ଭିତରକନିକାରେ ପ୍ରକୃତିପ୍ରେମୀଙ୍କ ଭିଡ଼

ରାଜନଗର,୨୦ା୧୨(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଆରମ୍ଭ ହୋଇଛି ପିକ୍‌ନିକ୍‌ ଋତୁ। ଚଳିତବର୍ଷ ଅକ୍ଟୋବରରୁ ଦେଶ ବିଦେଶ ପର୍ଯ୍ୟଟକଙ୍କ ଆରମ୍ଭ ହୋଇଛି ଭିତରକନିକା ଯାତ୍ରା। ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଭିତରକନିକାକୁ ଆସି ମଜା ଉଠାଉଛନ୍ତି। ପର୍ଯ୍ୟଟକମାନେ ଜଳପଥରେ ଭିତରକନିକାର ଶୋଭା ଉପଭୋଗ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ରବିବାର ଗୋଟିଏ ଦିନରେ ଭିତରକନିକାକୁ ୧୪୫୫ଜଣ ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି । ଗୁପ୍ତିଏଣ୍ଟ୍ରି ପଏଣ୍ଟ ଦେଇ ୨୧ଟି ବୋଟରେ ୨୯୫ଜଣ ପର୍ଯ୍ୟଟକ ଭିତରକନିକା ଆସିଥିବା ବେଳେ ଖୋଳା ଏଣ୍ଟ୍ରି ପଏଣ୍ଟ ଦେଇ ୬୬ଟି ବୋଟରେ ୬୩୪ ଜଣ ପର୍ଯ୍ୟଟକ, ଜୟନଗର ଏଣ୍ଟ୍ରି ପଏଣ୍ଟ ଦେଇ ୧୨ଟି ବୋଟରେ ୧୩୧ଜଣ ପର୍ଯ୍ୟଟକ ଭିତରକନିକାର ପ୍ରାକୃତିକ ଶୋଭା ଉପଭୋଗ କରିଛନ୍ତି । ଡାଙ୍ଗମାଳ ଏଣ୍ଟ୍ରି ପଏଣ୍ଟ ଦେଇ ସ୍ଥଳପଥରେ ୩୯୫ଜଣ ପର୍ଯ୍ୟଟକ ଭିତରକନିକା ବୁଲିଛନ୍ତି । ସେଥିମଧ୍ୟରୁ ୨ଶହ ପର୍ଯ୍ୟଟକ ଡାଙ୍ଗମାଳରୁ ୧୨ଟି ବୋଟରେ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି ।
ଜାତୀୟ ଉଦ୍ୟାନରେ ଭିଡ଼ ଜମାଇଥିବା ଅଷ୍ଟ୍ରେଲିଆ, ଆଫ୍‌ଗାନିସ୍ତାନ, ଆମେରିକା, ପାକିସ୍ଥାନ, ଜାପାନ, ଶ୍ରୀଲଙ୍କା, ବାଂଲାଦେଶ ଆଦି ବିଦେଶୀ ପକ୍ଷୀମାନଙ୍କ ସହିତ ଦେଶୀୟ ପକ୍ଷୀଙ୍କ କାକଳିରେ ବିମୋହିତ ହୋଇପଡୁଛନ୍ତି ପର୍ଯ୍ୟଟକ। ବିରଳ ବଉଳାକୁମ୍ଭୀର, ଡଲଫିନ୍‌, ଅଲିଭ୍‌ ରିଡ୍‌ଲେ କଇଁଛ, ହରିଣ, ବାର୍‌ହା, ସମ୍ବର, ଫିସିଂକ୍ୟାଟ୍‌, ହାଏନା, ଝିଙ୍କ ସହିତ ପାଣିଗୋଧି, ଅଜଗର, ଅହିରାଜ ଆଦି ସରୀସୃପ ଭଳି ବିରଳ ପ୍ରାଣୀମାନେ ବି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଏଥିସହିତ ଅଭୟାରଣ୍ୟରେ ଅନ୍ୟତ୍ର ଲୁପ୍ତପ୍ରାୟ ହେନ୍ତାଳବଣ ଓ ୬୩ ପ୍ରକାର ଲୁଣା ଜଙ୍ଗଲ ରହିଛି। ହେନ୍ତାଳ, ସୁନ୍ଦରୀ, ଶିଶୁମାର, କେରୁଆଁ, ରାଇ, ବଣି, ଗରଣି, ଖରସି, ବନ୍ଦରୀ, ପାଣିଆମ୍ବ, ସିଙ୍ଗଡା, ପିତାମ୍ବରୀ, ପିତକୋରୁଆ ଭଳି ବିରଳ ଉଦ୍ଭିଦ ସହିତ ମନୋରମ ପ୍ରକୃତି ଓ ପରିବେଶ ପର୍ଯ୍ୟଟକଙ୍କ ମନ କିଣି ନେଇଛି। ଭିତରକନିକାକୁ ଯାତ୍ରା ସମୟରେ ନୌକାଭ୍ରମଣରେ ପ୍ରକୃତିକୁ ନିକଟରେ ଦେଖିବାର ସୁଯୋଗ ଓ ନଦୀ ପଠାରେ ବିରଳ ବଉଳା କୁମ୍ଭୀରଙ୍କ ଖରାପୋଇଁବା ଓ ମିଳନ ଦୃଶ୍ୟ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି। ଏଥିସହିତ ସାରାବିଶ୍ୱରେ ଚର୍ଚ୍ଚିତ ଶଙ୍ଖ ମଲମଲ ପରିକୁମ୍ଭୀର ‘ଗୌରୀ’ ପରି ଧଳାକୁମ୍ଭୀର ଶଙ୍ଖୁଆ ଓ ହାଇଦ୍ରାବାଦୀକୁ ଦେଖିବାକୁ ପର୍ଯ୍ୟଟକମାନେ ଭିଡ଼ ଜମାଉଛନ୍ତି। ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଡାଙ୍ଗମାଳକୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ୨ଫୁଟର ଆଉ ଏକ ଧଳାକୁମ୍ଭୀର । ଏହାବାଦ୍‌ ମିୟୁଜିୟମ୍‌ରେ ୧୯ ଫୁଟ୍‌ ଓ ୧୭ ଫୁଟ୍‌ ଲମ୍ବର ବିରାଟକାୟ ୨ ବଉଳା କୁମ୍ଭୀରଙ୍କ କଙ୍କାଳ ସହିତ ଭିତରକନିକାରେ ଥିବା ପ୍ରାୟ ସମସ୍ତ ସ୍ତନ୍ୟପାୟୀ ଓ ସରୀସୃପ ପ୍ରାଣୀଙ୍କ କଙ୍କାଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ନ ପୂରୁଣୁ ୬ ସ୍ଥାନରେ ଫାଟ

ବଇଣ୍ଡା,୧୦ା୮(ଡି.ଏନ.ଏ.) ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନି। ଏପରି କି ନିର୍ମାଣାଧୀନ ୪୦ କିଲୋମିଟର ରାସ୍ତାକୁ ୬ ମାସ ମଧ୍ୟ ପୂରିନି। ହେଲେ ୬ଟି ସ୍ଥାନରେ...

ବ୍ୟାଙ୍କ ଅଫ୍‌ ବରୋଦା ଏଟିଏମ୍‌ ଭାଙ୍ଗିଲେ ଦୁର୍ବୃତ୍ତ

ବଇଣ୍ଡା,୨।୬ (ଡି.ଏନ୍‌.ଏନ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ଗ୍ରାମରେ ଥିବା ବ୍ୟାଙ୍କ ଅଫ୍‌ ବରୋଦାରୁ ସୋମବାର ରାତିରେ ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। କେତେକ...

ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଜାମଟିକ୍ରା, ୨୨।୪ (ଡି.ଏନ.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ଯୋଜନା ଉପରେ ଯୋଜନା ତିଆର କରୁଛନ୍‌। ଭିନେ ଭିନେ ଯୋଜନାରେ ସରକାର...

କଟକରେ ରାତି ୮.୩୦ ଯାଏ ଖୋଲା ରହିବ ଦୋକାନ ବଜାର

କଟକ ଅଫିସ,୧ା୭: କଟକ ସହରରେ ରାତି ୮.୩୦ ଯାଏ ଦୋକାନ ବଜାର ଖୋଲାରହିବ। ଏନେଇ ବୁଧବାର କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ରାତ୍ରି...

ଡାକ୍ତରଙ୍କ ସାଢେ ୭ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ ଅଫିସ,୨।୧୧: ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ଧ୍ରୁବଚରଣ ନାଥଙ୍କ ୭ଲକ୍ଷ ୫୫ ହଜାର ୪୨୭ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି...

ଏମ୍‌କେସିଜିରେ ଅକ୍ସିଜେନ୍‌ ଅଭାବ: ଗୁଜବ କହିଲେ ଜିଲାପାଳ

ଛତ୍ରପୁର,୩।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ନେଇ ଭିଡିଓ ଭାଇରାଲ ହୋଇଥିଲା। ତେବେ ଅକ୍ସିଜେନ୍‌ର କୌଣସି ଅଭାବ ନ...

ସୁରକ୍ଷିତ ନୁହେଁ ସ୍ଥାନୀୟ ପାଉଁରୁଟି

କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: ହାଲ୍‌କା ଖାଦ୍ୟ ଭାବେ ପାଉଁରୁଟି ଜଣାଶୁଣା ା ସ୍ବାସ୍ଥ୍ୟ ପାଇଁ ଆବଶ୍ୟକୀୟ କାର୍ବୋହାଇଡ୍ରେଟ ଓ ଅନ୍ୟାନ୍ୟ ଉପାଦାନ ଏଥିରୁ ମିଳିଥାଏ। ତେବେ...

ଦ୍ରୌପଦୀଙ୍କ ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ: ବଣ୍ଟା ହେବ ୫ କୁଇଣ୍ଟାଲ ଲଡ଼ୁ

ବାରିପଦା ଅଫିସ,୨୧ା୭: ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ସମ୍ଭାବନା ଥିବାରୁ ବିଜୟ ଉତ୍ସବ ମନାଇବାକୁ ମୟୂରଭଞ୍ଜ...

Advertisement
Archives

Model This Week