Posted inଖେଳ

ଚେନ୍ନାଇକୁ ୧୫୪ ରନ୍‌ର ଟାର୍ଗେଟ ଦେଲା ପଞ୍ଜାବ

ଦୁବାଇ,୧।୧୧:ଆଇପିଏଲ ୨୦୨୦ର ୫୩ତମ ମ୍ୟାଚରେ ଦୀପକ ହୁଡାଙ୍କ ଚମତ୍କାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମୁଖରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୫୪ ରନ ବିଜୟ ଲକ୍ଷ୍ୟ ରଖିଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୬ ଉଇକେଟ ହରାଇ ୧୫୩ ରନ ସଂଗ୍ରହ କରିଥିଲା। ଲୁଙ୍ଗି ଏଙ୍ଗିଡି ଚେନ୍ନାଇ ପାଇଁ ଚମତ୍କାର ବୋଲିଂ କରିଥିଲେ। ସେ ୪ ଓଭରରେ ୩୯ ରନ ଦେଇ ୩ଟି ଉଇକେଟ ନେଇଥିଲେ। ସେହିପରି ପଞ୍ଜାବ ପକ୍ଷରୁ ଦୀପକ ହୁଡା ୬୨ ରନର ପାଳି ଖେଳିଥିଲେ। ଏହି ମ୍ୟାଚ ପଞ୍ଜାବ ପାଇଁ କର ବା ମର ପରି ହୋଇପଡିଛି। ଯଦି ପଞ୍ଜାବ ଏହି ମ୍ୟାଚ ହାରେ ତେବେ ପ୍ଲେ ଅଫ୍‌ରୁ ବାଦ୍‌ ପଡିବ। ସେପଟେ ଚେନ୍ନାଇ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍‌ରୁ ପୂର୍ବରୁ ବାଦ୍‌ ପଡିଥିବାରୁ ଶେଷ ମ୍ୟାଚ୍‌ ଦଳ ପାଇଁ ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ। ତଥାପି ବିଜୟର ସହ ବିଦାୟ ଦେବାକୁ ଚେଷ୍ଟା କରିବ ଦଳ। ଉଭୟ ଦଳ ଚଳିତ ଆଇପିଏଲରେ ୧୩ଟି ଲେଖାଏ ମ୍ୟାଚ ଖେଳି ସାରିଛନ୍ତି। ଚେନ୍ନାଇ ୫ଟି ବିଜୟ ଓ ୮ଟି ପରାଜୟ ପଏଣ୍ଟ ଟେବୁଲର ଶେଷରେ ରହିଛି। ସେହିପରି ପଞ୍ଜାବ ୬ଟି ବିଜୟ ଓ ୭ଟି ପରାଜୟ ସହ ପଞ୍ଚମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ୍‌ ବ୍ରେକ୍‌ ସମୟରେ ସନ୍ତାନକୁ ସ୍ତନ୍ୟପାନ କରାଇଲେ ଏହି ଖେଳାଳି

ଗୁଆହାଟି,୧୧।୧୨: ମିଜୋରାମର ଜଣେ ମହିଳା ଭଲିବଲ୍‌ ଖେଳାଳିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ସେ ୭ ମାସର ସନ୍ତାନଙ୍କୁ ସ୍ତନ୍ୟପାନ...

ଜୀବନ ଯୁଦ୍ଧରେ ହାରିଲେ ଫ୍ଲାଇଂ ଶିଖ୍‌ ମିଲ୍‌ଖା

ଚଣ୍ଡିଗଡ଼,୧୯।୬: ଭାରତର ମହାନ ଧାବକ ମିଲଖା ସିଂହଙ୍କ ପରଲୋକ। ଦୌଡ଼ ପ୍ରତିଯୋଗୀତାରେ କେବେ ହାର ମାନି ନ ଥିବା ମିଲ୍‌ଖା ଆଜି କିନ୍ତୁ ଜୀବନ ଯୁଦ୍ଧରେ...

