Posted inଖେଳ

CSK ଅବସ୍ଥା ଖରାପ: ଦଳର କ୍ୱାଲିଫାଏକୁ ନେଇ ମୁହଁ ଖୋଲିଲେ ଧୋନୀ

ମୁମ୍ବାଇ,୨୧।୪: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଶୋଚନୀୟ ପରାଜୟ ବରଣ କରିଛି। ଏହି ସିଜିନରେ ଚେନ୍ନାଇର ଅବସ୍ଥା ବହୁତ ଖରାପ। ଦଳଟି ପଏଣ୍ଟ ଟେବୁଲର ସବୁଠାରୁ ତଳେ ଅଛି। ଏପର୍ଯ୍ୟନ୍ତ ୮ଟି ମ୍ୟାଚ ମଧ୍ୟରୁ ଚେନ୍ନାଇ ସୁପର କିଙ୍ଗ୍ସ କେବଳ ଦୁଇଟି ମ୍ୟାଚ ଜିତିପାରିଛି। ମୁମ୍ବାଇ ବିପକ୍ଷ ପରାଜୟ ପରେ, ଚେନ୍ନାଇ ଅଧିନାୟକ ଏମଏସ ଧୋନୀ ଏକ ବଡ଼ ବୟାନ ଦେଇଛନ୍ତି।

MI ଠାରୁ ପରାଜୟ ପରେ, ଧୋନୀ ସ୍ବୀକାର କରିଛନ୍ତି ତାଙ୍କ ଖେଳାଳିମାନେ ସେମାନଙ୍କର ରଣନୀତି କାର୍ଯ୍ୟକାରୀ କରିପାରି ନ ଥିଲେ। ସେ ଏହା ମଧ୍ୟ କହିଛନ୍ତି, ଆମକୁ ବାକି ଥିବା ସମସ୍ତ ମ୍ୟାଚ ଜିତିବାକୁ ପଡିବ। ଆମେ ଗୋଟିଏ ସମୟରେ କେବଳ ଗୋଟିଏ ମ୍ୟାଚ ଉପରେ ଧ୍ୟାନ ଦେଉଛୁ। ଯଦି ଆମେ ଭବିଷ୍ୟତରେ କିଛି ମ୍ୟାଚ ହାରିଯାଉ, ତେବେ ଆଗାମୀ ବର୍ଷ ପାଇଁ ସଠିକ ସଂଯୋଜନ ପ୍ରସ୍ତୁତ କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଆଗାମୀ ବର୍ଷ ପାଇଁ ଏକ କୋର ଗ୍ରୁପ ପ୍ରସ୍ତୁତ କରୁଛୁ।

ସେ ଆହୁରି କହିଛନ୍ତି, ଆମେ ଅଧିକ ଖେଳାଳି ପରିବର୍ତ୍ତନ କରିବା ପକ୍ଷରେ ନାହୁଁ। ଆମ ପାଇଁ ବର୍ତ୍ତମାନ ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କରିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଯଦି ତାହା ନ ହୁଏ, ତେବେ ଆମର ଧ୍ୟାନ ଆସନ୍ତା ବର୍ଷ ପାଇଁ ୧୧ ଜଣ ଖେଳାଳିଙ୍କୁ ପ୍ରସ୍ତୁତ କରିବା ଏବଂ ତା’ପରେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବା ଉପରେ ରହିବ।

ଚେନ୍ନାଇର ନିୟମିତ ଅଧିନାୟକ ଋତୁରାଜ ଗାୟକ୍ୱାଡଙ୍କ ଆଘାତ ପରେ, ଏମଏସ ଧୋନୀଙ୍କୁ ଦଳର କମାଣ୍ଡ ଦିଆଯାଇଥିଲା। ଏହା ପରେ ମଧ୍ୟ ଦଳର ଅବସ୍ଥାରେ କୌଣସି ଉନ୍ନତି ହୋଇନାହିଁ। ରବିବାର MI ଚେନ୍ନାଇକୁ ୯ ଉଇକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇର ଦଳ ପ୍ରଥମେ ଖେଳିବା ପରେ ମାତ୍ର ୧୭୬ ରନ କରିପାରିଥିଲା, ଦଳ ଶେଷ ଓଭର ଗୁଡ଼ିକରେ ଶୀଘ୍ର ରନ କରିବାରେ ବିଫଳ ହୋଇଥିଲା। ଗୋଟିଏ ସମୟରେ ଚେନ୍ନାଇର ସ୍କୋର ୧୬ ଓଭରରେ ୩ ଉଇକେଟ ହରାଇ ୧୪୨ ରନ ଥିଲା। ତା’ପରେ ଶେଷ ୪ ଓଭରରେ ମାତ୍ର ୩୪ ରନ ହୋଇଥିଲା। ଜବାବରେ, ମୁମ୍ବାଇ ମାତ୍ର ୧୫.୪ ଓଭରରେ ମ୍ୟାଚ ଜିତି ନେଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri