Categories: ଖେଳ

ବାପା ହେଲେ କ୍ରିକେଟର

ନୂଆଦିଲ୍ଲୀ,୧୫।୭: ଟିମ୍‌ ଇଣ୍ଡିଆ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ରବିନ ଉଥପ୍ପା ପୁଣି ଥରେ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ଶୀତଲ ଗୁରୁବାର କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ଏନେଇ କ୍ରିକେଟର ସୋସିଆଲ ମିଡିଆ ଜରିଆରେ ଖୁସିଖବର ସମସ୍ତଙ୍କୁ ଜଣାଇଛନ୍ତି।

ଉଥପ୍ପା ନିଜର ଇନ୍‌ଷ୍ଟାଗ୍ରାମରେ ଝିଅର ଫଟୋ ଶେୟାର କରି ବାର୍ତ୍ତା ଦେଇଛନ୍ତି। ଝିଅର ନାମ ଟ୍ରିନିଟି ଥିୟା ଉଥପ୍ପା ରଖିଥିବା ସେ କହିଛନ୍ତି।

ତେବେ ୨୦୧୭ରେ ଉଥପ୍ପା ପ୍ରଥମ ଥର ବାପା ହୋଇଥିଲେ। ତାଙ୍କ ଘରେ ଏକ ପୁତ୍ରସନ୍ତାନ ଜନ୍ମ ହୋଇଥିଲା। ଦମ୍ପତି ପୁତ୍ରର ନାମ ନୀଲ ନୋଲନ ଉଥପ୍ପା ରଖିଥିଲେ।

Share