Categories: ଜାତୀୟ

ବିଜାପୁରରେ ଆଇଇଡି ବିସ୍ଫୋରଣ ୪ ସିଆରପିଏଫ ଯବାନ ଆହତ

ବିଜାପୁର,୫।୬: ଛତିଶଗଡ଼ର ବିଜାପୁରରେ ପୁଣିଥରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ।ସୋମବାର ସକାଳେ ବିଜାପୁରରେ ଆଇଇଡି ବିସ୍ଫୋରଣରେ ତିନି ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଏହି ଯବାନମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଏହି ତିନି ଜଣ ଯବାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଦେଖି ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ରାୟପୁରକୁ ଏୟାର ଲିପ୍ଟ ପାଇଁ ପ୍ରସ୍ତୁତି ଚାଲିଛି। ଏହି ଘଟଣା ଗଙ୍ଗାଲୁର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି।

ପୋଲିସ ଅଧିକାରୀ କହିଛନ୍ତି ଯେ ସିଆରପିଏଫ ୨୨୨ର ଏବଂ ୮୫ ବାଟାଲିୟନ କର୍ମଚାରୀମାନେ ସୋମବାର ପୂର୍ବାହ୍ନରେ ଏରିଆ ଡମିନେଶନ ପାଇଁ ବାହାରିଥିଲେ। ଯବାନମାନେ ଗଙ୍ଗାଲୁର ଆଡକୁ ଯାଉଥିଲେ, ଏହି ସମୟରେ ସକାଳ ପ୍ରାୟ ୧୦ଟା ୩୦ସମୟରେ ମାଓବାଦୀମାନେ ଟାକମେଟା ପାହାଡ ନିକଟରେ ଆଇଇଡି ବିସ୍ଫୋରଣ କରିଥିଲେ। ୨୨୨ତମ ବାଟାଲିୟନର ଯବାନ ବିଶାଲ ଏବଂ ୮୫ତମ ବାଟାଲିୟନର ଅମିତ କୁମାର ଓ ରିଫାନ ସାହୁ ଆହତ ହୋଇଥିଲେ।

Share