ପଲ୍ଲିଶ୍ରୀ ମେଳାରେ ଭିଡ଼, ନାହିଁ କରୋନା ଭୟ

ପାରାଦୀପ,୬ା୧(ସ୍ବ.ପ୍ର.): ପାରାଦୀପ ସମୁଦ୍ର ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଗତ ୩ ତାରିଖରୁ ଚାଲିଛି ପଲ୍ଲିଶ୍ରୀ ମେଳା। ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ମେଳାରେ ମଙ୍ଗଳବାର ଓ ବୁଧବାର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଦୀର୍ଘ ଦୁଇବର୍ଷ ପରେ ବେଳାଭୂମିରେ ମେଳା ଦେଖିବା ଏବଂ ଘରକରଣା ସାମଗ୍ରୀ କିଣିବାକୁ ଲୋକଙ୍କ ସମାଗମ ଅଧିକ ରହୁଛି। ଯେଉଁ କରୋନା ଓ ଓମିକ୍ରନ୍‌ ଭାଇରସ୍‌ ପାଇଁ ସରକାର ନବବର୍ଷ ପାଳନ ଉପରେ କଟକଣା ଜାରି କରିଥିଲେ ତା’ର ଓଲଟା ଚିତ୍ର ପଲ୍ଲିଶ୍ରୀ ମେଳାରେ ଦେଖିବାକୁ ମିଳୁଛି। ଏହି ମେଳାରେ ୬୨ଟି ଷ୍ଟଲ୍‌ ହୋଇଛି ଏବଂ ଷ୍ଟଲ୍‌ ବାହାରେ ତାହାଠାରୁ ଅଧିକ ଉଠା ବ୍ୟବସାୟୀ ବସିଛନ୍ତି। ମେଳା ଭିତରକୁ ପ୍ରବେଶ ବେଳେ ଘରୋଇ ସିକ୍ୟୁରିଟି ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଉଛନ୍ତି। ଡାକବାଜି ଯନ୍ତ୍ର ଯୋଗେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଉପରେ କୁହାଯାଉଛି। କିନ୍ତୁ ମେଳା ଭିତରେ ଥିବା ଖାଇବା ଷ୍ଟଲ୍‌ଗୁଡିକରେ ଲୋକେ ରାଜସ୍ଥାନୀ ଖାଦ୍ୟ, ନୟାଗଡ଼ ଛେନାପୋଡ ଆଦି ଖାଉଛନ୍ତି। ଏଭଳି ନିୟମକୁ ନେଇ କେତେଜଣ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି। ଆଇନଜୀବୀ ଗତିକୃଷ୍ଣ ଶତପଥୀ କୁହନ୍ତି, ସରକାର ନୂଆବର୍ଷ ବେଳେ ପର୍ଯ୍ୟଟନ ସ୍ଥାନ, ମନ୍ଦିର ଦର୍ଶନ ଆଦି ଉପରେ କଟକଣା ଜାରି କରି ଲୋକଙ୍କୁ ଅଟକାଉଛନ୍ତି। କିନ୍ତୁ ନିଜେ ମେଳା କରିବେ, ରାଜନୈତିକ ସଭା କରିବେ। ଏ ସମ୍ପର୍କରେ ଓରମାସ୍‌ର ସିଇଓ ସତ୍ୟସୁନ୍ଦର ଶିବରାମ ପାଇଟାଳଙ୍କୁ ପଚାରିବାରେ ଅପରାହ୍ନ ୪ଟାରୁ ୮ଟା ଯାଏ ଗହଳି ହେଉଥିଲା। ରାଜ୍ୟ ସରକାର ବୁଧବାର ନୂଆ ଗାଇଡ୍‌ଲାଇନରେ ନାଇଟ୍‌ କଫ୍ୟୁ ଜାରି କରିଛନ୍ତି। ଜିଲା ପ୍ରଶାସନ ସହ ଆଲୋଚନା କରି ଯାହା କିଛି ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri