ବୃଦ୍ଧି ପାଉଛି ଗଚ୍ଛିତ ଅଶୋଧିତ ତୈଳ

ନୂଆଦିଲ୍ଲୀ,୧୪।୧୨: ଗତ କିଛି ମାସ ହେବ ଅଶୋଧିତ ତୈଳ ଦର ପୂର୍ବ ଅପେକ୍ଷା କମ୍‌ ରହିଛି। ଫଳରେ ଓପେକ୍‌ ରାଷ୍ଟ୍ରଠାରୁ ତୈଳ ଆମଦାନୀ କରୁଥିବା ଭାରତ ପ୍ରାୟ ୨୨% ତୈଳ ଆମଦାନୀ କରି ତୈଳ ଭଣ୍ଡାରରେ ଗଚ୍ଛିତ ରଖିଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ତୈଳ ବଜାରରେ ଅଶୋଧିକ ତୈଳର ଚାହିଦା ବୃଦ୍ଧି ସାଙ୍ଗକୁ ଦର ହ୍ରାସ ପାଇଛି। ଏହାରି ମଧ୍ୟରେ ରୁଷିଆ କ୍ରମାଗତ ୨ୟ ଥର ଲାଗି ଭାରତର ସବୁଠାରୁ ବଡ଼ ତୈଳ ରପ୍ତାନକାରୀ ସହଯୋଗୀ ରାଷ୍ଟ୍ର ଭାବେ ପରିଗଣିତ ହୋଇପାରିଛି। ଏପରିକି ଇରାକ ଓ ସାଉଦି ଆରବକୁ ପଛରେ ପକାଇ ରୁଷିଆ ଚଳିତ ବର୍ଷ ନଭେମ୍ବରରେ ଭାରତକୁ ସର୍ବାଧିକ ତେଲ ରପ୍ତାନି କରିଥିବା ଏନର୍ଜି କାର୍ଗୋ ଟ୍ରାକର ଭୋର୍ଟେକ୍ସା ପକ୍ଷରୁ କୁହାଯାଇଛି। ବିଶେଷକରି ଇନ୍ଧନ ଶକ୍ତି ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ଭୋର୍ଟକ୍ସାର ସୂଚନା ଅନୁସାରେ ଭାରତ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରୁଷିଆଠାରୁ ମାତ୍ର ୦.୨% ତୈଳ ଆମଦାନୀ କରିଥିଲା। ହେଲେ ୨୦୨୨ ନଭେମ୍ବରରେ ମସ୍କୋ ନୂଆଦିଲ୍ଲୀକୁ ପ୍ରତିଦିନ ପ୍ରାୟ ୯,୦୯,୪୦୩ ବ୍ୟାରେଲ ତୈଳ ରପ୍ତାନି କରିଥିବା ଜଣାପଡ଼ିଛି ବୋଲି ସଂସ୍ଥା ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଛି। ସେହିଭଳି ଇରାକ ଓ ସାଉଦି ଆରବଠାରୁ ବି ଭାରତ ବିପୁଳ ପରିମାଣରେ ତୈଳ ଆମଦାନୀ କରିଛି। ଏପରିକି ୨୦୨୨ ନଭେମ୍ବରରେ ଇରାକଠାରୁ ଦୈନିକ ୮.୬୧,୪୬୧ ବ୍ୟାରେଲ ତୈଳ ଆମଦାନୀ ହୋଇଥିବା ବେଳେ ସାଉଦି ଆରବଠାରୁ ଦୈନିକ ୫,୭୦,୯୨୨ ବ୍ୟାରେଲ ତୈଳ ଆମଦାନୀ ହୋଇଛି। ତେବେ ୨୦୨୨ ଅକ୍ଟୋବରରେ ଭାରତ ରୁଷିଆଠାରୁ ଯେତିକି ତୈଳ ଆମଦାନୀ କରିଥିଲା ନଭେମ୍ବରରେ ତା’ଠାରୁ ଅପେକ୍ଷାକୃତ କମ୍‌ ଆମଦାନୀ କରିଛି ବୋଲି କୁହାଯାଉଛି। ଅପରପକ୍ଷରେ ୨୦୨୧ ଡିସେମ୍ବରରେ ଭାରତ ରୁଷିଆଠାରୁ ଦୈନିକ ହିସାବରେ(ବିପିଡି) ୩୬,୨୫୫ ବ୍ୟାରେଲ ଅଶୋଧିତ ତୈଳ କିଣିଥିଲା। ହେଲେ ସେହି ସମୟରେ ଇରାକଠାରୁ ୧.୦୫ ମିଲିୟନ ବିପିଡି ଓ ସାଉଦି ଆରବଠାରୁ ୯,୫୨,୬୨୫ ବିପିଡି ତୈଳ ଭାରତ ଆମଦାନୀ କରିଥିଲା। ଏହା ପରେ ୨ ମାସ ଧରି ଭାରତ ରୁଷିଆଠାରୁ ତେଲ କିଣିବା ବନ୍ଦ କରିଦେଇଥିଲା। ଏହା ପୁଣି ୨୦୨୨ ମାର୍ଚ୍ଚରେ ଆରମ୍ଭ ହୋଇଥିଲା। ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ପଶ୍ଚିମ ରାଷ୍ଟ୍ରଗୁଡ଼ିକ ରୁଷିଆ ଉପରେ କଟକଣା ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri