Categories: ଜାତୀୟ

‘ଥରେ ଛାତିର ସିଟି-ସ୍କାନ, ୩୦୦ ଥର ଏକ୍ସ-ରେ ସହ ସମାନ’

ନୂଆଦିଲ୍ଲୀ,୩।୫: ସାଧାରଣ ଲକ୍ଷଣ ଥିବା କୋଭିଡ୍‌ ଆକ୍ରାନ୍ତଙ୍କ ପାଇଁ ସିଟି-ସ୍କାନ ଆଦୌ ଦରକାର ନାହିଁ। ସିଟି-ସ୍କାନର ଉପକାରିତା ସାଙ୍ଗକୁ କ୍ଷତିକାରକ ମଧ୍ୟ ରହିଛି। ଥରଟିଏ ଛାତିର ସିଟି-ସ୍କାନ କରିବାର ଅର୍ଥ ହେଉଛି ୩୦୦ ଥର ଏକ୍ସ-ରେ କରିବା ସହ ସମାନ। ସିଟି-ସ୍କାନରେ ପଡୁୁୁଥିବା ରଶ୍ମି ଦେହ ପାଇଁ କ୍ଷତିକାରକ ବୋଲି ସୋମବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ଦୈନିକ ଖବରଦାତା ସମ୍ମିଳନୀ ଅବସରରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ପ୍ରକାଶ କରିଛନ୍ତି। ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହୁଥିବା କରୋନା ଆକ୍ରାନ୍ତ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ରୋଗୀଙ୍କର ଅମ୍ଳଜାନ ସ୍ତର ୯୩ରୁ ତଳକୁ ଖସିଲେ କିମ୍ବା ଚେତା ବୁଡ଼ିବା, ଛାତିରେ ଯନ୍ତ୍ରଣା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ସେ କହିଥିଲେ। ବର୍ତ୍ତମାନ ଦେଶରେ କରୋନା ପରୀକ୍ଷା ପାଇଁ ସିଟି-ସ୍କାନର ଦୁରୁପଯୋଗ ହେଉଛି। ଲୋକେ ସଚେତନ ହୋଇ ଭୟଭୀତ ନ ହେବାକୁ ସେ ନିବେଦନ କରିଥିଲେ।

Share