ଅଧିନାୟକ କୋହଲିଙ୍କ ରେକର୍ଡ

ପୁଣେ, ୧୧ା୧ (ପି.ଟି.)-ଅଧିନାୟକଭାବେ ବିରାଟ କୋହଲି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ରେ ସେ ୨୬ ରନ କରିବା ଅବସରରେ...

ଇଣ୍ଡିଆନ ସୁପରଲିଗ୍‌: ଶେଷ ମୁହୂର୍ତ୍ତ ଗୋଲରେ ହାରିଲା ଓଡ଼ିଶା

ଫତୋର୍ଡା, ୪।୧୨- ୯୦ ମିନିଟରେ କଡ଼ା ଟକ୍କର। ଉଭୟ ଓଡ଼ିଶା ଏଫ୍‌ସି ଓ ଏଟିକେ ମୋହନବାଗାନ ଗୋଲଶୂନ୍ୟଭାବେ ୪ ମିନିଟ ଇଞ୍ଜୁରି ଟାଇମ୍‌ ଖେଳିଲେ। ଏହାର...

କେପିଏଲ୍‌ ଫିକ୍ସିଂ: ନିଜ ଆଡ଼ୁ ତଦନ୍ତ କରୁଛି ବିସିସିଆଇ

ମୁମ୍ବାଇ,୯।୧୧-କର୍ନାଟକ ଉଇକେଟ କିପର ସି.ଏମ୍‌. ଗୌତମ ଓ ମିଜୋରାମ ଅଧିନାୟକ ଆବରାର କାଜି ନିକଟରେ କ୍ରାଇମ ବ୍ରାଞ୍ଚ ଦ୍ୱାରା ଗିରଫ ହେବା ପରେ ବିସିସିଆଇର ଚିନ୍ତା...

ଶ୍ରୀକାନ୍ତ, ଅଞ୍ଜୁମ ପାଇବେ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର

ନୂଆଦିଲ୍ଲୀ, ୨୮ା୧୨(ପି.ଟି.)-ଭାରତର ପୂର୍ବତନ ଅଧିନାୟକ ତଥା ୧୯୮୩ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଚଳିତବର୍ଷ ସମ୍ମାନଜନକ ସିକେ ନାୟୁଡୁ ଲାଇଫ୍‌...

ହିନ୍ଦୁ ଶରଣାର୍ଥୀଙ୍କୁ ସହଯୋଗର ହାତ ବଢ଼ାଇଲେ ଧାଓ୍ବନ

ନୂଆଦିଲ୍ଲୀ, ୪।୭- ମହାମାରୀ କରୋନା ଭାଇରସ ସମୟରେ ଭାରତର ଅନେକ କ୍ରୀଡ଼ାବିତ୍‌ ଗରିବ ଲୋକଙ୍କୁ ସହାୟତାର ହାତ ବଢ଼ାଉଥିବାର ଦେଖିବାକୁ ମିଳିଛି। ବହୁପୂର୍ବତନ କ୍ରିକେଟର ପ୍ରଧାନମନ୍ତ୍ରୀ...

ପୂର୍ବତନ ପ୍ରେମିକା ଏବଂ ସ୍ତ୍ରୀଙ୍କ ସହ ଗୋଟିଏ ଫ୍ରେମ୍‌ରେ ନଜର ଆସିଲେ ଯୁବରାଜ ସିଂ

କ୍ରିକେଟରୁ ଅବସର ନେବା ପରେ ଯୁବରାଜ ସିଂ ମାୟାନଗରୀ ମୁମ୍ବାଇରେ ଏକ ପାର୍ଟିର ଆୟୋଜନ କରିଥିଲେ। କ୍ରିକେଟ ଜଗତଠାରୁ ଆରମ୍ଭ କରି ବଲିଉଡ କଳାକାର ଏହି...

Advertisement
Ten Cric Info


Archives

Model This Week