କେଲିଆ ଶୈବପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼

 

ଡାବୁଗାଁ, ୧୭।୭ (ପ୍ରଜ୍ଞାରଞ୍ଜନ ପରିଡ଼ା) ଶ୍ରାବଣ ମାସର ଦ୍ୱିତୀୟ ସୋମବାର ସକାଳୁ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼ ଜମିଥିଲା। ଭୋରରୁ ୩ଟାରେ କେଲିଆ ଶୈବପୀଠରେ ଭକ୍ତମାନେ ପହଞ୍ଚତ୍ ବାବା ଝଡ଼େଶ୍ୱର ମହାଦେବଙ୍କ ଉପରେ ଜଳ ଢାଳି ଅଭିଷେକ ସହ ପୂଜାର୍ଚ୍ଚନା କରିଥିଲେ। ଶାନ୍ତିଶୃଙ୍ଖଳାର ସହ କାଉଡିଆମାନେ ବାବାଙ୍କର ଦର୍ଶନ କରିଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଏଠାରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ଏହାସହ ଡାବୁଗାଁ, ବିରିସୋଲା, ଜୁନାପାଣି ଶିବମନ୍ଦିରରେ ମଧ୍ୟ କଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଭିନ୍ନ ଶୈବପୀଠରେ ଭକ୍ତମାନଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା।