କ୍ରୁର ଶାସକଙ୍କ କ୍ରୁର ଭଉଣୀ: ଶୀର୍ଷ ଅଧିକାରୀଙ୍କୁ ଗୁଳି କରି କଲେ ହତ୍ୟା,ଦେଶରେ ଆତଙ୍କ…

ପୋୟାଙ୍ଗ୍‌ୟାଙ୍ଗ୍‌,୨୬।୫: ଉତ୍ତର କୋରିଆରେ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। କ୍ରୁର ଏକଛାତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ପଥଙ୍କୁ ତାଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ ଆପଣେଇଛନ୍ତି। ନିରଙ୍କୁଶ କ୍ଷମତା ବାଟରେ ଦେଖା ଦେଉଥିବା ପ୍ରତିବନ୍ଧକକୁ ହଟାଇବା ଲାଗି ୟୋ ଜୋଙ୍ଗ୍‌ ଶୀର୍ଷ ଅଧିକାରୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିବାକୁ ପଛାଉ ନାହାନ୍ତି। ସେ ଦେଶ ସଫା ଅଭିଯାନ ଆରମ୍ଭ କରିଛନ୍ତି। ୟୋ ଜୋଙ୍ଗ୍‌ଙ୍କ ନିଦ୍ଦେର୍ଶରେ ସମ୍ପୃକ୍ତ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତବର୍ଷ ନଭେମ୍ବରରେ ସୁନା ଚୋରା ଚାଲାଣ ମାମଲାର ପର୍ଦ୍ଦାଫାଶ୍‌ ହୋଇଥିଲା। ଏହି ମାମଲାରେ ଡିସେମ୍ବରରେ ଦେଶର ସୀମା ସୁରକ୍ଷା ବାହିନୀର ୧୦ ଜଣ କମାଣ୍ଡୋଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଜଡ଼ିତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଜେଲ୍‌ ଦଣ୍ଡାଦେଶ କରାଯାଇଥିଲା। ୟୋ ଜୋଙ୍ଗ୍‌ ଏଭଳି ହତ୍ୟା ସମ୍ପର୍କରେ ଭାଇ କିମ୍‌ଙ୍କୁ ଜଣାଇଥିବା କୁହାଯାଉଛି। ଭାଇ ଭଉଣୀଙ୍କ ଏଭଳି କ୍ରୁର ଆଚରଣ ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି।

Share