ଖାଇଫୋଡ଼ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼: ପିଠିରେ କଣ୍ଟା ଫୁଟାଇ ୨୨ ହାତ ଖାଇ ଦଣ୍ଡରୁ ଝୁଲିଲେ ପାଟୁଆ

ସାକ୍ଷୀଗୋପାଳ,୧୪।୪(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଭୀମପୁର ଓ ଦାସ ବିଦ୍ୟାଧରପୁର ଗ୍ରାମରେ ବେଶ୍‌ ଧୁମଧାମ୍‌ରେ ପାରମ୍ପରିକ ଖାଇଫୋଡ଼ ଯାତ୍ରା ପାଳିତ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତି ଅବସରରେ ଭୀମପୁର ଗ୍ରାମର ମା’ ଗଡ଼ଚଣ୍ଡିଙ୍କ ମନ୍ଦିର ଏବଂ ଦାସବିଦ୍ୟାଧରପୁର ବଡ଼ ପୋଖରୀରେ ଖାଇଫୋଡ ଯାତ୍ରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲେ। ଠାକୁରାଣୀଙ୍କ ସମସ୍ତ ନୀତିକାନ୍ତି ସରିବା ପରେ କାଳେସି ବିଜେ କରିଥିଲେ। ମାନସିକଧାରୀ ପାଟୁଆମାନେ ପୋଖରୀରେ ଗାଧୁଆ ସାରି ଛଅରୁ ଦଶଇଞ୍ଚ ଲମ୍ବ ଦୁଇରୁ ଚାରୋଟି ଲେଖାଏ ଲୁହାବାଙ୍କ କଣ୍ଟା ପିଠିରେ ଫୁଟାଇ କୋଡ଼ିଏ ହାତ ଉଚ୍ଚ ଖାଇରୁ ତଳକୁ ଝୁଲିବା ଏବଂ ଠାକୁରାଣୀଙ୍କ ଜୟ ଜୟକାର ଧ୍ୱନୀ ଦେଇ ଖାଇ ଚାରିପଟେ ବୁଲିବା ଏକ ସାଧନା। ଚୈତ୍ର ମାସ ସାରା ଏହି ପାଟୁଆମାନେ ହବିଷ୍ୟାନ୍ନରେ ରହିଥିଲେ। ପ୍ରତି ମଙ୍ଗଳବାର ମା’ଙ୍କୁ ପୂଜା କରୁଥିଲେ। ମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ମା’ ଗଡ଼ଚଣ୍ଡି,ବସନ୍ତେଇ, ଜାଗୁଳାଇ,ମଙ୍ଗଳା ଓ ବାଟ ମଙ୍ଗଳା ଙ୍କର ପାଞ୍ଚଜଣ କାଳେସି ବିଜେ ହୋଇ ନିକଟବର୍ତ୍ତୀ ନଳିତା ପୋଖରୀକୁ ଯାଇଥିଲେ। ପୋଖରୀ ଚତୁଃପାର୍ଶ୍ୱରେ ସମବେତ ଭକ୍ତମାନଙ୍କ ଗହଣରେ ଜଣକ ପରେ ଜଣେ ପାଟୁଆମାନଙ୍କ ପିଠିରେ କାଳେସିମାନେ କଣ୍ଟା ଫୁଟାଇଥିଲେ ମଧ୍ୟ କ୍ଷତ ସ୍ଥାନରୁ ରକ୍ତସ୍ରାବ ହୋଇ ନଥିଲା। କଣ୍ଟାର ଗୋଟିଏ ମୁଣ୍ଡରେ ଲଗାଯାଇଥିବା ରଶିରେ ପାଟୁଆ ମାନେ ବନ୍ଧା ହୋଇ ଖାଇ ଦଣ୍ଡରୁ ତଳକୁ ଝୁଲିଥିଲେ। ଖାଇରେ ଝୁଲିବା ସମୟରେ ପାଟୁଆମାନେ ଖଜୁରି, କୋଳି, ଆମ୍ବ ଆଦି ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ପକାଇଥିଲେ। ଛୋଟ ଶିଶୁଙ୍କୁ ଖାଇରେ ଧରି ପାଟୁଆମାନେ ବୁଲୁଥିବା ଦେଖାଯାଇଥିଲା। ଅସାଧ୍ୟ ରୋଗ ପିଡ଼ାରୁ ଉପଶମ ଲଭିବା ଏବଂ ନିଃସନ୍ତାନମାନେ ସନ୍ତାନ ସନ୍ତତି ଆଶାରେ ଏଭଳି କଷ୍ଟକର ତପ ସାଧନ କରିଥାନ୍ତି ବୋଲି ଜଣାପଡିଥାଏ। ସେହିପରି ଦାସବିଦ୍ୟାଧରପୁର ବଡ଼ ପୋଖରୀରେ ଖାଇଫୋଡ ଯାତ୍ରା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri