Categories: ଖେଳ

ଶତକ ମାରିପାରିଲେନି ମୋଇନ, ରାଜସ୍ଥାନକୁ ୧୫୧ ରନ୍‌ର ବିଜୟଲକ୍ଷ୍ୟ

ମୁମ୍ବାଇ,୨୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ର ଶୁକ୍ରବାର ଖେଳାଯାଉଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଜାରି ରହିଛି। ମ୍ୟାଚ୍‌ରେ ରାଜସ୍ଥାନକୁ ବିଜୟ ଲାଗି ୧୫୧ ରନ୍‌ର ଟାର୍ଗେଟ ମିଳିଛି।

ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳ ପକ୍ଷରୁ ମୋଇନ ଅଲି ବିସ୍ଫୋରକ ବ୍ୟାଟିଂ କରି ୧୯ ବଲ୍‌ରେ ଅର୍ଦ୍ଧଶତକ ମାରିଥିଲେ। ହେଲେ ଏହା ପରେ ସେ ଧିମେଇ ଯାଇ ୫୭ ବଲ୍‌ରେ ୯୩ ରନ୍‌ କରିବାରେ ସଫଳ ହୋଇଥିଲେ। ଏହା ତାଙ୍କ ଆଇପିଏଲ୍‌ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ସ୍କୋର ପାଲଟିଛି।

ପ୍ରକାଶ ଯେ, ପୂର୍ବରୁ ଚେନ୍ନାଇ ପ୍ଲେ ଅପ୍‌ ଦୌଡ଼ରୁ ବାହାରି ସାରିଥିବା ବେଳେ ରାଜସ୍ଥାନ ପାଇଁ ମ୍ୟାଚ୍‌ଟି ଗୁରୁତ୍ୱପୂର୍ଣ୍ଣ। କାରଣ ମ୍ୟାଚ୍‌ ଜିତିଲେ ଦଳ ୧୬ ପଏଣ୍ଟ ହାସଲ କରି ପ୍ଲେଅଫ୍‌ ଦୌଡ଼ରେ ଆଉ ପାଦେ ଆଗକୁ ଯିବ।

Share