ଭିତରକନିକାରେ ପ୍ରକୃତିପ୍ରେମୀଙ୍କ ଭିଡ଼

ରାଜନଗର,୨୦ା୧୨(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଆରମ୍ଭ ହୋଇଛି ପିକ୍‌ନିକ୍‌ ଋତୁ। ଚଳିତବର୍ଷ ଅକ୍ଟୋବରରୁ ଦେଶ ବିଦେଶ ପର୍ଯ୍ୟଟକଙ୍କ ଆରମ୍ଭ ହୋଇଛି ଭିତରକନିକା ଯାତ୍ରା। ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଭିତରକନିକାକୁ ଆସି ମଜା ଉଠାଉଛନ୍ତି। ପର୍ଯ୍ୟଟକମାନେ ଜଳପଥରେ ଭିତରକନିକାର ଶୋଭା ଉପଭୋଗ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ରବିବାର ଗୋଟିଏ ଦିନରେ ଭିତରକନିକାକୁ ୧୪୫୫ଜଣ ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି । ଗୁପ୍ତିଏଣ୍ଟ୍ରି ପଏଣ୍ଟ ଦେଇ ୨୧ଟି ବୋଟରେ ୨୯୫ଜଣ ପର୍ଯ୍ୟଟକ ଭିତରକନିକା ଆସିଥିବା ବେଳେ ଖୋଳା ଏଣ୍ଟ୍ରି ପଏଣ୍ଟ ଦେଇ ୬୬ଟି ବୋଟରେ ୬୩୪ ଜଣ ପର୍ଯ୍ୟଟକ, ଜୟନଗର ଏଣ୍ଟ୍ରି ପଏଣ୍ଟ ଦେଇ ୧୨ଟି ବୋଟରେ ୧୩୧ଜଣ ପର୍ଯ୍ୟଟକ ଭିତରକନିକାର ପ୍ରାକୃତିକ ଶୋଭା ଉପଭୋଗ କରିଛନ୍ତି । ଡାଙ୍ଗମାଳ ଏଣ୍ଟ୍ରି ପଏଣ୍ଟ ଦେଇ ସ୍ଥଳପଥରେ ୩୯୫ଜଣ ପର୍ଯ୍ୟଟକ ଭିତରକନିକା ବୁଲିଛନ୍ତି । ସେଥିମଧ୍ୟରୁ ୨ଶହ ପର୍ଯ୍ୟଟକ ଡାଙ୍ଗମାଳରୁ ୧୨ଟି ବୋଟରେ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି ।
ଜାତୀୟ ଉଦ୍ୟାନରେ ଭିଡ଼ ଜମାଇଥିବା ଅଷ୍ଟ୍ରେଲିଆ, ଆଫ୍‌ଗାନିସ୍ତାନ, ଆମେରିକା, ପାକିସ୍ଥାନ, ଜାପାନ, ଶ୍ରୀଲଙ୍କା, ବାଂଲାଦେଶ ଆଦି ବିଦେଶୀ ପକ୍ଷୀମାନଙ୍କ ସହିତ ଦେଶୀୟ ପକ୍ଷୀଙ୍କ କାକଳିରେ ବିମୋହିତ ହୋଇପଡୁଛନ୍ତି ପର୍ଯ୍ୟଟକ। ବିରଳ ବଉଳାକୁମ୍ଭୀର, ଡଲଫିନ୍‌, ଅଲିଭ୍‌ ରିଡ୍‌ଲେ କଇଁଛ, ହରିଣ, ବାର୍‌ହା, ସମ୍ବର, ଫିସିଂକ୍ୟାଟ୍‌, ହାଏନା, ଝିଙ୍କ ସହିତ ପାଣିଗୋଧି, ଅଜଗର, ଅହିରାଜ ଆଦି ସରୀସୃପ ଭଳି ବିରଳ ପ୍ରାଣୀମାନେ ବି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଏଥିସହିତ ଅଭୟାରଣ୍ୟରେ ଅନ୍ୟତ୍ର ଲୁପ୍ତପ୍ରାୟ ହେନ୍ତାଳବଣ ଓ ୬୩ ପ୍ରକାର ଲୁଣା ଜଙ୍ଗଲ ରହିଛି। ହେନ୍ତାଳ, ସୁନ୍ଦରୀ, ଶିଶୁମାର, କେରୁଆଁ, ରାଇ, ବଣି, ଗରଣି, ଖରସି, ବନ୍ଦରୀ, ପାଣିଆମ୍ବ, ସିଙ୍ଗଡା, ପିତାମ୍ବରୀ, ପିତକୋରୁଆ ଭଳି ବିରଳ ଉଦ୍ଭିଦ ସହିତ ମନୋରମ ପ୍ରକୃତି ଓ ପରିବେଶ ପର୍ଯ୍ୟଟକଙ୍କ ମନ କିଣି ନେଇଛି। ଭିତରକନିକାକୁ ଯାତ୍ରା ସମୟରେ ନୌକାଭ୍ରମଣରେ ପ୍ରକୃତିକୁ ନିକଟରେ ଦେଖିବାର ସୁଯୋଗ ଓ ନଦୀ ପଠାରେ ବିରଳ ବଉଳା କୁମ୍ଭୀରଙ୍କ ଖରାପୋଇଁବା ଓ ମିଳନ ଦୃଶ୍ୟ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି। ଏଥିସହିତ ସାରାବିଶ୍ୱରେ ଚର୍ଚ୍ଚିତ ଶଙ୍ଖ ମଲମଲ ପରିକୁମ୍ଭୀର ‘ଗୌରୀ’ ପରି ଧଳାକୁମ୍ଭୀର ଶଙ୍ଖୁଆ ଓ ହାଇଦ୍ରାବାଦୀକୁ ଦେଖିବାକୁ ପର୍ଯ୍ୟଟକମାନେ ଭିଡ଼ ଜମାଉଛନ୍ତି। ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଡାଙ୍ଗମାଳକୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ୨ଫୁଟର ଆଉ ଏକ ଧଳାକୁମ୍ଭୀର । ଏହାବାଦ୍‌ ମିୟୁଜିୟମ୍‌ରେ ୧୯ ଫୁଟ୍‌ ଓ ୧୭ ଫୁଟ୍‌ ଲମ୍ବର ବିରାଟକାୟ ୨ ବଉଳା କୁମ୍ଭୀରଙ୍କ କଙ୍କାଳ ସହିତ ଭିତରକନିକାରେ ଥିବା ପ୍ରାୟ ସମସ୍ତ ସ୍ତନ୍ୟପାୟୀ ଓ ସରୀସୃପ ପ୍ରାଣୀଙ୍କ କଙ୍କାଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri