Posted inଖେଳ

ଚେନ୍ନାଇକୁ ୧୫୪ ରନ୍‌ର ଟାର୍ଗେଟ ଦେଲା ପଞ୍ଜାବ

ଦୁବାଇ,୧।୧୧:ଆଇପିଏଲ ୨୦୨୦ର ୫୩ତମ ମ୍ୟାଚରେ ଦୀପକ ହୁଡାଙ୍କ ଚମତ୍କାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମୁଖରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୫୪ ରନ ବିଜୟ ଲକ୍ଷ୍ୟ ରଖିଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୬ ଉଇକେଟ ହରାଇ ୧୫୩ ରନ ସଂଗ୍ରହ କରିଥିଲା। ଲୁଙ୍ଗି ଏଙ୍ଗିଡି ଚେନ୍ନାଇ ପାଇଁ ଚମତ୍କାର ବୋଲିଂ କରିଥିଲେ। ସେ ୪ ଓଭରରେ ୩୯ ରନ ଦେଇ ୩ଟି ଉଇକେଟ ନେଇଥିଲେ। ସେହିପରି ପଞ୍ଜାବ ପକ୍ଷରୁ ଦୀପକ ହୁଡା ୬୨ ରନର ପାଳି ଖେଳିଥିଲେ। ଏହି ମ୍ୟାଚ ପଞ୍ଜାବ ପାଇଁ କର ବା ମର ପରି ହୋଇପଡିଛି। ଯଦି ପଞ୍ଜାବ ଏହି ମ୍ୟାଚ ହାରେ ତେବେ ପ୍ଲେ ଅଫ୍‌ରୁ ବାଦ୍‌ ପଡିବ। ସେପଟେ ଚେନ୍ନାଇ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍‌ରୁ ପୂର୍ବରୁ ବାଦ୍‌ ପଡିଥିବାରୁ ଶେଷ ମ୍ୟାଚ୍‌ ଦଳ ପାଇଁ ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ। ତଥାପି ବିଜୟର ସହ ବିଦାୟ ଦେବାକୁ ଚେଷ୍ଟା କରିବ ଦଳ। ଉଭୟ ଦଳ ଚଳିତ ଆଇପିଏଲରେ ୧୩ଟି ଲେଖାଏ ମ୍ୟାଚ ଖେଳି ସାରିଛନ୍ତି। ଚେନ୍ନାଇ ୫ଟି ବିଜୟ ଓ ୮ଟି ପରାଜୟ ପଏଣ୍ଟ ଟେବୁଲର ଶେଷରେ ରହିଛି। ସେହିପରି ପଞ୍ଜାବ ୬ଟି ବିଜୟ ଓ ୭ଟି ପରାଜୟ ସହ ପଞ୍ଚମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ଛାତ୍ରାବାସ: ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ

ଦାରିଙ୍ଗବାଡି, ୨/୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ପଞ୍ଚାୟତ ବିରାଗାଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପୁରୁଣା କୋଠାରେ ଚାଲିଛି ଏକ ଛାତ୍ରାବାସ। ଏହାକୁ ବିଦ୍ୟାଳୟ…

BCCIର ବଡ଼ ଘୋଷଣା, ଭାରତ ପ୍ରଥମ ଥର ପାଇଁ ଏହି ଦଳ ସହିତ ଖେଳିବ ODI

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପ୍ ସମୟରେ ଏକ ବଡ଼ ଘୋଷଣା କରିଛି । ୨୦୨୬ ଆଇପିଏଲ୍ ପରେ, ଭାରତୀୟ ଦଳ ଗୋଟିଏ…

ଜିତିବା ପରେ ହେଲମେଟ ଫିଙ୍ଗି ଦେଇଥିଲେ ସଞ୍ଜୁ ସାମସନ, ICC ଲଗାଇବ ଜରିମାନା! ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨।୩: କୋଲକାତାର ଇଡେନ ଗାର୍ଡେନରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨୦୨୬ ଟି-୨୦ ବିଶ୍ୱକପର ଅନ୍ତିମ ସୁପର ୮ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚ…

ଅଧିକ ସମୟ ଭିଡିଓ ଗେମ୍‌ ଖେଳୁଛନ୍ତି କି, ହୋଇଯାନ୍ତୁ ସାବଧାନ: ହୋଇପାରେ…

ଭିଡିଓ ଗେମ ଖେଳିବାରେ କେବଳ ଛୋଟ ପିଲାମାନେ ନୁହନ୍ତି ବରଂ ଏଥିରେ ଯୁବପିଢ଼ି ବି ପଛରେ ପଡିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ ସତ ହେଲେ,…

ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ, ବ୍ଲକ୍‌ ଅଫିସ୍‌ରେ ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ

ନୟାଗଡ଼,୨।୩(ଲୋକନାଥ ମିଶ୍ର): ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ । ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ…

ଆମେରିକାର F-15 ଫାଇଟର ଜେଟ କ୍ରାସ, ସାମ୍ନାକୁ ଆସିଲା ଭିଡ଼ିଓ

କୁଓ୍ବେତ ସିଟି,୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଶନିବାର ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ ପରେ, ସମଗ୍ର ଅଞ୍ଚଳ ଯୁଦ୍ଧର ନିଆଁରେ ବୁଡ଼ି ରହିଛି।…

ଯୁକ୍ତିତର୍କରୁ ତୁମୁଳ କାଣ୍ଡ, ପରିବାରର ୪ଜଣଙ୍କୁ ହତ୍ୟା କଲେ ପୁଅ

ଲକ୍ଷ୍ନୌ,୨।୩ : ଉତ୍ତର ପ୍ରଦେଶର ବହରାଇଚ ଜିଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ରୂପାଇଡିହା ଥାନା ଅଞ୍ଚଳ ଅନ୍ତର୍ଗତ ବସନ୍ତପୁର ଉଦଲ (ରାମନଗର) ଗାଁରେ…

ତ୍ରିଶୂଳ ପୋଖରୀ ପାଣି ଦୂଷିତ: ରୋଗ ବ୍ୟାପିବା ଆଶଙ୍କା

ଲୋଇସିଂହା,୨।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ସହରର ତ୍ରିଶୂଳ ପୋଖରୀ ପାଣି ଦୂଷିତ ହୋଇପଡିଛି। ତଥାପି ଏହି ପୋଖରୀରେ ଦୈନିକ ଲୋଇସିଂହା ବସ୍ତିର ଶତାଧିକ ବ୍ୟକ୍ତି ସ୍ନାନ କରୁଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri