ଗାଜାରେ ଏଣେତେଣେ ପଡି ରହିଛି ମୃତଦେହ, ମହାମାରୀ ଆଶଙ୍କା

ଗାଜା,୨୯।୧୦: ତିନି ସପ୍ତାହ ଧରି ଗାଜା ଷ୍ଟ୍ରିପରେ ଲଗାତାର ବୋମା ବିସ୍ଫୋରଣ ଜାରି ରହିଛି। ଇସ୍ରାଏଲୀ ଟ୍ୟାଙ୍କର ବୋମା ବିସ୍ଫୋରଣ ଯୋଗୁଁ ସେଠାରେ ରହୁଥିବା ୨୩ଲକ୍ଷ ଜନସଂଖ୍ୟାଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଯୁଦ୍ଧରେ ସାତ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ବହୁ ସଂଖ୍ୟକ ମୃତଦେହ କୁଢ କୁଢ ଅଳିଆଭାବେ ଗଦା ହୋଇଛି।
ମୃତଦେହ ମେୃଚା ମେୃଚା ହୋଇ ଚାରିଆଡେ ପଡି ରହିବା ଯୋଗୁ ମହାମାରୀର ଆଶଙ୍କା ସୃଷ୍ଟି ହେଉଛି। ଗାଜା ବାସିନ୍ଦା ଓମାର ଡେରୱି ଏସମ୍ପର୍କରେ କହିଛନ୍ତି, ପ୍ରିୟଜନଙ୍କୁ ନୀତି ନିୟମରେ ବିଦାୟ ଦେଇପାରୁ ନାହଁୁ। ତାଙ୍କର ଅନ୍ତିମ ସଂସ୍କାର ସମାଧିସ୍ଥଳରେ ଯାଗାଟିଏ ନାହିଁ। ଭଗବାନ ଏପରି ଦୁଖ କାହାକୁ ନ ଦିଅନ୍ତୁ।

Share