୩ ବର୍ଷରେ ୧୩୫ ଦେଶ ବୁଲିବ କ୍ରୁଜ୍‌

ଆଙ୍କାରା,୬। ୩: ଯାତ୍ରା ଯେତେ ରୋମାଞ୍ଚକର ହେବ, ତାହା ଚିରଦିନ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ। ତେବେ ଜଳଯାତ୍ରାକୁ ଅଧିକ କୌତୂହଳଯୁକ୍ତ କରିବା ପାଇଁ ମିରେ କ୍ରୁଜେସ୍‌ କମ୍ପାନୀ ଏକ ନିଆରା କ୍ରୁଜ୍‌ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଯେଉଁ ବ୍ୟକ୍ତିବିଶେଷମାନଙ୍କୁ ଜଳଯାତ୍ରା କରିବା ପସନ୍ଦ ସେମାନେ ଏଣିକି ଗୋଟିଏ ସପ୍ତାହ କି ଦୁଇ ସପ୍ତହ ନୁହେଁ ବରଂ ଏକାଧିକ ବର୍ଷ ଜଳଯାତ୍ରା କରିପାରିବେ। ଜଳଯାତ୍ରା କରିବାକୁ ପସନ୍ଦ କରୁଥିବା ଲୋକ ୩ ବର୍ଷ ଜାହାଜରେ ରହିବା ସହ ୭ଟି ମହାଦେଶର ପ୍ରାୟ ୧୩୫ ଦେଶ ବୁଲିବାର ସୁଯୋଗ ପାଇପାରିବେ। ନଭେମ୍ବର ୧ରେ ଏମ୍‌.ଭି. ଜେମିନି ଶିପ୍‌ ତୁର୍କୀର ଇସ୍ତାନବୁଲରୁ ଏହି ଦୀର୍ଘତମ ଯାତ୍ରା ଆରମ୍ଭ କରିବ। ବିଶ୍ୱରେ ଥିବା ୧୪ ବିସ୍ମୟ ମଧ୍ୟରୁ ଏହି କ୍ରୁଜ୍‌ରେ ଯାତ୍ରା କରୁଥିବା ବ୍ୟକ୍ତି ୧୩ ବିସ୍ମୟକୁ ଦେଖିବାର ସୁଯୋଗ ପାଇବେ। କ୍ରୁଜ୍‌ ଯାତ୍ରା ପାଇଁ ଆଗ୍ରହୀଥିବା ବ୍ୟକ୍ତିଙ୍କୁ ଭଡ଼ା ବାବଦକୁ ୨୪,୫୧,୩୦୦୦ରୁ ୮୯,୮୮,୩୨୦ ପର୍ଯ୍ୟନ୍ତ ଟଙ୍କା ଦେବାକୁ ପଡ଼ିବ। ଗୋଟିଏ ବର୍ଷର କ୍ରୁଜ୍‌ଯାତ୍ରା ପାଇଁ ଯାତ୍ରୀଙ୍କୁ ପାଖାପାଖି ୩୦,୦୦ ଡଲାର (୨୪,୨୫,୯୧୭ ଟଙ୍କା) ପଇଠ କରିବାକୁ ପଡ଼ିବ। ଏମ୍‌.ଭି. ଜେମିନିରେ ୧୦୭୪ ଯାତ୍ରୀଙ୍କ ପାଇଁ ୪୦୦ କ୍ୟାବିନ୍‌ ରୁମ୍‌, ୨୬୦ ସ୍କୋୟାର୍‌ ଫୁଟ୍‌ର ବାଲ୍‌କୋନି, ୧୪ ଅଫିସ, ଲାଇବ୍ରେରି, ଲନ୍‌, ସୁଇମିଂ ପୁଲ୍‌, ସନ୍‌ ଡେକ୍‌, ଫିଟ୍‌ନେଶ୍‌ ସେଣ୍ଟର, ମିଟିଂ ରୁମ୍‌ ଏବଂ ମେଡିକାଲ ସୁବିଧା ରହିଛି। କ୍ରୁଜ୍‌ ଯାତ୍ରା ପାଇଁ ପଇଠ କରାଯାଇଥିବା ଟଙ୍କା ବାଦ୍‌ ଖାଦ୍ୟ, ପାନୀୟ, ଓ୍ବାଇ-ଫାଇ ଇତ୍ୟାଦି ସେବା ସକାଶେ ଟଙ୍କା ଦେବାକୁ ପଡ଼ିବ ନାହିଁ। ୧୯୯୨ରେ ନିର୍ମାଣ ନିର୍ମାଣ ହୋଇଥିବା ଏମ୍‌.ଭି. ଜେମିନି ଶିପ୍‌ର ନବୀକରଣ ଗତ ଅକ୍ଟୋବରରେ କରାଯାଇଥିବା ଲାଇଫ୍‌ ଆଟ୍‌ ସି କ୍ରୁଜ୍‌ର ମ୍ୟାନେଜିଂ ଡାଇରେକ୍ଟର ମାଇକେଲ ପିଟରସନ୍‌ କହିଛନ୍ତି। ୩ ବର୍ଷ ମଧ୍ୟରେ କ୍ରୁଜ୍‌ ୪୦୦ ବନ୍ଦର ଭ୍ରମଣ କରିବ। ପ୍ରତି ବନ୍ଦରରେ ଏହା ଏକାଧିକ ଦିନ ରହିବ, ଯାହାଦ୍ୱାରା ଯାତ୍ରୀମାନେ ଉକ୍ତ ସ୍ଥାନକୁ ମନଭରି ଉପଭୋଗ କରିପାରିବେ। ଏମ୍‌.ଭି. ଜେମିନି ଦକ୍ଷିଣ ଆମେରିକା ଓ ଆଣ୍ଟାର୍କଟିକାରେ ୯୮ ଦିନ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri