୧୧୦ର କେଜି ମାଛ ଦେଖିବା ପାଇଁ ଭିଡ

ବାଲେଶ୍ୱର,୩।୧୦: ମତ୍ସ୍ୟଜୀବୀଙ୍କ ଜାଲରେ ୧୧୦ କେଜିର ବିରାଟ ମାଛ ପଡ଼ିଛି। ଯାହାକୁ ଦେଖିବାକୁ ଦୀଘା ମୁହାଣରେ ଥିବା ମାଛ ମାର୍କେଟରେ ଲୋକଙ୍କ ଭଡ଼ି ଜମିଥିବା ଦେଖିବାକୁ ମିଳିଥିଲା। ଏହି ବିରାଟ ମାଛଟିକୁ ଭୋଲା ମାଛ ବୋଲି କୁହାଯାଉଛି।
ପାରାଦ୍ୱୀପ ପୋର୍ଟରୁ ମତ୍ସ୍ୟଜୀବୀମାନେ ଏହି ମାଛଟିକୁ ଧରି ଦୀଘା ମୁହାଣରେ ଥିବା ମାଛ ମାର୍କେଟକୁ ବିକ୍ରି କରିବା ପାଇଁ ଆଣିଥିଲେ। ଏହି ମାଛଟିକୁ ଏକ କମ୍ପାନୀ କିଣିଥିବା ଜଣାପଡ଼ିଛି। ଏହି ମାଛଟି ମୂଲ୍ୟ୨୫୦୦୦। ଯାହାକୁ ବିଦେଶକୁ ରପ୍ତାନି କରାଯିବ।