Posted inଖେଳ

ସିଏସ୍‌ଏ ଭର୍ଚୁଆଲ ଆଓ୍ବାର୍ଡ: ଡିକକ୍‌ କ୍ରିକେଟର ଅଫ୍‌ ଦି ଇୟର

ଜୋହାନ୍ସବର୍ଗ,୫।୭(ପି.ଟି.): ସୀମିତ ଓଭର ଅଧିନାୟକ କ୍ୱିଣ୍ଟନ ଡିକକ୍‌ ଦକ୍ଷିଣ ଆଫ୍ରିକାର ପୁରୁଷ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଶନିବାର ଅନୁଷ୍ଠିତ କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ)ର ଭର୍ଚୁଆଲ ପୁରସ୍କାର ବିତରଣୀ ଉତ୍ସବରେ ତାଙ୍କୁ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ଏଥି ସହିତ ୨୭ ବର୍ଷୀୟ ଡିକକ୍‌ ଟେଷ୍ଟ କ୍ରିକେଟର ଅଫ୍‌ ଦି ଇୟର ମଧ୍ୟ ବିବେଚିତ ହୋଇଛନ୍ତି। ସେହିପରି ଯୁବ ଓପନର ଲଉରା ଉଲଭାର୍ଡଟ ମହିଳା କ୍ରିକେଟର ଅଫ୍‌ ଇୟର ଓ ଦିନିକିଆ କ୍ରିକେଟର ଅଫ୍‌ ଇୟର ବିବେଚିତ ହୋଇଛନ୍ତି।
ଦ୍ରୁତ ବୋଲର ଲୁନ୍‌ଗି ଏନ୍‌ଗିଡି ଦିନିକିଆ ଓ ଟି୨୦ ପ୍ଲେୟାର ଅଫ୍‌ ଦି ଇୟର ଭାବେ ପୁରସ୍କୃତ ହୋଇଛନ୍ତି। ସେହିପରି ଡେଭିଡ୍‌ ମିଲର ଫ୍ୟାନ୍ସ ଫେଭରାଇଟ୍‌ ପ୍ଲେୟାର ବିବେଚିତ ହୋଇଛନ୍ତି। ଅନରିଚ୍‌ ନୋର୍ଜ ଅନ୍ତର୍ଜାତୀୟ ପୁରୁଷ ନବାଗତ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ସେହିପରି ଶବନିମ ଇସ୍‌ମାଇଲ ମହିଳା ଟି୨୦ କ୍ରିକେଟର ଅଫ୍‌ ଦି ଇୟର ଓ ବାମହାତୀ ସ୍ପିନର ନୋନକୁଲେଲେକୋ ଏମ୍‌ଲାବା ମହିଳ ନବାଗତ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି।
ଦ୍ୱିତୀୟଥର ପାଇଁ ଡିକକ୍‌ ପୁରୁଷ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ପୂର୍ବରୁ ସେ ୨୦୧୭ରେ ମଧ୍ୟ ଏହି ପୁରସ୍କାର ହାସଲ କରିଥିଲେ। ପୂର୍ବରୁ ଜ୍ୟାକ୍‌ କାଲିସ୍‌, ମଖୟା ଏନ୍‌ଟିନି, ହାସିମ ଆମଲା, ଏବି ଡିଭିଲର୍ସ ଓ କାଗିସୋ ରାବାଡ଼ା ମଧ୍ୟ ଦୁଇଦୁଇ ଥର ଏହି ପୁରସ୍କାର ହାସଲ କରିଥିଲେ। ଅନ୍ୟପଟେ ଉଲଭାର୍ଡଟ ସର୍ବକନିଷ୍ଠ ମହିଳା କ୍ରିକେଟର ଭାବେ ଦକ୍ଷିଣ ଆଫ୍ରିକାର ଏହି ଶ୍ରେଷ୍ଠ ପୁରସ୍କାର ହାସଲ କରିଛନ୍ତି। ସେ ୨୧ ବର୍ଷ ୨ ମାସରେ ଏହି ସମ୍ମାନ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri