Categories: ଖେଳ

ଧୋନୀ ଆଇପିଏଲ୍‌ରୁ ସନ୍ୟାସ ନେବାକୁ ନେଇ ଏପରି କହିଲେ ସିଏସ୍‌କେ ସିଇଓ

ନୂଆଦିଲ୍ଲୀ,୨୫।୩: ଥରେ କିମ୍ବା ଦୁଇଥର ନୁହେଁ, ଚେନ୍ନାଇ ସୁପରକିଙ୍ଗ୍ସକୁ ଚାରିଥର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବିଜେତା କରିଛନ୍ତି ମହାନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ। ହେଲେ ସେ ହଠାତ୍‌ ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କର ଉତ୍ତରାଧିକାରୀ ଘୋଷଣା କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି। ଏହି ନିଷ୍ପତ୍ତି ପରେ ସେ ଆଇପିଏଲ୍‌ରୁ ମଧ୍ୟ ସନ୍ୟାସ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ହେଲେ ସିଏସ୍‌କେର ସିଇଓ କାଶୀ ବିଶ୍ୱନାଥନ ଭିନ୍ନ ବୟାନ ଦେଇଛନ୍ତି।

ଏକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ବିଶ୍ୱନାଥନ କହିଛନ୍ତି, ଧୋନୀ ସନ୍ୟାସ ନେବେ ବୋଲି ମୋତେ ଲାଗୁନାହିଁ। ସେ ଖେଳିବା ଜାରି ରଖିବେ। ଜାଡେଜାଙ୍କୁ ଦାୟିତ୍ୱ ହସ୍ତାନ୍ତର ଭଳି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଧୋନୀ ସବୁକିଛି ଠିକ୍‌ କରିବାକୁ ଚାହୁଁଥିଲେ। ଆମେ ତାଙ୍କ ନିଷ୍ପତ୍ତିର ସମ୍ମାନ କରୁ। ସେ ଆମ ପାଇଁ ଶକ୍ତିର ଉତ୍ସ। ସେ ଆମର ମଜଭୂତ ସ୍ତମ୍ଭ ରହିବେ। ଜାଡେଜା ଏବଂ ଦଳର ଅନ୍ୟ ସଦସ୍ୟଙ୍କ ମାର୍ଗଦର୍ଶନ କରିବେ। ସେ ସିଏସ୍‌କେ ପାଇଁ ସବୁଠାରୁ ଭଲ ନିଷ୍ପତ୍ତି ନେବାକୁ ଚାହିଁବେ ବୋଲି ସେ କହିଛନ୍ତି।

Share