Categories: ଖେଳ

ଆଇପିଏଲ୍‌ରେ ପ୍ରଥମ ଲଢ଼େଇ ପାଇଁ ସିଏସ୍‌କେ ପ୍ରସ୍ତୁତ: ଧୋନୀଙ୍କ ସ୍କ୍ବାର୍ଡରେ ରହିବେ ଏହି ଖେଳାଳି; ଜାଣନ୍ତୁ..

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌-୧୩ତମ ସଂସ୍କରଣ। ଏହାର ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ତେବେ ମୁମ୍ବାଇ ଟିମ୍‌ ୪ଥର ଆଇପିଏଲ୍‌ ଜିତିସାରିଛି। ଅପରପକ୍ଷେ ସିଏସ୍‌କେର ଭାର ସମ୍ଭାଳିଛନ୍ତି ସବୁଠାରୁ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଧୋନୀଙ୍କ ନେତୃତ୍ୱରେ ମଧ୍ୟ ଟିମ୍‌ ୩ ଥର ଚାମ୍ପିଅନ୍‌ ହୋଇଛି। ତେବେ ଗତବର୍ଷ ମାହିଙ୍କ ଟିମ୍‌ ଫାଇନାଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସଙ୍କଠାରୁ ହାରି ଯାଇଛି।

ଚଳିତ ବର୍ଷ ଆଇପିଏଲ୍‌ ଆଗରୁ ସିଏସ୍‌କେକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି। ଅଗଷ୍ଟ ୨୧ରେ ଟିମ୍‌ ୟୁଏଇ ପହଞ୍ଚିଥିଲା। ପରେ ଦୁଇଜଣ ଖେଳାଳି ଏବଂ ୧୧ଜଣ ସପୋର୍ଟ ଷ୍ଟାଫଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା। ଏହାପରେ ସୁରେଶ ରାଇନା ଓ ହରଭଜନ ସିଂହ ବ୍ୟକ୍ତିଗତ କାରଣକୁ ନେଇ ଆଇପିଏଲ୍‌ରୁ ବାହାରିଥିଲେ। ଏହାପରେ ଟିମ୍‌ ବଦଳ ଖେଳାଳି ପାଇଁ ଅପିଲ କରିନାହିଁ। ଏହାସତ୍ତ୍ୱେ ଚେନ୍ନାଇକୁ ଆଇପିଏଲ୍‌ର ପ୍ରମୁଖ ଦାବିଦାର ଭାବେ ଗଣାଯାଉଛି। ଅଧିନାୟକ ଧୋନୀ, ରବିନ୍ଦ୍ର ଜାଡେଜା, ମୁରଲୀ ବିଜୟ, ଶେନ୍‌ ଓ୍ବାଟ୍ସନ୍‌, ଅମ୍ବାନ୍ତି ରାୟୁଡ଼ୁ, ଦୀପକ ଚାହର, ଶାର୍ଦ୍ଦୁଳ ଠାକୁର ଏବଂ ଇମରାନ ତାହିରଙ୍କ ଭଳି ଅନୁଭବୀ ଖେଳାଳି ଟିମ୍‌କୁ ସୁଦୃଢ଼ କରିପାରେ। ସେହିଭଳି ଗାୟକଓ୍ବାଡ ଏବଂ ସ୍ୟାମ୍‌ କରନଙ୍କ ଭଳି ଯୁବ ଖେଳାଳି ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।

ଚେନ୍ନାଇ ସୁପରକିଙ୍ଗ୍ସ ଟିମ୍‌:
ଏମ୍‌ଏସ୍‌ ଧୋନୀ, ଶାର୍ଦ୍ଦୁଳ ଠାକୁର, କେଏମ୍‌ ଆସିଫ୍‌, ଦୀପକ ଚାହର, ଇମରାନ ତାହିର, କର୍ଣ୍ଣ ଶର୍ମା, ଏନ୍‌. ଜଗଦିଶନ, ମୋନୁ କୁମାର, ମିଶେଲ ସେଣ୍ଟନର, ରବିନ୍ଦ୍ର ଜାଡେଜା, ଲୁଙ୍ଗି ଏଙ୍ଗିଡ଼ି, କେଦାର ଯାଧବ, ଡ୍ବାଏନ୍‌ ବ୍ରାଭୋ, ଋତୁରାଜ ଗାୟକଓ୍ବାଡ, ମୁରଲୀ ବିଜୟ, ଫାଫ ଦୁ ପ୍ଲେସିସ, ଅମ୍ବାନ୍ତି ରାୟୁଡୁ, ଶେନ୍‌ ଓ୍ବାଟ୍ସନ୍‌, ପିୟୁଷ ଚାଓ୍ବଲା, ଜୋଶ ହେଜଲଉଡ, ସାମ କରନ ଏବଂ ସାଇ କିଶୋର।

Share