦ୍ରାପଡ଼ା,୨୯ା୩ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ନାହିଁ। ପର୍ଯ୍ୟଟନ ଶିଳ୍ପ ଓ କୃଷିଭିତ୍ତିକ ଶିଳ୍ପ ପାଇଁ ବାରମ୍ବାର ଦାବି ହେଉଛି। କର୍ମ ନିଯୁକ୍ତିକୁ ନେଇ ଜିଲାବାସୀ ସଂଘର୍ଷ କରୁଛନ୍ତି। ତେବେ ରାଜନଗରର କେତେଜଣ ଯୁବତୀ ଓ ମହିଳା ଛତୁଚାଷ କରି ସଫଳ ହୋଇଛନ୍ତି। ୨୦୦ରୁ ଊର୍ଦ୍ଧ୍ୱ ପରିବାରର ମହିଳାମାନେ ଏହି ଚାଷ କରି ମାସିକ ୭ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। କରୋନା ସଂକ୍ରମଣ ସମୟରେ ଛତୁଚାଷ ତାଙ୍କ ପାଇଁ ଆଶୀର୍ବାଦ ପାଲଟିଥିବା ସେମାନେ କହିଛନ୍ତି।
ରାଜନଗର ଅଞ୍ଚଳର ପଦନୀ ରାଉତ, ଅମିତା ଦାସ, ସ୍ବର୍ଣ୍ଣଲତା ଦାସ, ସରସ୍ବତୀ ବେହେରା ପ୍ରମୁଖ କହିଛନ୍ତି, ଜିଲାରେ କର୍ମନିଯୁକ୍ତି ଏକ ସ୍ବପ୍ନ ପରି। ଏଥିପାଇଁ ଆନ୍ଧ୍ରପ୍ରଦେଶରେ ରହି ଏକ ଚିଙ୍ଗୁଡି ଘେରିରେ କାର୍ଯ୍ୟ କରୁଥିଲୁ। ତେବେ କରୋନା ସଂକ୍ରମଣ ଆରମ୍ଭ ହେବାରୁ ଚିଙ୍ଗୁଡ଼ି ଘେରି ବନ୍ଦ ହୋଇଗଲା। ଘରକୁ ଫେରିବା ପରେ ପରିବାର ଭରଣପୋଷଣ ଏକ ସମସ୍ୟା ହେଲା। ଏହି ସମୟରେ ଓଡ଼ିଶା ଜୀବିକା ମିଶନ ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗଠନ କରି ଛତୁଚାଷ ପାଇଁ ପ୍ରୋତ୍ସାହନ ମିଳୁଥିବା ନେଇ ଆଲୋଚନା ହେଲା। ଏ ନେଇ ଗ୍ରାମର ମହିଳା ଓ ଯୁବତୀ ଏକାଠି ହୋଇ ଛତୁଚାଷ କାର୍ଯ୍ୟରେ ଲାଗିଥିଲେ। ଛତୁ ଉତ୍ପାଦନ ପରେ ଏହାକୁ ବିକ୍ରି କରି ମାସକୁ ପ୍ରାୟ ୭ ହଜାର ଟଙ୍କା ରୋଜଗାର ହେଉଥିବା ସେମାନେ ପ୍ରକାଶ କରିଛନ୍ତି। ସେମାନେ କହିଥିଲେ ଯେ, ସାମ୍ପ୍ରତିକ ସମୟରେ ନିରାମିଷ ଖାଦ୍ୟ ପ୍ରତି ଲୋକଙ୍କ ରୁଚି ବଢ଼ିଛି। ଛତୁରେ ଲୌହସାର ସହ ପ୍ରଚୁର ଭିଟାମିନ ଅଛି। ଖାଦ୍ୟ ଭାବେ ଏହା ସଭିଙ୍କ ପ୍ରିୟ। ତେବେ ବର୍ଷସାରା ଛତୁ ମିଳୁ ନ ଥିବାରୁ ଲୋକମାନେ ବର୍ଷାଦିନ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ। ଏସ୍‌ଏଚ୍‌ଜିଙ୍କ ପାଳଛତୁ ଉପତ୍ାଦନ ଏହି ସମସ୍ୟାର ସମାଧାନ କରିଛି। ଛତୁଚାଷ ନେଇ କେତେଜଣ ମହିଳା ୨୦୧୬ ମସିହାରେ ତାଲିମ ନେଇଥିଲେ। ଏହି ତାଲିମ କରୋନା ସଂକ୍ରମଣ ସମୟରେ କାମରେ ଲାଗିଛି। ଏହି ଚାଷ ରାଜନଗର ବ୍ଲକ ଅଞ୍ଚଳର କେତେକ ଗ୍ରାମରେ କୁଟୀର ଶିଳ୍ପ ପାଲଟିଛି। ବଜାରରେ ଏବେ ପାଳଛତୁ କିଗ୍ରା ପ୍ରତି ୨୦୦ରୁ ୨୨୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏହା ବ୍ୟତୀତ ବ୍ୟବସାୟୀମାନେ ଘର ନିକଟରୁ କିଲୋଗ୍ରାମ ପ୍ରତି ୧୮୦ ଟଙ୍କାରେ କିଣି ନେଉଛନ୍ତି। ଚାଷରେ ସମୟ ଅସମୟରେ କ୍ଷତି ହେଉଛି। ଦିନକୁ ଦୁଇଥର ବେଡ୍‌ରୁ ଛତୁ ତୋଳା ଯାଇ ବିକ୍ରି ନ ହେଲେ ନଷ୍ଟ ହେଉଛି। ବେଳେବେଳେ ଅଧା ଦାମରେ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ପଡୁଛି। ପ୍ରତି ପଞ୍ଚାୟତରେ ଏସ୍‌ଏଚ୍‌ଜିଙ୍କ ଉପତ୍ାଦ ବିକ୍ରି ପାଇଁ ମଣ୍ଡିଗୃହ ବ୍ୟବସ୍ଥା ହେଲେ ସମସ୍ୟାର କିଛି ମାତ୍ରାରେ ସମାଧାନ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଜିଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ରଙ୍କୁ ଏ ସମ୍ପର୍କରେ ପଚାରିବାରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଛତୁ ଫାର୍ମ ପାଇଁ ଆବଶ୍ୟକ ତାଲିମ ସହ ଜୀବିକା ମିଶନରେ ସବ୍‌ସିଡି ସହ ଋଣ ଅର୍ଥ ଯୋଗାଇ ଦିଆଯାଉଛି। ଏହା ଦ୍ୱାରା କର୍ମନିଯୁକ୍ତି ସହ ମହିଳାମାନେ ସ୍ବାବଲମ୍ବୀ ହୋଇ ପାରିଛନ୍ତି ବୋଲି ସେ କହିଛନ୍ତି। ମିଶନ ଶକ୍ତି ପ୍ରକଳ୍ପ ପରିଚାଳକ କୈଳାସ ସେନାପତିଙ୍କୁ ପଚାରିବାରେ ଜିଲାର ୨୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ମଣ୍ଡି ସ୍ଥାପନ ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri