Posted inଖେଳ

ସିଏସ୍‌ଏ ଭର୍ଚୁଆଲ ଆଓ୍ବାର୍ଡ: ଡିକକ୍‌ କ୍ରିକେଟର ଅଫ୍‌ ଦି ଇୟର

ଜୋହାନ୍ସବର୍ଗ,୫।୭(ପି.ଟି.): ସୀମିତ ଓଭର ଅଧିନାୟକ କ୍ୱିଣ୍ଟନ ଡିକକ୍‌ ଦକ୍ଷିଣ ଆଫ୍ରିକାର ପୁରୁଷ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଶନିବାର ଅନୁଷ୍ଠିତ କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ)ର ଭର୍ଚୁଆଲ ପୁରସ୍କାର ବିତରଣୀ ଉତ୍ସବରେ ତାଙ୍କୁ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ଏଥି ସହିତ ୨୭ ବର୍ଷୀୟ ଡିକକ୍‌ ଟେଷ୍ଟ କ୍ରିକେଟର ଅଫ୍‌ ଦି ଇୟର ମଧ୍ୟ ବିବେଚିତ ହୋଇଛନ୍ତି। ସେହିପରି ଯୁବ ଓପନର ଲଉରା ଉଲଭାର୍ଡଟ ମହିଳା କ୍ରିକେଟର ଅଫ୍‌ ଇୟର ଓ ଦିନିକିଆ କ୍ରିକେଟର ଅଫ୍‌ ଇୟର ବିବେଚିତ ହୋଇଛନ୍ତି।
ଦ୍ରୁତ ବୋଲର ଲୁନ୍‌ଗି ଏନ୍‌ଗିଡି ଦିନିକିଆ ଓ ଟି୨୦ ପ୍ଲେୟାର ଅଫ୍‌ ଦି ଇୟର ଭାବେ ପୁରସ୍କୃତ ହୋଇଛନ୍ତି। ସେହିପରି ଡେଭିଡ୍‌ ମିଲର ଫ୍ୟାନ୍ସ ଫେଭରାଇଟ୍‌ ପ୍ଲେୟାର ବିବେଚିତ ହୋଇଛନ୍ତି। ଅନରିଚ୍‌ ନୋର୍ଜ ଅନ୍ତର୍ଜାତୀୟ ପୁରୁଷ ନବାଗତ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ସେହିପରି ଶବନିମ ଇସ୍‌ମାଇଲ ମହିଳା ଟି୨୦ କ୍ରିକେଟର ଅଫ୍‌ ଦି ଇୟର ଓ ବାମହାତୀ ସ୍ପିନର ନୋନକୁଲେଲେକୋ ଏମ୍‌ଲାବା ମହିଳ ନବାଗତ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି।
ଦ୍ୱିତୀୟଥର ପାଇଁ ଡିକକ୍‌ ପୁରୁଷ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ପୂର୍ବରୁ ସେ ୨୦୧୭ରେ ମଧ୍ୟ ଏହି ପୁରସ୍କାର ହାସଲ କରିଥିଲେ। ପୂର୍ବରୁ ଜ୍ୟାକ୍‌ କାଲିସ୍‌, ମଖୟା ଏନ୍‌ଟିନି, ହାସିମ ଆମଲା, ଏବି ଡିଭିଲର୍ସ ଓ କାଗିସୋ ରାବାଡ଼ା ମଧ୍ୟ ଦୁଇଦୁଇ ଥର ଏହି ପୁରସ୍କାର ହାସଲ କରିଥିଲେ। ଅନ୍ୟପଟେ ଉଲଭାର୍ଡଟ ସର୍ବକନିଷ୍ଠ ମହିଳା କ୍ରିକେଟର ଭାବେ ଦକ୍ଷିଣ ଆଫ୍ରିକାର ଏହି ଶ୍ରେଷ୍ଠ ପୁରସ୍କାର ହାସଲ କରିଛନ୍ତି। ସେ ୨୧ ବର୍ଷ ୨ ମାସରେ ଏହି ସମ୍ମାନ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri