Categories: ଫୁରସତ

କାଉର ଏପରି ନାଚ ଦେଖିଲେ, ଅଟକିଯିବେ ଘଡ଼ିଏ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କାଉକୁ ଉଚ୍ଚ ପାଚେରି ଉପରେ ନାଚୁଥିବା ଦେଖିବାକୁ ମିଳିଛି। କାଉଟି ଗୋଡ଼କୁ ଏପଟ ସେପଟ ପକାଇ ନାଚୁଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ଲେଖିଛନ୍ତି, ‘ଆଇ ଆମ ଲିମିଟେଡ ଏଡିଶନ ଉଇଥ୍‌ ଆନ ଆଟିଚୁଡ।’ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share