ଦାରିଙ୍ଗବାଡି,୧୮।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଥିବା ମା’ ପାଟଖଣ୍ଡାଙ୍କ ପୀଠରେ ନବରାତ୍ରି ପୂଜା ଅନୁଷ୍ଠିତ ହୋଇଯାଇଛି। ୧୧ରୁ ଆରମ୍ଭ ହୋଇଥିବା ଏହି ନବରାତ୍ରିରେ ପ୍ରଥମ ଦିନରେ ମା’ପାଟଖଣ୍ଡା ଙ୍କୁ ଶୈଳପୁତ୍ରୀ, ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟା, ଚତୁର୍ଥରେ ମା’ କୁସ୍ମାଣ୍ଡ, ପଞ୍ଚମରେ ମା’ ସ୍କନ୍ଦମାତା, ଷଷ୍ଠୀରେ ମା’ କାତ୍ୟାୟନୀ, ସପ୍ତମ ଦିନରେ ମା’ କାଳରାତ୍ରି, ଅଷ୍ଟମୀରେ ମହାଗୌରୀ ଭାବେ ପୂଜାର୍ଚ୍ଚନା କରାଯାଇଛି। ରବିବାର ନବମୀରେ ମା ସିଦ୍ଧିଦାତ୍ରୀଙ୍କ ପୂଜାର୍ଚ୍ଚନା କରାଯାଇ ଦଶମୀରେ ଦଶହରା ପାଳନ କରାଯିବ। ଅନ୍ୟପକ୍ଷେ ମା’ଙ୍କୁ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା।
ସେହିପରି ଦାରିଙ୍ଗବାଡି ଚାରିଛକ ଦୁର୍ଗା ମଣ୍ଡପରେ ସପ୍ତମୀଠାରୁ ବଡ଼ ଧୁମ୍ଧାମ୍ରେ ପୂଜା ଆରମ୍ଭ କରାଯାଇଥିବା ବେଳେ ଦଶହରା ଦିନ ପୂଜା ପୂର୍ଣ୍ଣାହୁତି ହେବ। ପୂଜକ ବୁଲୁ ତ୍ରିପାଠୀ, ଚନ୍ଦନ ତ୍ରିପାଠୀ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନା କରୁଛନ୍ତି।