ରଙ୍ଗମଞ୍ଚରେ ପପୁ ପମପମଙ୍କୁ ଦେଖିବା ପାଇଁ ଜମିବ ଭିଡ: ଆଜି ଠାକୁରାଣୀ ଯାତ୍ରାର ଶେଷ ପଟୁଆର

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ସୋମବାର ହେଉଛି ଶେଷ ପଟୁଆର। ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରୁଛି। ତେଣୁ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଆଜି ଦେବୀ ଅସ୍ଥାୟୀ ମଣ୍ଡପରୁ ପୂର୍ବ ମୁଖା ହୋଇ ବାହାରିବା ପରେ ବସ ଷ୍ଟାଣ୍ଡ ଦେଇ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟକୁ ଆସିବେ। ସେଠାରେ ଦେବୀଙ୍କ ପୂଜାର୍ଚ୍ଚନା ସରିବା ପରେ ଦେବୀ ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଯିବେ। ସେଠାରୁ ରେଡକ୍ରସ ରୋଡ ହୋଇ ଅସ୍ଥାୟୀ ମଣ୍ଡପରେ ପହଞ୍ଚି ବିଶ୍ରାମ ନେବେ। ମଙ୍ଗଳବାର ଦେବୀଙ୍କ ସିଂହ ବାହିନୀ ଯାତ୍ରା ହେବ। ତେଣୁ ଦେବୀ ସିଂହ ପ୍ରତିମୂର୍ତ୍ତି ଉପରେ ବସି ତହସିଲ ଅଫିସ ଛକ ପର୍ଯ୍ୟନ୍ତ ଆସିବେ। ସେଠାରୁ ଦେବୀ ଫେରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଅପରପକ୍ଷେ ସୋମବାର ସଂନ୍ଧ୍ୟାରେ କବି ସମ୍ରାଟ ରଙ୍ଗମଞ୍ଚରେ ପପୁ ପମପମ ଏବଂ ତାଙ୍କ ଟିମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ୨୦ ତାରିଖରେ ବନ ବିଭାଗ ଡାକ ବଙ୍ଗଳା ସମ୍ମୁଖରେ ଦେବୀଙ୍କ ଭେଟ ଯାତ୍ରା ସରିବା ପରେ ଦେବୀଙ୍କୁ ସ୍ଥାୟୀ ମଣ୍ଡପରେ ନେଇ ଛଡ଼ାଯିବ। ଏହାପରେ ଯାତ୍ରା ଉଦଯାପିତ ହେବ।

 

Dharitri – Odisha’s No.1 Odia Daily

 

Share