ଝୁଲାପୋଲରେ ପୁଣି ପର୍ଯ୍ୟଟକଙ୍କ ଭିଡ଼

ରାୟଗଡ଼ା,୨୭ା୧୨(ସ୍ବ.ପ୍ର.):ରାୟଗଡ଼ା ସ୍ଥିତ ଝୁଲାପୋଲ ନାଗାବଳୀ ନଦୀ ଅପରପାର୍ଶ୍ୱରେ ରହିଥିବା ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଗାଁକୁ ସଂଯୋଗର ମାଧ୍ୟମ ହୋଇଥିଲା। ହେଲେ ଓଡ଼ିଶାର ଏହି ଦ୍ୱିତୀୟ ଝୁଲାପୋଲ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପୋଲ ଦୁର୍ବଳ ହୋଇଛି। ଫଳରେ ସୁରକ୍ଷା ଦୃଷ୍ଟିରୁ ସେପ୍ଟେମ୍ବର ୨୫ ରେ ଜିଲା ପ୍ରଶାସନ ପକ୍ଷରୁ ପୋଲ ବନ୍ଦ କରାଯାଇଥିଲା। ତେବେ କଟକଣାକୁ ନ ମାନି ପର୍ଯ୍ୟଟକ ପୁଣି ପୋଲ ଉପରକୁ ଯାଇ ବୁଲାବୁଲି କରୁଛନ୍ତି। ଏମିତିକି ପୋଲ ତଳକୁ ଯାଇ ନଦୀ ନିକଟରେ ସେଲ୍‌ଫି ମଧ୍ୟ ନେଉଛନ୍ତି। ପୋଲ ବୁଲିବାକୁ ଆସି ନାଗାବଳୀ ନଦୀରେ ଅନେକ ଜୀବନ ଚାଲିଯାଇଥିଲେ ମଧ୍ୟ ପର୍ଯ୍ୟଟକ ସଚେତନ ନ ଥିବା ଦେଖିବାକୁ ମିଳୁଛି। ଗଣମାଧ୍ୟମରେ ଖବର ପକାଶ ପାଇବା ପରେ ମଧ୍ୟ ଜିଲା ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଛନ୍ତି। ଏବେ ଖ୍ରୀଷ୍ଟମାସ ଏବଂ ପିକ୍‌ନିକ୍‌ ଋତୁ ଚାଲିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଅଧିକ ଜମୁଛି। ତେଣୁ ଏଠାରେ କୌଣସି ମୁହୂର୍ତ୍ତରେ ପୁଣି ଦୁର୍ଘଟଣା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏ ଦିଗରେ ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମତପ୍ରକଶ କରିଛନ୍ତି।
ଝୁଲାପୋଲର ଉଭୟ ପାର୍ଶ୍ୱରେ ଲୁହାବାଡ଼ ବାନ୍ଧି ରାସ୍ତା ବନ୍ଦ କରାଯିବା ସହ ନଦୀକୁ ନ ଯିବା ପାଇଁ ଚାରିପାର୍ଶ୍ୱରେ ତାରବାଡ଼ ଦିଆଯାଇଥିଲା। କିଛିଦିନ ତଳେ ଦୁର୍ବୃତ୍ତମାନେ ତାରବାଡ଼ ଭାଙ୍ଗିଦେବା ସହ ପୋଲର ବିଭିନ୍ନ ସାମଗ୍ରୀ ନେଇଯାଇଥିଲେ। ଏହାପରେ ପୂର୍ବଭଳି ଲୋକେ ପୋଲରେ ଯାତାୟାତ କରୁଛନ୍ତି। ରବିବାର ଏବଂ ସୋମବାର ଏଠାରେ ବାହାରୁ ଆସିଥିବା ପର୍ଯ୍ୟଟକ ପିକ୍‌ନିକ୍‌ କରିବା ମଧ୍ୟ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର, ଭୁବନେଶ୍ୱର, ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଏବା କର୍ନାଟକରୁ ଏଠାକୁ ପର୍ଯ୍ୟଟକ ବୁଲିବାକୁ ଆସିଥିବ ଦେଖିବାକୁ ମିଳିଛି। ଝୁଲାପୋଲରେ କେଉଁଠାରେ ଫ୍ଲିସ ପ୍ଲେଟ ନଟ୍‌ ଖସିଗଲାଣି ତ ଆଉ କେଉଁଠି କଳଙ୍କି ଲାଗି ନଷ୍ଟ ହେବାକୁ ଗଲାଣି। ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଲାଗିଥିବା ନିଷିଦ୍ଧ ଫଳକ ପଢ଼ି ପର୍ଯ୍ୟଟକ ଫେରିଯିବା ବଦଳରେ ବାରମ୍ବାର ଝୁଲା ପୋଲ ମଧ୍ୟକୁ ଏବଂ ନଦୀଗର୍ଭକୁ ଯାଉଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ କଟକଣା ଘୋଷଣା କରି ନିଜ ଦାୟିତ୍ୱ ଶେଷ କରିଦେଇଛି। ପୋଲ ଅଞ୍ଚଳରେ ପୋଲିସ କିମ୍ବା ସୁରକ୍ଷାକର୍ମୀ ମୁତୟନ କରାଯାଇନାହିଁ। ତେଣୁ ପୁଣି ବଡ଼ ଦୁର୍ଘଟଣା ଘଟିଲେ ଏଥିପାଇଁ ପ୍ରଶଶସନ ଦାୟୀ ରହିବ ବୋଲି ମତପ୍ରକାଶ ପାଉଛି।
ସୂଚନଯୋଗ୍ୟ, ୨୦୧୧ରେ ନାଗାବଳୀ ନଦୀ ଉପରେ ଓଡ଼ିଶାର ଦ୍ୱିତୀୟ ଝୁଲାପୋଲ ନିର୍ମାଣ କରାଯାଇଥିଲା। ୧କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ରାୟଗଡ଼ା ସହରର ଚେକାଗୁଡ଼ା ଠାରୁ ବାଇସିଂ ପଞ୍ଚାୟତ ଅନ୍ତର୍ଗତ ମାରିଗୁଡ଼ା ପର୍ଯ୍ୟନ୍ତ ଯାତାୟାତ ନିମନ୍ତେ ଏହି ପୋଲର ନିର୍ମାଣ କରାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ଏହା ୨୫ ଖଣ୍ଡ ଗାଁକୁ ସଂଯୋଗର ପଥ ଭାବେ ଛିଡ଼ା ହୋଇଥିଲା। ପରବର୍ତ୍ତି ସମୟରେ ଏହି ପୋଲ ପର୍ଯ୍ୟଟନସ୍ଥଳୀ ଭାବେ ପ୍ରସିଦ୍ଧି ଲାଭ କରିଥିଲା। ପୋଲ ତଳେ ପ୍ରବାହିତ ନାଗାବଳୀ ନଦୀ ଏବଂ ନିକଟସ୍ଥ ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥିଲା। ହେଲେ ପ୍ରଶାସନର ଦୂରଦୃଷ୍ଟି ଏବଂ ଆନ୍ତରିକତା ଅଭାବରୁ ଏହା ଡେଥ୍‌ ଜୋନ୍‌ରେ ପରିଣତ ହୋଇଥିଲା। ପ୍ରଶାସନ କେବଳ ପୋଲକୁ ଘୋଷଣାରେ ବନ୍ଦ ନ କରି ପର୍ଯ୍ୟଟକ ଯେପରି ଏଠାକୁ ନ ଆସିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri