Categories: ଖେଳ

ଏହି ଅଭିଜ୍ଞ ଖେଳାଳିଙ୍କୁ କିଣିପାରେ ଚେନ୍ନାଇ ସୁପର କିଙ୍ଗ୍ସ, ଧୋନୀଙ୍କୁ ମିଳିବ…

ନୂଆଦିଲ୍ଲୀ,୧୧।୨: କିଛିଦିନରେ ଆରମ୍ଭ ହେବ ଆଇପିଏଲ୍‌୨୦୨୧ ପାଇଁ ନିଲାମୀ ପ୍ରକ୍ରିୟା। ଫେବୃୟାରୀ ୧୮ରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୪ତମ ସିଜନ୍‌ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଆୟୋଜନ କରାଯିବ। ଟିମ୍‌ରୁ ବାହାର ହୋଇଥିବା ଖେଳାଳିମାନେ ଏଥିରେ ଉପଲବ୍ସ ରହିବେ। ସେମାନଙ୍କ ମଧ୍ୟରୁ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଅନ୍ୟତମ। ରାଜସ୍ଥାନ ରୟାଲ୍ସ ସ୍ମିଥ୍‌ଙ୍କୁ ବାହାର କରିଥିବା ବେଳେ ଏବେ ତାଙ୍କୁ କିଣିବା ପାଇଁ ଅନ୍ୟ ଦଳମାନଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ହୋଇପାରେ ବୋଲି ଆଶା କରାଯାଉଛି।

ସ୍ମିଥ୍‌ଙ୍କୁ ପୁଣିଥରେ ରାଜସ୍ଥାନ ରୟାଲ୍ସ ନିଜ ଟିମ୍‌ରେ ସାମିଲ କରିପାରେବ। କାରଣ ତାଙ୍କ ପାଖରେ ରାଇଟ୍‌ ଟୁ ମ୍ୟାଚ୍‌ କାର୍ଡ ରହିଛି। ଯଦି ଦଳ ସ୍ମିଥ୍‌ଙ୍କ ପାଇଁ ଆର୍‌ଟିଏମ୍‌ ବ୍ୟବହାର ନ କରେ ତେବେ ସ୍ମିଥ୍‌ଙ୍କୁ ଅନ୍ୟ ଟିମ୍‌ କିଣିବା ପାଇଁ ଆଗକୁ ଆସିବେ। ବଜେଟ୍‌ ଅନୁସାରେ ସବୁଠାରୁ ଆଗରେ ରହିପାରେ ଚେନ୍ନାଇ ସୁପର କିଙ୍ଗ୍ସ। ସ୍ମିଥ୍‌ ଦଳରେ ସାମିଲ ହେଲେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସହାୟକ ହେବ। ଉଭୟ ଆଇପିଏଲ୍‌ରେ ଏକାଠି ଖେଳିସାରିଛନ୍ତି। ଉଭୟ ପୁଣେ ସୁପର ଜିଆଣ୍ଟ୍ସରେ ଥିଲେ। ଉଭୟ ଏହି ଟିମ୍‌ ପକ୍ଷରୁ ଦୁଇଟି ସିଜନ୍‌ ଖେଳିଥିଲେ। ପୁଣେ ଟିମ୍‌ ଆଇପିଏଲ୍‌ ୨୦୧୭ର ଫାଇନାଲରେ ପହଞ୍ଚିଥିଲା। ଏଥିରେ ଉଭୟଙ୍କ ଯୋଗଦାନ ରହିଥିଲା। ଏଣୁ ଚଳିତ ବର୍ଷ ଆଇପିଏଲ୍‌ରେ ପୁଣିଥରେ ଉଭୟ ଏକାଠି ମଇଦାନକୁ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share