କୋଟିଆ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେଲେ ବିଧାୟକ

କୋରାପୁଟ, ୨୬।୧୦ (ଅମିତାଭ ବେହେରା): କୋଟିଆ ସମସ୍ୟାର ସମାଧାନ ଦିଗରେ କୋରାପୁଟ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଜିଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ କୋରାପୁଟ ଏସ୍‌ପି ରୋହିତ ବର୍ମାଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ କୋଟିଆ ଅଞ୍ଚଳର ବାସିନ୍ଦାମାନେ ସାମିଲ ହୋଇଥିଲେ ।
ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଥିବା କୋଟିଆ ସମସ୍ୟାର ସମାଧାନ ଏବଂ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ପ୍ରଶାସନିକ କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ବୈଠକ ଗୁରୁତ୍ୱ ବହନ କରୁଛି । ବୈଠକରେ କୋଟିଆ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ସ୍ଥାନୀୟ ବାସିନ୍ଦାଙ୍କ ମତାମତ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ଏହି ବୈଠକରୁ କୋଟିଆ ସମସ୍ୟାର ସମାଧାନ ଦିଗରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବାହାରିବା ନେଇ ଆଶା କରାଯାଉଛି । ତେବେ ବୈଠକରେ କେଉଁ କେଉଁ ପ୍ରସ୍ତାବ ଉପରେ ମୋହର ବାଜୁଛି ଏବଂ କୋଟିଆ ସମସ୍ୟାର ସମାଧାନ ପାଇଁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

 

Dharitri – Odisha’s No.1 Odia Daily

Share