ସିଏସ୍‌କେର ୨ ଓପନର ପାଭିଲିୟନ ଫେରିଲେ…

ମୁମ୍ବାଇ, ୨୬।୩ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇର ଓ୍ବାଙ୍ଖେଡ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ବୋଲର ଉମେଶ ଯାଦବ ଚେନ୍ନାଇ ସୁପର କିଙ୍ଗ୍ସର ୨ ଓପନର ଋତୁରାଜ ଗାଇକ୍ୱାଡ଼େ ଏବଂ ଆଇପିଏଲ୍‌ରେ ଡେବ୍ୟୁ କରିଥିବା ନ୍ୟୁଜିଲାଣ୍ଡର ଡେବୋନ୍‌ କୋନଓ୍ବେଙ୍କୁ ଆଉଟ୍‌ କରି ପାଭିଲିୟନ ଫେରାଇ ଦେଇଛନ୍ତି। ଋତୁରାଜ ଖାତା ନ ଖୋଲି ଆଉଟ୍‌ ହୋଇଥିବାବେଳେ ଡେବୋନ୍‌ ୮ ବଲ୍‌ ଖେଳି ୩ ରନ୍‌ କରି ଶ୍ରେୟସ୍‌ ଆୟରଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଛନ୍ତି।

Share