ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ଛତୁଚାଷ

କେନ୍ଦ୍ରାପଡ଼ା,୨୯ା୩ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ନାହିଁ। ପର୍ଯ୍ୟଟନ ଶିଳ୍ପ ଓ କୃଷିଭିତ୍ତିକ ଶିଳ୍ପ ପାଇଁ ବାରମ୍ବାର ଦାବି ହେଉଛି। କର୍ମ ନିଯୁକ୍ତିକୁ ନେଇ ଜିଲାବାସୀ ସଂଘର୍ଷ କରୁଛନ୍ତି। ତେବେ ରାଜନଗରର କେତେଜଣ ଯୁବତୀ ଓ ମହିଳା ଛତୁଚାଷ କରି ସଫଳ ହୋଇଛନ୍ତି। ୨୦୦ରୁ ଊର୍ଦ୍ଧ୍ୱ ପରିବାରର ମହିଳାମାନେ ଏହି ଚାଷ କରି ମାସିକ ୭ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। କରୋନା ସଂକ୍ରମଣ ସମୟରେ ଛତୁଚାଷ ତାଙ୍କ ପାଇଁ ଆଶୀର୍ବାଦ ପାଲଟିଥିବା ସେମାନେ କହିଛନ୍ତି।
ରାଜନଗର ଅଞ୍ଚଳର ପଦନୀ ରାଉତ, ଅମିତା ଦାସ, ସ୍ବର୍ଣ୍ଣଲତା ଦାସ, ସରସ୍ବତୀ ବେହେରା ପ୍ରମୁଖ କହିଛନ୍ତି, ଜିଲାରେ କର୍ମନିଯୁକ୍ତି ଏକ ସ୍ବପ୍ନ ପରି। ଏଥିପାଇଁ ଆନ୍ଧ୍ରପ୍ରଦେଶରେ ରହି ଏକ ଚିଙ୍ଗୁଡି ଘେରିରେ କାର୍ଯ୍ୟ କରୁଥିଲୁ। ତେବେ କରୋନା ସଂକ୍ରମଣ ଆରମ୍ଭ ହେବାରୁ ଚିଙ୍ଗୁଡ଼ି ଘେରି ବନ୍ଦ ହୋଇଗଲା। ଘରକୁ ଫେରିବା ପରେ ପରିବାର ଭରଣପୋଷଣ ଏକ ସମସ୍ୟା ହେଲା। ଏହି ସମୟରେ ଓଡ଼ିଶା ଜୀବିକା ମିଶନ ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗଠନ କରି ଛତୁଚାଷ ପାଇଁ ପ୍ରୋତ୍ସାହନ ମିଳୁଥିବା ନେଇ ଆଲୋଚନା ହେଲା। ଏ ନେଇ ଗ୍ରାମର ମହିଳା ଓ ଯୁବତୀ ଏକାଠି ହୋଇ ଛତୁଚାଷ କାର୍ଯ୍ୟରେ ଲାଗିଥିଲେ। ଛତୁ ଉତ୍ପାଦନ ପରେ ଏହାକୁ ବିକ୍ରି କରି ମାସକୁ ପ୍ରାୟ ୭ ହଜାର ଟଙ୍କା ରୋଜଗାର ହେଉଥିବା ସେମାନେ ପ୍ରକାଶ କରିଛନ୍ତି। ସେମାନେ କହିଥିଲେ ଯେ, ସାମ୍ପ୍ରତିକ ସମୟରେ ନିରାମିଷ ଖାଦ୍ୟ ପ୍ରତି ଲୋକଙ୍କ ରୁଚି ବଢ଼ିଛି। ଛତୁରେ ଲୌହସାର ସହ ପ୍ରଚୁର ଭିଟାମିନ ଅଛି। ଖାଦ୍ୟ ଭାବେ ଏହା ସଭିଙ୍କ ପ୍ରିୟ। ତେବେ ବର୍ଷସାରା ଛତୁ ମିଳୁ ନ ଥିବାରୁ ଲୋକମାନେ ବର୍ଷାଦିନ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ। ଏସ୍‌ଏଚ୍‌ଜିଙ୍କ ପାଳଛତୁ ଉପତ୍ାଦନ ଏହି ସମସ୍ୟାର ସମାଧାନ କରିଛି। ଛତୁଚାଷ ନେଇ କେତେଜଣ ମହିଳା ୨୦୧୬ ମସିହାରେ ତାଲିମ ନେଇଥିଲେ। ଏହି ତାଲିମ କରୋନା ସଂକ୍ରମଣ ସମୟରେ କାମରେ ଲାଗିଛି। ଏହି ଚାଷ ରାଜନଗର ବ୍ଲକ ଅଞ୍ଚଳର କେତେକ ଗ୍ରାମରେ କୁଟୀର ଶିଳ୍ପ ପାଲଟିଛି। ବଜାରରେ ଏବେ ପାଳଛତୁ କିଗ୍ରା ପ୍ରତି ୨୦୦ରୁ ୨୨୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏହା ବ୍ୟତୀତ ବ୍ୟବସାୟୀମାନେ ଘର ନିକଟରୁ କିଲୋଗ୍ରାମ ପ୍ରତି ୧୮୦ ଟଙ୍କାରେ କିଣି ନେଉଛନ୍ତି। ଚାଷରେ ସମୟ ଅସମୟରେ କ୍ଷତି ହେଉଛି। ଦିନକୁ ଦୁଇଥର ବେଡ୍‌ରୁ ଛତୁ ତୋଳା ଯାଇ ବିକ୍ରି ନ ହେଲେ ନଷ୍ଟ ହେଉଛି। ବେଳେବେଳେ ଅଧା ଦାମରେ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ପଡୁଛି। ପ୍ରତି ପଞ୍ଚାୟତରେ ଏସ୍‌ଏଚ୍‌ଜିଙ୍କ ଉପତ୍ାଦ ବିକ୍ରି ପାଇଁ ମଣ୍ଡିଗୃହ ବ୍ୟବସ୍ଥା ହେଲେ ସମସ୍ୟାର କିଛି ମାତ୍ରାରେ ସମାଧାନ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଜିଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ରଙ୍କୁ ଏ ସମ୍ପର୍କରେ ପଚାରିବାରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଛତୁ ଫାର୍ମ ପାଇଁ ଆବଶ୍ୟକ ତାଲିମ ସହ ଜୀବିକା ମିଶନରେ ସବ୍‌ସିଡି ସହ ଋଣ ଅର୍ଥ ଯୋଗାଇ ଦିଆଯାଉଛି। ଏହା ଦ୍ୱାରା କର୍ମନିଯୁକ୍ତି ସହ ମହିଳାମାନେ ସ୍ବାବଲମ୍ବୀ ହୋଇ ପାରିଛନ୍ତି ବୋଲି ସେ କହିଛନ୍ତି। ମିଶନ ଶକ୍ତି ପ୍ରକଳ୍ପ ପରିଚାଳକ କୈଳାସ ସେନାପତିଙ୍କୁ ପଚାରିବାରେ ଜିଲାର ୨୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ମଣ୍ଡି ସ୍ଥାପନ ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri