ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ରେ ବଢୁଛି ଭିଡ଼, ଜୈବିକ ହଳଦୀ-କଫିଚାଷକୁ ପ୍ରଶଂସା କରି ପର୍ଯ୍ୟଟକ କହିଲେ…

ଦାରିଙ୍ଗବାଡ଼ି,୧୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ ସମେତ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶନିବାରଠାରୁ ଆସନ୍ତା ନୂତନ ବର୍ଷର ୫ ପର୍ଯ୍ୟନ୍ତ ଦାରିଙ୍ଗବାଡ଼ି ଅଞ୍ଚଳରେ ରହିଥିବା ଇକୋ ରିଟ୍ରିଟ୍‌ ସମେତ ଘରୋଇ ଲଜ, ହୋଟେଲଗୁଡ଼ିକ ଆଗୁଆ ବୁକିଂ ସରିଛି।

ଏବେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ପଡ଼ୋଶୀ ବ୍ଲକ ରାଇକିଆ, ବାଲିଗୁଡା, ଜି. ଉଦୟଗିରି ସମେତ ଅନ୍ୟ ସ୍ଥାନରେ ରାତ୍ରିଯାପନ କରି ଦାରିଙ୍ଗବାଡ଼ି ବୁଲିବାକୁ ଆସୁଥିବା ବେଳେ ରାଜ୍ୟ ବାହାର ପର୍ଯ୍ୟଟକ ମଧ୍ୟ ହୋଟେଲ, ଲଜ୍‌ ନ ପାଇ ଗୋପାଳପୁର ଏବଂ ପୁରୀରେ ରାତ୍ରିଯାପନ କରି ଏଠାକୁ ଆସି ବୁଲାବୁଲି କରି ଫେରୁଥିବା ଜଣାପଡ଼ିଛି। ପର୍ଯ୍ୟଟକଙ୍କ ଏବେ ଶୀତର ସହର ଦାରିଙ୍ଗବାଡି ପ୍ରଥମ ପସନ୍ଦ ପାଲଟିଛି। ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ସମେତ ଏହାର ଥଣ୍ଡା ଜଳବାୟୁ ଦିନ ଓ ରାତିରେ ପ୍ରାୟତଃ ସମାନ ଥଣ୍ଡା ଅନୁଭୂତ ହେଉଥିବା ପ୍ରକାଶ କରିଛନ୍ତି। ପର୍ଯ୍ୟଟକଙ୍କ ମୁହଁରୁ ଦାରିଙ୍ଗବାଡ଼ିକୁ ଅଧିକ ପ୍ରଂଶସା ଶୁଣିବାକୁ ମିଳିଛି।

ପର୍ଯ୍ୟଟକ କୁହନ୍ତି ଦାରିଙ୍ଗିବାଡ଼ିରେ କ’ଣ ନାହିଁ କୁହ? ଏଠାରେ ଜୈବିକ ହଳଦୀ ଚାଷ ହେଉଛି, କଫି ଚାଷ ହେଉଛି। ସମୃଦ୍ଧ ଲୋକକଳା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ବି ଏଠାରେ ଭରି ରହିଛି। ତେଣୁ ଯେତେଥର ଏହି ଦାରିଙ୍ଗବାଡ଼ି ଇକୋ-ରିଟ୍ରିଟ ସମେତ ପର୍ଯ୍ୟଟନ କ୍ଷେତ୍ର ବୁଲିବାକୁ ଆସୁଛୁ ଆହୁରି ବାରମ୍ବାର ଆସିବାକୁ ଇଚ୍ଛା ହେଉଛି ବୋଲି ପର୍ଯ୍ୟଟକମାନେ କହିଛନ୍ତି। କଫି ବଗିଚା ସହ ହିଲଭିୟୁ ପାର୍କ ଏବଂ ମିଡିୟୁବାନ୍ଦା ସବୁଠାରୁ ଆକର୍ଷଣୀୟ ଜଳପ୍ରପାତ ବୋଲି ବୁଲିବାକୁ ଆସିଥିବା ପର୍ଯ୍ୟଟକ କହିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri