ଟସ୍‌ ଜିତିଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ

ପୁଣେ,୪।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ପୁଣେର ଏମସିଏ ଷ୍ଟାଡିୟମରେ ଖେଳାଯାଉଛି । ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରିବ। ବେଙ୍ଗାଲୁରୁ ଦଳ ଏହି ମ୍ୟାଚରେ କୌଣସି ପରିବର୍ତ୍ତନ କରିନାହିଁ ସେପଟେ ଚେନ୍ନାଇର ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛ। ମିଚେଲ ସ୍ୟାଣ୍ଟନର୍‌ଙ୍କ ସ୍ଥାନରେ ମୋଇନ ଅଲି ଫେରିଛନ୍ତି।

Share