ବୃଦ୍ଧି ପାଉଛି ଗଚ୍ଛିତ ଅଶୋଧିତ ତୈଳ

ନୂଆଦିଲ୍ଲୀ,୧୪।୧୨: ଗତ କିଛି ମାସ ହେବ ଅଶୋଧିତ ତୈଳ ଦର ପୂର୍ବ ଅପେକ୍ଷା କମ୍‌ ରହିଛି। ଫଳରେ ଓପେକ୍‌ ରାଷ୍ଟ୍ରଠାରୁ ତୈଳ ଆମଦାନୀ କରୁଥିବା ଭାରତ ପ୍ରାୟ ୨୨% ତୈଳ ଆମଦାନୀ କରି ତୈଳ ଭଣ୍ଡାରରେ ଗଚ୍ଛିତ ରଖିଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ତୈଳ ବଜାରରେ ଅଶୋଧିକ ତୈଳର ଚାହିଦା ବୃଦ୍ଧି ସାଙ୍ଗକୁ ଦର ହ୍ରାସ ପାଇଛି। ଏହାରି ମଧ୍ୟରେ ରୁଷିଆ କ୍ରମାଗତ ୨ୟ ଥର ଲାଗି ଭାରତର ସବୁଠାରୁ ବଡ଼ ତୈଳ ରପ୍ତାନକାରୀ ସହଯୋଗୀ ରାଷ୍ଟ୍ର ଭାବେ ପରିଗଣିତ ହୋଇପାରିଛି। ଏପରିକି ଇରାକ ଓ ସାଉଦି ଆରବକୁ ପଛରେ ପକାଇ ରୁଷିଆ ଚଳିତ ବର୍ଷ ନଭେମ୍ବରରେ ଭାରତକୁ ସର୍ବାଧିକ ତେଲ ରପ୍ତାନି କରିଥିବା ଏନର୍ଜି କାର୍ଗୋ ଟ୍ରାକର ଭୋର୍ଟେକ୍ସା ପକ୍ଷରୁ କୁହାଯାଇଛି। ବିଶେଷକରି ଇନ୍ଧନ ଶକ୍ତି ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ଭୋର୍ଟକ୍ସାର ସୂଚନା ଅନୁସାରେ ଭାରତ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରୁଷିଆଠାରୁ ମାତ୍ର ୦.୨% ତୈଳ ଆମଦାନୀ କରିଥିଲା। ହେଲେ ୨୦୨୨ ନଭେମ୍ବରରେ ମସ୍କୋ ନୂଆଦିଲ୍ଲୀକୁ ପ୍ରତିଦିନ ପ୍ରାୟ ୯,୦୯,୪୦୩ ବ୍ୟାରେଲ ତୈଳ ରପ୍ତାନି କରିଥିବା ଜଣାପଡ଼ିଛି ବୋଲି ସଂସ୍ଥା ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଛି। ସେହିଭଳି ଇରାକ ଓ ସାଉଦି ଆରବଠାରୁ ବି ଭାରତ ବିପୁଳ ପରିମାଣରେ ତୈଳ ଆମଦାନୀ କରିଛି। ଏପରିକି ୨୦୨୨ ନଭେମ୍ବରରେ ଇରାକଠାରୁ ଦୈନିକ ୮.୬୧,୪୬୧ ବ୍ୟାରେଲ ତୈଳ ଆମଦାନୀ ହୋଇଥିବା ବେଳେ ସାଉଦି ଆରବଠାରୁ ଦୈନିକ ୫,୭୦,୯୨୨ ବ୍ୟାରେଲ ତୈଳ ଆମଦାନୀ ହୋଇଛି। ତେବେ ୨୦୨୨ ଅକ୍ଟୋବରରେ ଭାରତ ରୁଷିଆଠାରୁ ଯେତିକି ତୈଳ ଆମଦାନୀ କରିଥିଲା ନଭେମ୍ବରରେ ତା’ଠାରୁ ଅପେକ୍ଷାକୃତ କମ୍‌ ଆମଦାନୀ କରିଛି ବୋଲି କୁହାଯାଉଛି। ଅପରପକ୍ଷରେ ୨୦୨୧ ଡିସେମ୍ବରରେ ଭାରତ ରୁଷିଆଠାରୁ ଦୈନିକ ହିସାବରେ(ବିପିଡି) ୩୬,୨୫୫ ବ୍ୟାରେଲ ଅଶୋଧିତ ତୈଳ କିଣିଥିଲା। ହେଲେ ସେହି ସମୟରେ ଇରାକଠାରୁ ୧.୦୫ ମିଲିୟନ ବିପିଡି ଓ ସାଉଦି ଆରବଠାରୁ ୯,୫୨,୬୨୫ ବିପିଡି ତୈଳ ଭାରତ ଆମଦାନୀ କରିଥିଲା। ଏହା ପରେ ୨ ମାସ ଧରି ଭାରତ ରୁଷିଆଠାରୁ ତେଲ କିଣିବା ବନ୍ଦ କରିଦେଇଥିଲା। ଏହା ପୁଣି ୨୦୨୨ ମାର୍ଚ୍ଚରେ ଆରମ୍ଭ ହୋଇଥିଲା। ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ପଶ୍ଚିମ ରାଷ୍ଟ୍ରଗୁଡ଼ିକ ରୁଷିଆ ଉପରେ କଟକଣା ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri