ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ରେ ବଢୁଛି ଭିଡ଼, ଜୈବିକ ହଳଦୀ-କଫିଚାଷକୁ ପ୍ରଶଂସା କରି ପର୍ଯ୍ୟଟକ କହିଲେ…

ଦାରିଙ୍ଗବାଡ଼ି,୧୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ ସମେତ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶନିବାରଠାରୁ ଆସନ୍ତା ନୂତନ ବର୍ଷର ୫ ପର୍ଯ୍ୟନ୍ତ ଦାରିଙ୍ଗବାଡ଼ି ଅଞ୍ଚଳରେ ରହିଥିବା ଇକୋ ରିଟ୍ରିଟ୍‌ ସମେତ ଘରୋଇ ଲଜ, ହୋଟେଲଗୁଡ଼ିକ ଆଗୁଆ ବୁକିଂ ସରିଛି।

ଏବେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ପଡ଼ୋଶୀ ବ୍ଲକ ରାଇକିଆ, ବାଲିଗୁଡା, ଜି. ଉଦୟଗିରି ସମେତ ଅନ୍ୟ ସ୍ଥାନରେ ରାତ୍ରିଯାପନ କରି ଦାରିଙ୍ଗବାଡ଼ି ବୁଲିବାକୁ ଆସୁଥିବା ବେଳେ ରାଜ୍ୟ ବାହାର ପର୍ଯ୍ୟଟକ ମଧ୍ୟ ହୋଟେଲ, ଲଜ୍‌ ନ ପାଇ ଗୋପାଳପୁର ଏବଂ ପୁରୀରେ ରାତ୍ରିଯାପନ କରି ଏଠାକୁ ଆସି ବୁଲାବୁଲି କରି ଫେରୁଥିବା ଜଣାପଡ଼ିଛି। ପର୍ଯ୍ୟଟକଙ୍କ ଏବେ ଶୀତର ସହର ଦାରିଙ୍ଗବାଡି ପ୍ରଥମ ପସନ୍ଦ ପାଲଟିଛି। ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ସମେତ ଏହାର ଥଣ୍ଡା ଜଳବାୟୁ ଦିନ ଓ ରାତିରେ ପ୍ରାୟତଃ ସମାନ ଥଣ୍ଡା ଅନୁଭୂତ ହେଉଥିବା ପ୍ରକାଶ କରିଛନ୍ତି। ପର୍ଯ୍ୟଟକଙ୍କ ମୁହଁରୁ ଦାରିଙ୍ଗବାଡ଼ିକୁ ଅଧିକ ପ୍ରଂଶସା ଶୁଣିବାକୁ ମିଳିଛି।

ପର୍ଯ୍ୟଟକ କୁହନ୍ତି ଦାରିଙ୍ଗିବାଡ଼ିରେ କ’ଣ ନାହିଁ କୁହ? ଏଠାରେ ଜୈବିକ ହଳଦୀ ଚାଷ ହେଉଛି, କଫି ଚାଷ ହେଉଛି। ସମୃଦ୍ଧ ଲୋକକଳା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ବି ଏଠାରେ ଭରି ରହିଛି। ତେଣୁ ଯେତେଥର ଏହି ଦାରିଙ୍ଗବାଡ଼ି ଇକୋ-ରିଟ୍ରିଟ ସମେତ ପର୍ଯ୍ୟଟନ କ୍ଷେତ୍ର ବୁଲିବାକୁ ଆସୁଛୁ ଆହୁରି ବାରମ୍ବାର ଆସିବାକୁ ଇଚ୍ଛା ହେଉଛି ବୋଲି ପର୍ଯ୍ୟଟକମାନେ କହିଛନ୍ତି। କଫି ବଗିଚା ସହ ହିଲଭିୟୁ ପାର୍କ ଏବଂ ମିଡିୟୁବାନ୍ଦା ସବୁଠାରୁ ଆକର୍ଷଣୀୟ ଜଳପ୍ରପାତ ବୋଲି ବୁଲିବାକୁ ଆସିଥିବା ପର୍ଯ୍ୟଟକ କହିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ସାତକୋଶିଆର କାୟାକଳ୍ପ: ୧୦୦ କୋଟି ବ୍ୟୟରେ ସଜେଇ ହେବ ଅଭୟାରଣ୍ୟ

ଭୁବନେଶ୍ୱର,୪ା୨: ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍‌। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦…

ରେଳଷ୍ଟେଶନରେ ଦାଦନ ଶ୍ରମିକଙ୍କ ଗହଳି, ଶ୍ରମ ବିଭାଗ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୪ା୨(ତୁମେଶ୍ଵର ସାହୁ): ଦିନକୁ ଦିନ ରାଜ୍ୟରେ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି । ଦାଦନ ସମସ୍ୟା ବଲାଙ୍ଗୀର ଜିଲା ସମେତ କଳାହାଣ୍ଡି ଜିଲାରେ ମଧ୍ୟ ଦେଖିବାକୁ ମିଳିଛି।…

ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବନ୍ଦ ହେବ ବେଆଇନ ମଦ କାରବାର! ଅବକାରୀ ଅଧୀକ୍ଷକଙ୍କୁ ଚିଠି

ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ‘ମଦ’ ରେଡ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କୁ ଚିଠିରେ ନିର୍ଦ୍ଦେଶ…

ନାବାଳିକାଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର ଉଦ୍ୟମ କରି ଜଙ୍ଗଲରେ ଛାଡ଼ି ଦେଇଥିଲେ ୨ ଯୁବକ, ପୀଡ଼ିତାଙ୍କ ଏମିତି ବୟାନ ପରେ…

ତୁମୁଡ଼ିବନ୍ଧ,୪ା୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳର ୧୪ ବର୍ଷୀୟା ନାବାଳିକାଙ୍କ ସହ ଜଙ୍ଗଲରେ ଦୁଇ ଯୁବକଙ୍କ ବର୍ବରତା ସହ ନିର୍ଯାତନା ଘଟଣାରେ ଦୁଇ…

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ, ସରକାରଙ୍କ ତରଫରୁ ମିଳିଲା…

ମାଲକାନଗିରି,୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଟପ୍‌ କ୍ୟାଡର ମାଓବାଦୀ ସୁଖରାମ ମରକମ୍‌ ଓରଫ ସୁରେଶ ଓରଫ ୟୋଗେସ୍‌ ବୁଧବାର ମାଲକାନଗିରି ପୋଲିସ ନିକଟରେ ଅସ୍ତ୍ରଶସ୍ତ୍ର…

ଏହି ସ୍ଥାନରେ ଏବେ ବି ଶସ୍ତାରେ ମିଳୁଛି ସୁନା, ଭାରତ ତୁଳନାରେ ଏତେ କମ୍‌…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସୁନାର ମୂଲ୍ୟ ବଦଳୁଛି। ବଜେଟ ଦିନ, ଫେବୃଆରୀ 1 ଏବଂ 2 ରେ ଏକ ବଡ଼ ହ୍ରାସ ପରେ, ସୁନାର ମୂଲ୍ୟ ପୁଣି ଥରେ…

ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ଆଉ କିଛି ସମୟ ପରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୪ା୨: ପ୍ରାୟ ଗୋଟିଏ ବର୍ଷ ପରେ ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ । ଗତବର୍ଷ ଫେବୃଆରୀ ୧୩ରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରାଷ୍ଟ୍ରପତି…

ରେଲଓ୍ବେ ଟ୍ରାକ୍‌ରେ ପଡ଼ିଛି ମୁଣ୍ଡବିହୀନ ମୃତଦେହ, ହତ୍ୟା ନା ଆତ୍ମହତ୍ୟାକୁ ନେଇ ଚାଲିଛି…

ବଲାଙ୍ଗୀର,୪ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲଓ୍ବେ ଷ୍ଟେଶନରୁ ମାତ୍ର ୧ କିଲୋମିଟର ଦୂର ଖୁଜେନପାଲି ନିକଟସ୍ଥ ରେଲଓ୍ବେ ଟ୍ରାକ୍‌ ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri