ରାଖୀ ପାଇଁ ମିଠା ଦୋକାନରେ ଭିଡ଼: ୫ ଦୋକାନ ସିଲ୍‌, ୪୦ ଦୋକାନୀଙ୍କୁ ଜରିମାନା

ଝାରସୁଗୁଡ଼ା ଅଫିସ,୩ା୮: ଝାରସୁଗୁଡ଼ାରେ ସୋମବାର ସକାଳୁ ଗହଳି ପରିଲକ୍ଷିତ ହୋଇଥିଲା। ରାଖୀ ପୂର୍ଣ୍ଣିମା ଯୋଗୁ ଲୋକେ କିଣାକିଣି କରିବା ପାଇଁ ଏହି ଭିଡ଼ ହୋଇଥିଲା। ବିଶେଷକରି ବିଭିନ୍ନ ମିଠା ଦୋକାନରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ନ ଥିଲା। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସହରର ୫ଟି ମିଠା ଦୋକାନକୁ ସିଲ୍‌ କରାଯାଇଛି। ୪୦ଟି ଦୋକାନଠାରୁ ଜରିମାନା ଆଦାୟ କରାଯାଇଛି। ଜିଲା ପ୍ରଶାସନର ଏହି ପଦକ୍ଷେପକୁ ବ୍ୟବସାୟୀମାନେ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ରାଖୀ ପାଇଁ ତିଆରି କରାଯାଇଥିବା ମିଠାଗୁଡିକ ନଷ୍ଟ ହୋଇଥିବା ବେଳେ ସେମାନେ କ୍ଷତି ସହିଥିବା କହିଛନ୍ତିି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲା ପ୍ରଶାସନ ପକ୍ଷରୁ ଅଗଷ୍ଟ ୧୦ତାରିଖ ପର୍ଯ୍ୟନ୍ତ ଶନିବାର ଓ ରବିବାର ଦୁଇ ଦିନ ଶଟ୍‌ଡାଉନ୍‌ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଗତ ଶନିବାର ଜିଲାର ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗର ଅଞ୍ଚଳର ବ୍ୟବସାୟୀମାନେ ବିରୋଧ କରି ଜିଲାପାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ରାଖୀ ଥିବାରୁ ଶନିବାର ଓ ରବିବାର ଦୋକାନ ଖୋଲିବାକୁ ଅନୁମତି ଦେବାକୁ ଦାବି କରିଥିଲେ। ପରେ ଜିଲା ପ୍ରଶାସନର ଅଧିକାରୀମାନେ ବୈଠକ କରି ଶନିବାର ସନ୍ଧ୍ୟା ୬ରୁ ୯ ଓ ରବିବାର ସକାଳ ୬ରୁ ୧୦ଟା ପର୍ଯ୍ୟନ୍ତ ଦୋକାନଗୁଡିକ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏନେଇ କୌଣସି ସରକାରୀ ଚିଠି କିମ୍ବା ଜିଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଇ ନ ଥିଲା। ଫଳରେ ଲୋକେ ଜାଣି ପାରି ନ ଥିଲେ। ସେଥିପାଇଁ ସୋମବାର ସକାଳେ ଦୋକାନ ବଜାର ଭିଡ଼ ହୋଇଥିଲା। ତେବେ ଏ ସମ୍ପର୍କରେ କୌଣସି ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ପ୍ରଜାମେଳି

ମାଲକାନଗିରି/ ଚିତ୍ରକୋଣ୍ଡା/କୋରୁକୋଣ୍ଡା, ୪।୧୨ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ପୁଣି ଆଦିବାସୀଙ୍କ ପ୍ରଜାମେଳି ଦେଖିବାକୁ ମିଳିଛି। ଜୋଡାମ୍ବ ପଞ୍ଚାୟତର ହନ୍ତାଳଗୁଡାଠାରେ ମଙ୍ଗଳବାର ୫ଶହରୁ ଊର୍ଦ୍ଧ୍ୱ ଆଦିବାସୀ...

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପାଟପୁର,୨୯ା୫- ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ବତାଗଡ ଗ୍ରାମର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ଉକ୍ତ ଗ୍ରାମର ରାଧା ଗୌଡ଼ (୨୪)।...

ସାନଭାଇ ଆତ୍ମହତ୍ୟା କରୁଥିବା ଦେଖି ମଧ୍ୟ ବଞ୍ଚାଇ ପାରିଲେନି ବଡ଼ଭାଇ

ଯୋଡ଼ା,୭।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ ଶାସ୍ତ୍ରୀନଗରର ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ପୋଲିସ ସୂତ୍ରରୁ ପ୍ରକାଶ,...

ବହିରାଗତଙ୍କୁ ଗଁ। ମନା

ଢେଙ୍କାନାଳ ଅଫିସ, ୨୯।୩ – ଦିନକୁ ଦିନ ଅଧିକ ଭୟାବହ ହେଉଛି କରୋନା। ସଂକ୍ରମଣରେ ମୃତକ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ...

ଘରକୁ ଫେରିଲେ ରାଜସ୍ଥାନରେ ଫସି ରହିଥିବା ୧୦ ବର୍ଷର ଛାତ୍ର

ଡେରାବିଶ, ୨୨।୫(ସ୍ବ.ପ୍ର.): ଲକ୍‌ଡାଉନ୍‌ ଯୋଗୁ ରାଜସ୍ଥାନର ଝୁନ୍‌ଝୁନ୍‌ ସ୍ଥିତ ଡିଫେନ୍ସ ପବ୍ଲିକ ସିନିୟର ସେକେଣ୍ଡାରୀ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିବା ଡେରାବିଶ ବ୍ଳକ ଇନ୍ଦାଳୋ...

କରୋନା ଟାଣିଛି ଲକ୍ଷ୍ମଣରେଖା: କାଳିଆ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ

ପୁରୀ ଅଫିସ,୧୯।୪: କରୋନା ଟାଣିଛି ଲକ୍ଷ୍ମଣ ରେଖା। ସିଂହଦ୍ୱାର ଡେଇଁ ଶ୍ରୀମନ୍ଦିରକୁ ଯାଇପାରୁନାହାନ୍ତି ଭକ୍ତ। ଗତ ମାସ ୨୦ ତାରିଖରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି।...

ଆନ୍ଦୋଳନ ଯୋଗୁ ୧.୪୭ କୋଟି କ୍ଷତି

ତାଳଚେର,୧୧ା୧୦(ନି.ପ୍ର.)- ସୋଲଡା ରୋଡ ସେଲ ପଏଣ୍ଟରୁ ଟ୍ରକ୍‌ରେ କୋଇଲା ପରିବହନ ଦାବି କରି ତାଳଚେର ବ୍ଲକ ଡଅଁରା ଗ୍ରାମବାସୀ ଓ ବଳରାମ ଟ୍ରକ୍‌ ଆସୋସିଏଶନ ପକ୍ଷରୁ...

ଭାରସାମ୍ୟ ହରାଇ କ୍ଷେତକୁ ଓଲଟିଲା ଟ୍ରକ

ବିନିକା,୩୦ା୪(ଡି.ଏନ୍‌.ଏ): ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ସିଂଘିଯୁବା-କମିରା ରାସ୍ତାର ଖଇରମାଳ ଗାଁ ନିକଟରେ ଶୁକ୍ରବାର ସକାଳେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଭାରାସାମ୍ୟ ହରାଇ ଧାନକ୍ଷେତକୁ...

Coronavirus Update


Archives

Model This Week

Why Dharitri