ଅଦିନିଆ ବର୍ଷା ଉଜାଡ଼ିଲା ରବିଚାଷ

ନୂଆପଡା ଅଫିସ,୫ା୫: ନୂଆପଡା ଜିଲାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଧାନଚାଷ ସହ ପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଚଳିତବର୍ଷ ଅଦିନିଆ ବର୍ଷା ସହ କୂଆ ପଥର ମାଡରେପରିବା ଚାଷ ସବୁ ନଷ୍ଟ ହେବାରେ ଲାଗିଛି। କୋମନା ବ୍ଲକ ନୂଆଗାଁ ପଞ୍ଚାୟତର ଲୋହୋଣ୍ଡୋପାଲି, ଠୁଟିବର, କାମକେଡା, ତୁକଲାପଡା, ଗୋନିଆପଡା, ଗଣ୍ଡାମେର ପଞ୍ଚାୟତର କଣ୍ଟାପାଲି, ଦାନୋଝଲା, କାଣ୍ଡେତରା ପଞ୍ଚାୟତର ମହୁଲଭଟା, ମାଲପଡା, କାଣ୍ଡେତରା ଅଞ୍ଚଳରେ ହୋଇଥିବା ପିଆଜ ଚାଷ ଅଦିନିଆ ବର୍ଷାରେ ସର୍ବାଧିକ କ୍ଷତି ହୋଇଛି। କିଆରିରେ ପାଣି ଜମି ରହୁଥିବାରୁ ଅମଳ ଅବସ୍ଥାରେ ଥିବା ପିଆଜ ସବୁ ନଷ୍ଟ ହୋଇଯାଉଛି। ଅମଳ ବେଳକୁ ଚାଷ ନଷ୍ଟ ହେଉଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ପିଆଜ ଚାଷ ସହ ଭେଣ୍ଡି, କଲରା, ବାଇଗଣ, ପାତଳଘଣ୍ଟା, ଝୁଲେର, ଲଙ୍କା, ଫୁଲକୋବି, ପତ୍ରକୋବି ଆଦି ଚାଷରେ ରୋଗପୋକ ଲାଗିବା ପରେ ଚାଷୀ ହତାଶ ହୋଇପଡିଛି। ପତ୍ର ପୋଡିଲା ଭଳି ହୋଇ ଗଛ ସବୁ ବଢି ପାରୁନାହିଁ। ବିରୁନପଦର, ଇଛାପୁର, ବାଗମୁଣ୍ଡା, ବେଲରଦନା, ସିଲେଟପାଣି, ଗୋହିରାପଦର, ସାହଜଟ ଅଞ୍ଚଳରେ ବାଇଗଣ, କଲରା, ଝୁଡଙ୍ଗ, ଲଙ୍କା, କଖାରୁ, ଲାଉ, ପତ୍ରକୋବି, ଫୁଲକୋବି ଚାଷୀ ଭାଳେଣିରେ ପଡିଛନ୍ତି।
ଅପରପକ୍ଷରେ ରବିଧାନ ଏବେ ଅମଳ ଅବସ୍ଥାରେ ରହିଛି। ଏହି ସମୟରେ ବର୍ଷା ସାଙ୍ଗକୁ କୂଆପଥର ମାଡରେ ଗଛରୁ ଧାନକାନ୍ଦି ସବୁ ଝଡି ପଡୁଛି। ଜଡାମୁଣ୍ଡା ସୁନ୍ଦର ଜଳସେଚନ ପ୍ରକଳ୍ପ ଅଞ୍ଚଳର ଜଡାମୁଣ୍ଡା, ଗନିଆରୀ, ଖଇରଭାଡି, ଜନ୍ଦ୍ରାମୁଣ୍ଡା, ଠୋଙ୍ଗୋ ଓ ଲଟକନପଡା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି, ସାଇପଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ମାଇନର ଜୋଙ୍କ ଜଳସେଚନ ପ୍ରକଳ୍ପ ପତୋରା ଆଦି ପ୍ରକଳ୍ପ ପାଣିରେ ହୋଇଥିବା ଧାନଚାଷ କୁଆପଥର ମାଡରେ ପ୍ରଭୃତ କ୍ଷତି ହୋଇଛି। ବଞ୍ଚି ରହିଥିବା ଧାନଗଛରେ କାଣ୍ଡବିନ୍ଧା ପୋକ ଲାଗି ଶୁଖିଯାଉଛି।
ଚଳିତ ରବିଋତୁରେ ନଦୀକୂଳିଆ ଗାଁମାନଙ୍କର ଚାଷୀ ତରଭୁଜ ଚାଷ କରିଥିଲା। ଭଲ ଅମଳ ଆଶାଥିଲା। ହେଲେ ଅଦିନିଆ ବର୍ଷା ଓ କୁଆ ପଥର ମାଡ ସବୁ ଉଜାଡି ଦେଲା। ଜିଲା ସହକାରୀ କୃଷି ଅଧିକାରୀ ସୁଧାଂଶୁ ଶେଖର ସାହୁଙ୍କୁ ପଚାରିବାରୁ ଜିଲାର ୨୪ଟି ପଞ୍ଚାୟତର ଧାନ ଚାଷି ଇନସ୍ୟୁରାନ୍ସ୍ସ କରିଛନ୍ତି। ସେମାନଙ୍କ ଧାନଚାଷ ନଷ୍ଟ ଅନୁଯାୟୀ ଆକଳନ କରି ରିପୋର୍ଟ ଦେଲା ପରେ ସରକାରୀ ସହାୟତା ପାଇବେ। ପିଆଜ ଚାଷ ପାଇଁ ଉଦ୍ୟାନ ବିଭାଗ ଓ ରାଜସ୍ବ ବିଭାଗ ମିଳିତ ଆକଳନ କରି ରିପୋର୍ଟ ଦେଲାପରେ ଯେଉଁମାନଙ୍କର ୩୩ପ୍ରତିଶତରୁ ଅଧିକ ଚାଷ ନଷ୍ଟ ହୋଇଥିବା ସେମାନେ ସରକାରୀ ସହାୟତା ପାଇବେ। ପରିବା ଚାଷ ପାଇଁ ମଧ୍ୟ ଇନ୍‌ପୁଟ ସବ୍‌ସିଡି ବ୍ୟବସ୍ଥା ରହିଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri