Categories: ଖେଳ

୨୦୨୧ ଆଇପିଏଲ୍‌ରେ ଚେନ୍ନାଇ ପାଇଁ ଖୁସି ଖବର, ଫେରିବେ ରାଇନା

ଆଇପିଏଲର ୧୩ତମ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଚର୍ଚ୍ଚାରେ ଥିଲା। ପ୍ରଥମ ଥର ପାଇଁ ଦଳକୁ ନକଆଉଟରୁ ବାହାରି ଯାଇଥିଲା। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଦଳର କିଛି ସଦସ୍ୟ କରୋନା ଝଟ୍‌କା ଦେଇଥିଲା। କେବଳ ଏତିକି ନୁହେଁ, ସୁରେଶ ରାଇନାଙ୍କ ହଠାତ୍‌ ଦଳ ଛାଡି ଭାରତ ଫେରିବାକୁ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ରାଇନାଙ୍କ ଭାରତ ଫେରିବା ପଛରେ ଥିବା ବିବାଦ ଉଠିଥିଲା। ଏହା ପରେ ଆଲୋଚନା ହେଉଥିଲା ସିଏସ୍‌କେ ତାଙ୍କୁ ଆଇପିଏଲ ୨୦୨୧ ପାଇଁ ରଖିବ ନାହିଁ । ଏବେ ଖବର ଆସୁଛି ଯେ ଫ୍ରାଞ୍ଚାଇଜ ତାଙ୍କୁ ଆଗାମୀ ସିଜନ ପାଇଁ ମଧ୍ୟ ଦଳରେ ରଖିବ। ସିଏସ୍‌କେ ପ୍ରାଞ୍ଚାଇଜ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ହଁ, ଆମେ ରାଇନାକୁ ରଖିବୁ ଏବଂ ଏମଏସ ଧୋନୀ ଦଳର ଅଧିନାୟକ ହେବେ। ୩୪ ବର୍ଷୀୟ ରାଇନା ସିଏସ୍‌କେର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ। ସେ ସିଏସ୍‌କେ ପାଇଁ ୧୬୪ ମ୍ୟାଚରେ ୪ ହଜାର ୫୨୭ ରନ ସ୍କୋର କରିଥିଲେ। ରାଇନା ବିନା ସେ ଗତ ସିଜନରେ ସିଏସ୍‌କେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲା। ଦଳ ସପ୍ତମ ସ୍ଥାନ ହାସଲ କରିଥିଲା।

 

Share