Categories: ଖେଳ

ଟସ୍‌ ଜିତିଲା ସିଏସ୍‌କେ, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ଦୁବାଇ,୧।୧୧: ରବିବାର ଚଳିତ ଆଇପିଏଲ୍‌ର ଶେଷ ମ୍ୟାଚ୍‌ ଖେଳୁଛି ଚେନ୍ନାଇ ସୁପର କିଙ୍ଗସ। କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ଏହି ମ୍ୟାଚ୍‌ରେ ଚେନ୍ନାଇ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ ପଞ୍ଜାବ ପାଇଁ କର ବା ମର ପରି ହୋଇପଡିଛି। ଯଦି ପଞ୍ଜାବ ଏହି ମ୍ୟାଚ ହାରେ ତେବେ ପ୍ଲେ ଅଫ୍‌ରୁ ବାଦ୍‌ ପଡିବ। ସେପଟେ ଚେନ୍ନାଇ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍‌ରୁ ପୂର୍ବରୁ ବାଦ୍‌ ପଡିଥିବାରୁ ଶେଷ ମ୍ୟାଚ୍‌ ଦଳ ପାଇଁ ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ। ତଥାପି ବିଜୟର ସହ ବିଦାୟ ଦେବାକୁ ଚେଷ୍ଟା କରିବ ଦଳ। ଉଭୟ ଦଳ ଚଳିତ ଆଇପିଏଲରେ ୧୩ଟି ଲେଖାଏ ମ୍ୟାଚ୍‌ ଖେଳି ସାରିଛନ୍ତି। ଚେନ୍ନାଇ ୫ଟି ବିଜୟ ଓ ୮ଟି ପରାଜୟ ପଏଣ୍ଟ ଟେବୁଲର ଶେଷରେ ରହିଛି। ସେହିପରି ପାଞ୍ଜାବ ୬ଟି ବିଜୟ ଓ ୭ଟି ପରାଜୟ ସହ ପଞ୍ଚମ ସ୍ଥାନରେ ରହିଛି।

Share